ସ୍ୱାସ୍ଥ୍ୟ

ଇମ୍ୟୁନିଟି ବଢାଇବାରେ ରାମବାଣ ଅଟେ ଏହି ୫ ଟି ଉପାୟ, ଛୁଇଁ ବି ପାରିବନି କରୋନା ଭଳି ସଂକ୍ରମଣ- Immunity Booste

ନମସ୍କାର ବନ୍ଧୁଗଣ କରୋନା ର ଦ୍ଵିତୀୟ ପର୍ଯ୍ୟାୟ ଦିନ କୁ ଦିନ ବହୁତ ଭୟଙ୍କର ରୁପ ନେବାକୁ ବସିଛି । ବିଶେଷଜ୍ଞଙ୍କ ଅନୁସାରେ ଏହି କରୋନା ରୁ ସେହି ମାନେ ବର୍ତ୍ତି ପାରିବେ ଯେଉଁ ମାନଙ୍କ ଶରୀର ସବଳ ଏବଂ ସୁସ୍ଥ ଥିବ

ଏବଂ ସେମାନଙ୍କ ର ରୋଗ ପ୍ରତିଶୋଧକ ଶକ୍ତି ମଧ୍ୟ ଦୃଢ଼ ଥିବ । ଏବଂ ଯେଉଁ ମାନେ କୋଭିଡ ର ସବୁ ନିୟମ କୁ ପାଳନ କରୁଥିବ । ଆପଣ ନିଜର ରୋଗ ପ୍ରତିଶୋଧକ କୁ ବୃଦ୍ଧି କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ କରୁଥିବେ କିନ୍ତୁ ଆଜି ଆମେ ଯେଉଁ ଉପାୟ ଗୁଡିକ ବିଷୟରେ ଆଲୋଚନା କରିବୁ ସେଗୁଡ଼ିକ ଆପଣ ଙ୍କ ଜୀଵନ ସାରା କାମ ରେ ଆସିବ ।

ତେବେ ଆସନ୍ତୁ ସେହି ଉପାୟ ଗୁଡିକ ବିଷୟରେ ଜାଣିନେବା ।

୧- ପ୍ରଥମ ହେଉଛି ଆପଣ ସମ୍ପୂର୍ଣ୍ଣ ନିଦ ନେବେ । ପ୍ରତ୍ୟେକ ବ୍ୟକ୍ତି କୁ ୭ ରୁ ୮ ଘଂଟା ପର୍ଯ୍ୟନ୍ତ ନିଦ ନେବା ଆବଶ୍ୟକ । ଏହା ଆମ ପାଇଁ ବହୁତ ଲାଭଦାୟକ ଅଟେ । ନିଦ ସମୟରେ ଆମ ଶରୀର ର ମାଂସ ପେଶୀୟ କାର୍ଯ୍ୟ କରୁଥାଏ । ଏବଂ ଶରୀରର ସିଷ୍ଟମ ର ସଫା ମଧ୍ୟ ହେଉଥାଏ । ତେଣୁ ବିନା ବାଧା ରେ ସମ୍ପୂର୍ଣ୍ଣ ନିଦ ନେବା ଆବଶ୍ୟକ ଅଟେ । ଯେଉଁ ବ୍ୟକ୍ତି ଠିକ ଭାବେ ଶୋଇ ନଥାଏ ତାକୁ ବିଭିନ୍ନ ରୋଗ ହୋଇଥାଏ କାରଣ ଏହା ଆମ ଶରୀର ବହୁତ ଦୁର୍ବଳ ହୋଇ ଯାଇଥାଏ ।

୨- ଦ୍ଵିତୀୟ ଉପାୟ ହେଉଛି ଦୀର୍ଘ ନିଶ୍ଵାସ ନେବା ଭଳି ପ୍ରାଣାୟମ କରିବା ଉଚିତ । ଆମ ଶରୀର ପାଇଁ ବ୍ୟାୟାମ କିମ୍ବା ପ୍ରାଣାୟମ ବହୁତ ଆବଶ୍ୟକ ଏହା ଯୋଗୁଁ ଆମର ରକ୍ତ ସଞ୍ଚାଳନ ସଠିକ ହୋଇ ଥାଏ ଏବଂ ଆମେ ଅଧିକ ଅମ୍ଳଜାନ ମଧ୍ୟ ପାଇଥାଉ ।

୩- ତୃତୀୟ ଉପାୟ ଟି ହେଉଛି ସର୍ଵଦା ପୁଷ୍ଟିକ ଆହାର ସେବନ କରିବା । ଖାଦ୍ୟ ରେ ସର୍ଵଦା ସବୁଜ ପନି ପରିବା, ଫଳ,କ୍ଷୀର,ଅଣ୍ଡା ଆଦି ସେବନ କରିବା ଆବଶ୍ୟକ ଏହା ଦ୍ୱାରା ଆମ ଶରୀର କୁ ଅନେକ ପ୍ରୋଟିନ ମିଳିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ ।

୪- ଚତୁର୍ଥ ଉପାୟ ହେଉଛି ହଳଦୀ ଏବଂ ଡାଲଚିନି ର ସେବନ । ସର୍ବଦା ନିଜ ଖାଦ୍ୟ ରେ ହଳଦୀ ଏବଂ ଡାଲଚିନି ର ସେବନ ନିଶ୍ଚିତ କରନ୍ତୁ । ଏଥିରେ ରହିଥିବା ଏଣ୍ଟି ଅକ୍ସୀଡେଣ୍ଟ ଆମ ଶରୀର କୁ ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି କରାଇ ବାରେ ସାହାଯ୍ୟ କରାଇ ଥାଏ । ଏବଂ ବିଭିନ ରୋଗ ଏବଂ ଭୁତାଣୁ ରୁ ମଧ୍ୟ ନିଜକୁ ସୁରକ୍ଷିତ କରାଇ ଥାଏ । ଆପଣ ଡାଲଚିନି କୁ ଚା ରେ ପକାଇ ପିଇ ପାରିବୁ ।

୫- ପଞ୍ଚମ ଉପାୟ ଟି ହେଉଛି ଗିଲୋୟ ଏବଂ ତୁଳସୀ ର ସେବନ । ଏହି ଦୁଇ ପତ୍ର ରେ ଔଷଧ ଗୁଣମାନ ରହିଥାଏ । ଏହାର ସେବନ ଦ୍ୱାରା ଆମ ରୋଗ ପ୍ରତିରୋଧକ ଶକ୍ତି ବହୁତ ବୃଦ୍ଧି ହୋଇଥାଏ । ଗିଲୟ କୁ ଆପଣ ପାଣି ରେ ଫୁଟାଇ କରି ପିଇ ପାରିବେ ଏବଂ ତୁଳସୀ ପତ୍ର ର କାଢା ଆପଣ ଙ୍କ ଶରୀର ପାଇଁ ବହୁତ ଲାଭବାନ ଏହା ଆପଣ ଙ୍କ କାଶ ଆଦି କୁ ମଧ୍ୟ ଦୁର କରାଇ ଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button