ଜ୍ୟୋତିଷ

ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ୩ ଟି ନିୟମ ମାନି ଚଳିଲେ ଦିନେ ନା ଦିନେ ପହଞ୍ଚିବେ ସଫଳତାର ଶୀର୍ଷରେ

ଆଜି ଆମେ ଆପଣଙ୍କୁ ଚାଣକ୍ୟଙ୍କ କିଛି ନୀତି ବିଷୟରେ କହିବାକୁ ଯାଉଛୁ । ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି କି ପତ୍ନୀଙ୍କ ଦ୍ଵାରା କରାଯାଇଥିବା ଏମିତି କିଛି କାର୍ଯ୍ୟ ଅଛି ଯାହା ଦ୍ଵାରା ସ୍ଵାମୀର ଉନ୍ନତିରେ ବାଧା ଆସିଥାଏ ଓ ସ୍ଵାମୀ ଦରିଦ୍ର ହୋଇଯାଏ । ସେଥିପାଇଁ ସ୍ତ୍ରୀମାନଙ୍କୁ ସବୁ କାମ ନିୟମ ଅନୁସାରେ କରିବା ଉଚିତ । ଏହିଭଳି ଆଚାର୍ଯ୍ୟ ଚାଣକ୍ୟ ଏମିତି କିଛି ନୀତି ବିଷୟରେ ବି ଉଲ୍ଲେଖ କରିଛନ୍ତି ଯାହାକୁ କରିବା ଦ୍ଵାରା ଆପଣ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ ।

ଚାଣକ୍ୟ କୁହନ୍ତି କି ସବୁବେକେ ସମୟରୁ କିଛି ଶିଖିବା ଦରକାର

ଏହା ଛଡା ଚାଣକ୍ୟ କୁହନ୍ତି କି ଜଣେ ବ୍ୟକ୍ତିକୁ ସୁଖୀ ରହିବା ପାଇଁ ସବୁବେଳେ ବର୍ତ୍ତମାନରେ ବଞ୍ଚିବା ଉଚିତ । ବିତି ଯାଇଥିବା ସମୟ ବିଷୟରେ ଚିନ୍ତା କରିବା, ଦୁଃଖିତ ହେବା କିମ୍ବା ପଶ୍ଚାତାପ କରିବା ବେକାର କାର୍ଯ୍ୟ ହୋଇଥାଏ । ଆମକୁ ନିଜର ଭବିଷ୍ୟତକୁ ଉଜ୍ଜ୍ଵଳ କରିବା ପାଇଁ ଓ ସଫଳତା ପାଇବା ପାଇଁ ବିତି ଯାଇଥିବା ସମୟରେ ଆମ ଦ୍ଵାରା ଯାହା ବି ଭୁଲ ହୋଇଛି ସେଥିରୁ ଶିକ୍ଷା ନେଇ ବର୍ତ୍ତମାନ ସମୟରେ ଭଲ କାମ କରିବା ଉଚିତ ।

ନିକ୍ରଷ୍ଟ ଧନର ମୋହ

ଏହି ନୀତିରେ ଚାଣକ୍ୟ କୁହନ୍ତି କି ଏହିଭଳି ଧନ ନିକ୍ରଷ୍ଟ ଧନ ହୋଇଥାଏ, ଯାହାକୁ ପାଇବା ପାଇଁ ଧର୍ମକୁ ଛାଡିବାକୁ ପଡେ । ଏହିଭଳି ଧନର ଲୋଭ କେବେ ବି କରିବା ଉଚିତ ନୁହେଁ ବରଂ ଏହିଭଳି ଧନର ତ୍ୟାଗ କରିଦେବା ଉଚିତ ଯାହାକୁ ପ୍ରାପ୍ତ କରିବା ପାଇଁ ନିଜର ଧର୍ମକୁ ଛାଡିବାକୁ ପଡେ, ଶତୃମାନଙ୍କ ଅଧୀନରେ ରହିବାକୁ ପଡେ କିମ୍ବା ବହୁତ ଅଧିକ କଷ୍ଟ ସହିବା ପରେ ଯେଉଁ ଧନ ପ୍ରାପ୍ତ ହୋଇଥାଏ ଏହି ଭଳି ଧନର କୌଣସି ଅର୍ଥ ନ ଥାଏ ।

କାର୍ଯ୍ୟ ପ୍ରାରମ୍ଭରେ ତିନୋଟି କଥା

ନୀତି ଶାସ୍ତ୍ର ଅନୁସାରେ କୌଣସି କାର୍ଯ୍ୟରେ ସଫଳତା ପାଇବା ପାଇଁ ସେହି କାର୍ଯ୍ୟକୁ ଆରମ୍ଭ କରିବା ପୂର୍ବରୁ ତିନୋଟି କଥା ଉପରେ ଧ୍ୟାନ ଅବଶ୍ୟ ରଖିବା ଉଚିତ । କୌଣସି ବି କାର୍ଯ୍ୟକୁ ଆରମ୍ଭ କରିବାର କାରଣ କଣ ଅଟେ । ଏହି କାର୍ଯ୍ୟର ପ୍ରତିଫଳ କିମ୍ବା ପରିଣାମ କଣ ହୋଇପାରେ । କଣ ମୁଁ ଏହି କାମରେ ସଫଳ ହୋଇ ପାରିବି କି ନାହିଁ । ଏହି ତିନୋଟି କଥାକୁ ଭଲ ଭାବରେ ଚିନ୍ତା କରିବା ପରେ ଓ ସନ୍ତୋଷ ଜନକ ଜବାବ ପାଇବା ପରେ ହିଁ କୌଣସି କାର୍ଯ୍ୟ ଆରମ୍ଭ କରିବା ଉଚିତ ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button