ମନୋରଞ୍ଜନ

3 ଖାନ ଙ୍କ କାରଣରୁ ବର୍ବାଦ ହେଇ ଯାଇଥିଲା ଏହି ମିସ ଇଣ୍ଡିଆ ଙ୍କ କ୍ଯାରିୟର, ବି ଗ୍ରେଡ ଫିଲ୍ମ ରେ ବି କରିଥିଲେ କାମ, ଜାଣନ୍ତୁ କିଏ ଏହି ସୁନ୍ଦରୀ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରିଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବଲିଉଡରେ ୮୦ ଓ ୯୦ଦଶକରେ ଏପରି କିଛି ଅଭିନେତ୍ରୀ ଥିଲେ ଯେଉଁ ମାନେ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରି ବଲିଉଡରେ ସଫଳତା ପାଇଥିଲେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ସେହି ସମୟର ଲୋକପ୍ରିୟ ଅଭିନେତ୍ରୀ ସୋନୁ ବାଲିୟାଙ୍କ ବିଷୟରେ କହିବାକୁ ଯାଉଛୁ ।

ସେହି ସମୟରେ ସୋନୁ ବହୁତ ଚର୍ଚାରେ ରହୁଥିଲେ ହେଲେ ଗୋଟେ ସମୟରେ ସେ ହଠାତ ବଲିଉଡ ଇଣ୍ଡଷ୍ଟ୍ରିରୁ ହଜି ଯାଇଥିଲେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସୋନୁଙ୍କ ବିଷୟରେ । ୯୦ଦଶକର ପ୍ରସିଦ୍ଧ ଅଭିନେତ୍ରୀ ସୋନୁ ବାଲିଆଙ୍କ ଜନ୍ମ ୧୯ ଫେବୁୟାରି ୧୯୬୪ ମସିହାରେ ଦିଲ୍ଲୀରେ ଏକ ପଞ୍ଜାବୀ ପରିବାରରେ ହୋଇଥିଲା ।

ସୋନୁ ବାଲିଆ ୧୯୮୫ ମସିହାରେ ମିସ ଇଣ୍ଡିଆ ହୋଇଥିଲେ । ଏହାପରେ ସେ ନିଜ ବଲିଉଡ କାରିୟରର ଆରମ୍ଭ ଫିଲ୍ମ ‘ଖୁନ ଭାରି ମାଙ୍ଗ’ରୁ କରିଥିଲେ । ସେହି ସମୟରେ ସୋନୁ ବୋଲ୍ଡ ଅଭିନେତ୍ରୀଙ୍କ ଲିଷ୍ଟରେ ସାମିଲ ଥିଲେ ।

ବନ୍ଧୁଗଣ ସୋନୁ ନିଜ ପାଠ ପଢା ଶେଷ କରିବା ପରେ ମଡେଲିଙ୍ଗ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେ ମଡେଲିଙ୍ଗ ଦୁନିଆରେ ବହୁତ କମ ସମୟ ମଧ୍ୟରେ ସଫଳତା ହାସଲ କରିଦେଇଥିଲେ । ମଡେଲିଙ୍ଗର ସଫଳତା ପାଇବା ପରେ ସେ ମିସ ଇଣ୍ଡିଆ ପ୍ରତିଯୋଗୀତାରେ ଭାଗ ନେଇଥିଲେ ଓ ୧୯୮୫ ମସିହାରେ ସେ ମିସ ଇଣ୍ଡିଆ ହୋଇଥିଲେ ।

୧୯୮୮ ମସିହାରେ ସେ ନିଜର ପ୍ରଥମ ଫିଲ୍ମ ‘ଖୁନ ଭାରି ମାଙ୍ଗ’ ପାଇଁ ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ପାଇଥିଲେ । ଏହାପରେ ୧୯୮୮ ମସିହାରେ ଆସିଥିବା ଫିଲ୍ମ ‘ଆକର୍ଷଣ’ରେ ସେ ବହୁତ ବୋଲ୍ଡ ସିନ୍ସ ଦେଇଥିଲେ । ସେହି ସମୟରେ ଅଧିକ ବୋଲ୍ଡ ସିନ୍ସ ପରଦାରେ ଦେବା ବହୁତ କଷ୍ଟକର ଥିଲା । ସୋନୁ ବାଲିଆ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ୩୦ରୁ ଅଧିକ ଫିଲ୍ମ କରି କିଛି ଖାସ ସଫଳତା ହାସଲ କରିପାରି ନଥିଲେ  । ଯାହାଫଳରେ ସେ ବି ଗ୍ରେଡ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ ।


ଏହାପରେ ସୋନୁ ହଠାତ ବଲିଉଡ ଇଣ୍ଡଷ୍ଟ୍ରିରୁ ହଜି ଯାଇଥିଲେ । ବହୁତ ବର୍ଷ ପରେ ସେ ଏକ ଇଣ୍ଟର୍ବ୍ୟୁ ଦ୍ଵାରା ନିଜର ଅସଫଳ କାରିୟରକୁ ନେଇ ଏକ ବଡ ଖୁଲାସ କରିଥିଲେ ଓ ସେ ନିଜ କାରିୟର ପାଇଁ ତିନି ଜଣ ଖାନଙ୍କୁ ଦୋଷ ଦେଇଥିଲେ । ସୋନୁଙ୍କ ମତରେ, ତିନି ଜଣ ଖାନଙ୍କ ପାଇଁ ତାଙ୍କୁ କାମ ମିଳିନଥିଲା । କାରଣ ସୋନୁଙ୍କ ଉଛତା ତିନି ଜଣ ଖାନଙ୍କ ଠାରୁ ବହୁତ ଅଧିକ ଥିଲା । ସୋନୁଙ୍କ ମତରେ, ସେହି ସମୟରେ ଅଧିକ ହାଇଟ ଥିବା ଅଭିନେତ୍ରୀ ମାନଙ୍କୁ କାମ ମିଳୁନଥିଲା ।

ଯେତେବେଳେ ସୋନୁଙ୍କୁ ବଲିଉଡରେ ଫିଲ୍ମ ମିଳିଲା ନାହିଁ ସେତେବେଳେ ସେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ୨୦୦୦ ମସିହାରେ ସୋନୁ ହୋଟେଲିୟର ସୂର୍ଯ୍ୟ ପ୍ରକାଶଙ୍କ ସହ ବିବାହ କରିଥିