ରାଜ୍ୟ

ସ୍ଵାଗତିକାଙ୍କ କଣ୍ଠରେ ସରସ୍ଵତୀ, ମନ ମୋହୁଛି ଯାଦୁଗରୀ ଗୀତ, ଶୁଣିଲେ ଆପଣ ବି ପ୍ରଶଂସା ନ କରି ରହି ପାରିବେନି, ଥରେ ଦେଖନ୍ତୁ ଏହି Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ସୋସିଆଲ ମିଡିଆ ହେଉଛି ଏଭଳି ଏକ ମାଧ୍ୟମ ଯାହା ସାହାଯ୍ୟ ରେ ଲୋକମାନେ ଅନେକ ଖବର ସମ୍ବନ୍ଧରେ ଅବଗତ ହୋଇଥାନ୍ତି । ସେହିପରି ସୋସିଆଲ ମିଡିଆ ରେ ଅନେକ କିଛି ଭିଡିଓ ମଧ୍ୟ ଭାଇରାଲ ହୋଇଥାଏ । ଯାହାଦ୍ୱାରା ଲୋକ ମାନଙ୍କ ମନୋରଞ୍ଜନ ମଧ୍ୟ ହେଉଛି । ଏହି ସୋସିଆଲ ମିଡିଆ ରେ କେତେବେଳେ କୌଣସି ଅଘଟଣ କୁ ନେଇ ଭିଡିଓ ଭାଇରାଲ ହୋଇଥାଏ ତ କେତେବେଳେ କିଛି ମଜାଦାରିଆ ଭିଡିଓ ଭାଇରାଲ ହୋଇଥାଏ ।

ଅଧିକାଂଶ ସମୟ କୁନି ପିଲା ଙ୍କ ଭିଡିଓ ଗଣ ମାଧ୍ୟମରେ ଭାଇରାଲ ହୋଇଥାଏ । ଏହାକୁ ଦର୍ଶକ ମାନେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି । କୁନି ପିଲା ମାନେ ନିଜର ଡାନ୍ସ ମାଧ୍ୟମରେ ଦର୍ଶକ ମାନଙ୍କ ମନକୁ କିଣି ନେଇଥାନ୍ତି ଏବଂ କେତେବେଳେ ନିଜର ମଜାଦାର କଥା ଦ୍ଵାରା । ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ସେହିପରି ଏକ କୁନି ପିଲା ର ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହୋଇଛି । ଯାହାକୁ ଦେଖି ସମସ୍ତେ ବହୁତ ଖୁସି ମଧ୍ୟ ହେଉଛନ୍ତି ତେବେ ଆସନ୍ତୁ ଜାଣିନେବା ସେହି କୁନି ଝିଅ ର ଭାଇରାଲ ଭିଡିଓ ବିଷୟ ରେ ।

ତେବେ ଏହି ଭିଡିଓ ରେ ଜଣେ କୁନି ଝିଅ ଯାହାଙ୍କ ନାମ ହେଉଛି ସ୍ଵାଗତିକା ସେ ନିଜର କୁନି କୁନି ଓଠ ରେ ଏବଂ କଣ୍ଠ ରେ ସିନେମା ର ଗୀତ ଗୁଡିକ କୁ ସୁନ୍ଦର ଭାବେ ଗାଇଛନ୍ତି । ତେବେ ଏହି ଭିଡିଓ ରେ ସେ ପାଗଳ ଭଅଁର ମୁଁ, ମୁଁ ଯିବି ଯିବି, ହର କରମ ଅପନା କରେଙ୍ଗେ, ତେରେ ମେରେ ବିଚ ମେ, ନାହିଁ ମୋ ପାଦେ ଆଜି ନୁପୁର, ତେରୀ ମେରୀ କହାନୀ,ଏପରି ଅନେକ ବଲିଉଡ ଏବଂ ଓଲିଉଡ ଗୀତ ଗାଇବା ସହ ଅନେକ ଭଜନ ଏବଂ ଶାସ୍ତ୍ରୀୟ ସଙ୍ଗୀତ ମଧ୍ୟ ଗାଆନ୍ତି ।

ତେବେ ଗୀତ କିପରି ଶିଖିଲ ପ୍ରଶ୍ନ କରିବାରୁ ସେ କହିଥିଲେ କି ମୋବାଇଲ ଏବଂ ଟିଭି ରେ ଦେଖି ଭଲ ଲାଗିଲା ସମସ୍ତେ ଗାଉଥିବାର ଦେଖି ମୋତେ ବି ଇଚ୍ଛା ହେଲା ଗୀତ ଗାଇବା ପାଇଁ ଏହା ପରେ ମୁଁ ମଧ୍ୟ ଗାଇବାକୁ ଲାଗିଲି । ତେବେ ଏହା ଉପରେ ସ୍ଵାଗତିକା ଙ୍କ ମାଆ ଙ୍କୁ ପ୍ରଶ୍ନ କରାଗଲା ପରେ ସେ ଉତ୍ତର ରେ କହିଥିଲେ କି ତାଙ୍କ ଝିଅ କିଛି ବି ଦେଖୁ ସେ ମୋବାଇଲ ହେଉ କିମ୍ବା ଟିଭି ସେ ସବୁବେଳେ ଗୀତ କୁ ହିଁ ଦେଖେ ।

ସବୁବେଳେ ତାକୁ ହିଁ ଗୁଣ ଗୁଣ ମଧ୍ୟ ହେଉଥାଏ ତେବେ ଧୀରେ ଧୀରେ ସେଥିରେ ତାର ରୁଚି ବଢ଼ିଲା ଏବଂ ସେ ନିଜେ ନିଜେ ଗୀତ ଗାଇବାକୁ ମଧ୍ୟ ଲାଗିଲା । ତେବେ ଏହି କୁନି ଝିଅ ର କୁନି କୁନି ଓଠ ର ଏହି ଗୀତ ଗୁଡିକ ମଧ୍ୟ ସମସ୍ତ ଙ୍କୁ ଆକର୍ଷିତ କରୁଛି ଏବଂ ସମସ୍ତଙ୍କ ଆଶା କି ବିଗତ ଦିନରେ ସେ ମଧ୍ୟ ଏହି କ୍ଷେତ୍ରରେ ସଫଳ ହାସଲ କରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button