ରାଜ୍ୟ

ଥରେ ଏମିତି ବନାନ୍ତୁ ଚିକେନ୍‌ ଖାଇ ଦେଖନ୍ତୁ, ପାଟିରୁ ଛାଡିବନି ସ୍ୱାଦ

ଆବଶ୍ୟକୀୟ ସାମଗ୍ରୀ

-ଏକ କିଲୋ ଚିକେନ

-ଦଶଟି ଟମାଟୋ (ପ୍ୟୁରୀ)

-ତିନି ବଡ ଚାମଚ ଘିଅ

-ଦୁଇ ବଡ ଚାମମ କଟା ପିଆଜ

-ଏକ ଛୋଟ ଚାମଚ ଅଦା ପେଷ୍ଟ

-ଏକ ଛୋଟ ଚାମଚ ରସୁଣ ପେଷ୍ଟ

-ଅଧା ଛୋଟ ଚାମଚ ହଳଦୀ

-ଅଧା ଛୋଟ ଚାମଚ ଲାଲ ଲଙ୍କା ପାଉଡର

-ଏକ ଛୋଟ ଚାମଚ କଞ୍ଜା ଲଙ୍କା (ଛୋଟ କଟା ହୋଇଥିବା)

-ଲୁଣ ସ୍ୱାଦାନୁସାରେ

-ତେଲ ଆବଶ୍ୟକ ଅନୁଯାୟୀ

-ଏକ ବଡ ଚାମଚ ଧନିଆ ପତ୍ର

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ମିଡିୟମ ଆଞ୍ଚରେ ଏକ ପ୍ୟାନରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ଟମାଟୋ ପ୍ୟୁରୀ ପକାଇ ଚାମଚରେ ଚଲାନ୍ତୁ। ଅନ୍ୟ ଆଞ୍ଚରେ ଆଉ ଗୋଟେ ପ୍ୟାନରେ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ପିଆଜ ପକାଇ କିଛି ସମୟ ଚଲାନ୍ତୁ। ଏହାପରେ ସେଥିରେ ଚିକେନ, ଅଦା-ରସୁଣ ପେଷ୍ଟ ପକାଇ ମିକ୍ସ କରନ୍ତୁ। ଏହାପରେ ସେଥିରେ ଟମାଟୋ ପ୍ୟୁରୀ ମିଶାନ୍ତୁ। ଏହାପରେ ହଳଦୀୀ, ଲାଲ ଲଙ୍କା ପାଉଡର, କଞ୍ଚା ଲଙ୍କା, ଲୁଣ ମିଶାନ୍ତୁ। ଏବେ ଏହାକୁ ୧୦ରୁ୧୫ ମିନିଟ୍‌ ଢ଼ାଙ୍କି ଦିଅନ୍ତୁ। ଏହାପରେ ଆଞ୍ଚକୁ ବନ୍ଦ କରିଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଟମାଟୋ ଚିକେନ। ଏହାକୁ ଧନିଆ ପତ୍ରରେ ସଜାଇ ସର୍ଭ କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button