ଦେଶ- ବିଦେଶ

ଯେତେବେଳେ ସିଂହ 7 ବର୍ଷ ପରେ ନିଜ ମାଷ୍ଟରକୁ ଦେଖିଲା ଆଉ ତା ପରେ ଯାହା ହେଲା…ଦେଖିଲେ ଆପଣ ବି ଭାବୁକ ହେଇଯିବେ, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ କୁହାଯାଏ କି ପଶୁମାନେ ମଣିଷ ଠାରୁ ମଧ୍ୟ ଅଧିକ ବିଶ୍ଵସ୍ତ ହୋଇଥାନ୍ତି । ନିଜ ବିଶ୍ବସ୍ତତା ତୁଲାଇବା ପାଇଁ ଏମାନେ ନିଜ ଜୀବନ ଦେବାକୁ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ । ଆଉ ମଣିଷ ତ ଏତେ ବେଇମାନ ହୋଇଥାଏ ଯେ, ଯେଉଁ ଥାଳିରେ ଖାଏ ସେହି ଥାଳିରେ ବି ଗୋଇଠା ମାରିବାକୁ କୁଣ୍ଠାବୋଧ କରେ ନାହିଁ । ଏମିତି ବେଇମାନ ମଣିଷ ବନ୍ଧୁଙ୍କ ଠାରୁ ହଜାର ରୁ ଲକ୍ଷ ଗୁଣ ଉତ୍ତମ ଅଟନ୍ତି ଏହି ପଶୁମାନେ ।

ତେବେ ଦରକାର ପଡିଲେ ହିଂସ୍ର ପଶୁ ଟିଏ ମଧ୍ୟ ଏତେ ଭଲ ବନ୍ଧୁ ହୋଇଯାଏ ଆପଣ କେବେ କଳ୍ପନା ମଧ୍ୟ କରି ପାରିବେ ନାହିଁ । ତେବେ ଆସନ୍ତୁ ସେହି ଭଳି କିଛି ବନ୍ଧୁତା ବିଷୟ ରେ ଆଲୋଚନା କରି ନେବା । ୧ ପ୍ରଥମ ଭିଡିଓ ରେ ଜାପାନ ରେ ରହୁଥିବା ଜଣେ ବ୍ୟକ୍ତି ମୋରିଆ ବାର୍ଷି ୩୪ ବର୍ଷ ପୂର୍ବେ ଏକ କୁମ୍ଭୀର କୁ ଏକ ରାସ୍ତା ରେ ଥିବା ଦୋକାନ ରୁ କିଣିଥିଲେ । ତେବେ ଏବେ ସେହି କୁମ୍ଭୀର ଟି ବହୁତ ବଡ଼ ହୋଇଗଲାଣି ତେବେ ଏହା ଦେଖିବାକୁ ବହୁତ ଭୟାନକ କିନ୍ତୁ ଏହି କୁମ୍ଭୀର ଟି ପାଲତୁ କୁକୁର ଭଳି ହିଁ ରୁହେ ତେବେ ଏହାର ନାମ ହେଉଛି କେମେନ ।

୨ ଦ୍ଵିତୀୟ ଭିଡିଓ ରେ ତେବେ କୁହାଯାଏ କି ସାପ ନିଜର ମାଲିକ କୁ ଜାଣିବା ପାଇଁ ସକ୍ଷମ ହୋଇ ନଥାଏ ତେବେ କିନ୍ତୁ ଏହା ଭୁଲ ସାବ୍ୟସ୍ତ କରିଛି ଏହି ପାଇଥନ । ତେବେ କମ୍ବୋଡିଆ ରେ ରହୁଥିବା ଏହି ୧୨ ବର୍ଷ ର ପିଲାଟି ର ସାଙ୍ଗ ହେଉଛି ୧୬ ଫୁଟ ର ଅଜଗର ଯାହାର ନାମ କ୍ୟାମରନ ।

