ମନୋରଞ୍ଜନ

ଅଙ୍ଗନବାଡି ଦିଦିଙ୍କ ନିଆରା ପାଠପଢା, ଦେଖିଲେ ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଅଙ୍ଗନବାଡି କେନ୍ଦ୍ରରେ ନିଆରା ପାଠପଢା ଦେଖିବାକୁ ମିଳିଛି । ଏଠାରେ କୁନି କୁନି ପିଲାମାନଙ୍କୁ ଗୀତ ନାଚ ଦ୍ଵାର ପାଠ ପଢାଉଛନ୍ତି ଦିଦି । ତେବେ ଦିଦି ନାଚ ଗୀତ ମାଧ୍ୟମରେ ଦେଉଛନ୍ତି ଗୁଣାତ୍ମକଶିକ୍ଷା । ଏହି ଭି-ଡି-ଓଟି ସୋ-ସି-ଆ-ଲ ମି-ଡି-ଆରେ ବେସ ଭା-ଇ-ରା-ଲ ହେବାରେ ଲାଗିଛି । ତେବେ ଏହି ଦୃଶ୍ୟଟି ହେଉଛି ଦିଗପହଣ୍ଡିର । ଏଠାରେ ବହିରେ ଥିବା “ଆସ ଆମେ ଖେଳିବା” ଗୀତ କୁ କୁନି କୁନି ପିଲା ମାନଙ୍କ ସମ୍ମୁଖରେ ନାଚି ନାଚି ଅଭିନୟ କରି ଗାଇଛନ୍ତି ଅଙ୍ଗନବାଡି ଦିଦି ମାନେ ।

ଏହାଦ୍ଵାରା ପିଲାମାନେ ଦିଦିଙ୍କ ପଛେ ପଛେ ସଠିକ ଗୀତ ଉଚ୍ଚାରଣ କରି ବୋଲିବାକୁ ଲାଗିଛନ୍ତି । ଏବଂ ଏଭଳି କରିବା ଦ୍ଵାରା ସହଜରେ ସେମାନେ ଗୀତକୁ ମନ ରଖିପାରୁଛନ୍ତି । ଅନେକ ଜାଗାରେ ଅଙ୍ଗନବାଡି ମାନଙ୍କରେ ସଠିକ ଭାବରେ ପାଠ ପଢାଯାଉନଥିବା ଆଭିଯୋଗ ଆସିଥାଏ । କିନ୍ତୁ ଆଜି ମଧ୍ୟ କିଛି ଏଭଳି ବିଶେଷ ସ୍ଥାନ ମାନ ରହିଅଛି ଯେଉଁଠାରେ ଭଲରେ ପାଠ ପଢିବା ସହିତ ନାଚି ନାଚି କୁନି କୁନି ପିଲା ମାନଙ୍କୁ କବିତା ଶୁଣାଉଛନ୍ତି, ଏବଂ ପିଲାମାନେ ମଧ୍ୟ ସେହିଭଳି ଅତି ସହଜରେ ମନେ ରଖିବା ସହିତ ନାଚିବାରେ ବ୍ୟସ୍ତ ।

ଏଠାରେ ଖାଇବାକୁ ସଠିକ ଦିଆଯାଉଥିବା ବେଳେ, ପିଲାମାନ କିଭଳି ଭଲରେ ପାଠକୁ ମନେରଖିପାରିବେ ତାହା ଉପରେ ମଧ୍ୟ ବିଶେଷ ଧ୍ୟାନ ରଖାଯାଇଅଛି । ଅଙ୍ଗନବାଡିର ଚାରି କାନ୍ଥରେ ବିଭିନ୍ନ ବନ୍ୟଜନ୍ତୁ ତଥା ପନିପରିବାର ଚିତ୍ର ଅଙ୍କାଯିବା ସହିତ, ଭାରତ ମାନଚିତ୍ର ସହିତ ଆମ୍ଭର ଜାତୀୟ ପତାକାର, ଏବଂ ଜାତୀୟ ପଶୁ ତଥା ଜାତୀୟ ପକ୍ଷୀର ଚିତ୍ର ମଧ୍ୟ ଅଙ୍କା ଯାଇଅଛି ।

ଏହା ଫଳରେ ପିଲାମାନେ ସହଜରେ ଏହାକୁ ଦେଖି ମନେ ରଖିପାରିବେ । କିଛିଦିନ ପୂର୍ବେ ଆପଣମାନେ ଜାଣିଥିବେ ଯେ କୌଣସି ଏକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀର ପିଲାମାନେ ଜାତୀୟ ପିତା କିଏ ବୋଲି ଜାଣିନଥିଲେ । ପ୍ରଶ୍ନ ପଚାରିବାରୁ ଆସେନି ବୋଲି ଉତ୍ତର ଦେଇଥିଲେ । ଏହା ସହିତ ସପ୍ତମ ର ବନାନ ମଧ୍ୟ ତାଙ୍କୁ ଜଣା ନଥିଲା । କିନ୍ତୁ ବର୍ତ୍ତମାନ ଅଙ୍ଗନବାଡିରେ ଏହିଭଳି ଶିକ୍ଷା ପ୍ରଦାନକୁ ଦେଖି ମନକୁ ସାନ୍ତ୍ଵନା ନିଶ୍ଚିତ ଭାବରେ ମନକୁ ଆନନ୍ଦ ମିଳୁଛି ।

ଏହି ଭି-ଡି-ଓ କୁ ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହେବାର ଦେଖି ଲୋକମାନେ ଏହାକୁ ବେସ ପସନ୍ଦ କରିଛନ୍ତି । କିଛି ଲୋକ ଏହା ମଧ୍ୟ କହିଛନ୍ତି ଯେ ଏହିଭଳି ଶିକ୍ଷା ନିଶ୍ଚିତ ଭାବରେ ମିଳିବା ଆବଶ୍ୟକ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button