ତେବେ ପିଲାର ମାଆ ଙ୍କ କହିବା କଥା କି ସେ ଯେତେବେଳେ ଗର୍ଭବତୀ ଥିଲେ ସେତେବେଳେ ସେ ଏକ ସ୍ୱପ୍ନ ଦେଖିଥିଲେ ଯେଉଁଥିରେ ତାଙ୍କ ପିଲାର ସୁରକ୍ଷା ଏକ ସାପ କରିବ ତେବେ ଜନ୍ମ ର କିଛି ଦିନ ପରେ ଗୋଟିଏ ଛୋଟ ସାପ ତାଙ୍କ ପୁଅ ପାଖରେ ଥିଲା ଏବଂ ସେବେଠାରୁ ଦୁହେଁ ଏକାଠି ଅଛନ୍ତି ।


୩ ତୃତୀୟ ରେ କୁହାଯାଏ କି ହାତୀ ମଣିଷ ର ଭଲ ସାଙ୍ଗ ହୋଇଥାଏ । ତେବେ ରକ୍ସି ନାମକ ମହିଳା ଏକ ହାତୀ ଛୁଆ କୁ ସେତେବେଳେ ପାଇଲେ ଯେତେବେଳେ ତାର ସାଥି ମାନେ ତାକୁ ଛାଡି ପଳେଇଥିଲେ ଏବଂ ଲକଡ଼ ବକଡ଼ ମାନେ ତାକୁ ଘେରିକି ରହିଥିଲେ ତେବେ ସେ ହାତୀକୁ ଉଦ୍ଧାର କରି ନିଜ ପାଖରେ ରଖିଲେ ଏବଂ ତା ନାଁ ହେଉଛି ମାୟୋ ତେବେ ଏହି ହାତୀ ଟି ବହୁତ ଦୁଷ୍ଟ ମଧ୍ୟ ସବୁ ଜିନିଷ କୁ ଫୋପାଡ଼ିବା ଏବଂ ଖାଦ୍ୟ ଖାଇବା ଭଳି ହରକତ କରୁଥାଏ ।


୪ ଚତୁର୍ଥ ରେ ଆଡ଼ଲ୍ଫୋ ନାମକ ଏହି ବ୍ବ୍ୟକ୍ତି ଜଣକ ଗୋଟିଏ ସିଂହକୁ ଛୋଟ ବେଳୁ ପାଳିଥିଲେ । ସିଂହଟିର ନାମ କିଆରା ରଖିଥିଲେ । ସେମାନଙ୍କ ମଧ୍ୟରେ ବହୁତ ପ୍ରେମ ଥିଲା ଓ ଖୁବ ଭଲ ବନ୍ଧୁ ମଧ୍ୟ ଥିଲେ । କିନ୍ତୁ କିଆରା ବଡ଼ ହୋଇଯିବାରୁ ତାକୁ ଅଲଗା ସ୍ଥାନରେ ରଖା ଗଲା ଏବଂ ଦୁହେଁ ଅଲଗା ହୋଇ ଗଲେ କିନ୍ତୁ ଯେତେବେଳେ ସେ ପୁନର୍ବାର ଫେରିଥିଲେ କିଆରା ପାଖକୁ, ତା ସହ ଭେଟିବାର ସେହି ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ ।

ଦୀର୍ଘ ସାତ ବର୍ଷ ପରେ ମଧ୍ୟ ସିଂହଟି ତାଙ୍କୁ ଦେଖି ଖୁସିରେ ଡେଇଁ ପଡିଥିଲା ତାଙ୍କ ଉପରକୁ । ଆଉ ଆଡ଼ଲ୍ଫୋ ଖୁବ ଗେଲ କରିବା ସହ ଖେଳିବାକୁ ମଧ୍ୟ ଲାଗିଲା । ତେବେ ଆପଣ ଙ୍କୁ ଏହି ଜୀବ ମାନଂକର ହରକତ ବିଷୟରେ ଜାଣି କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button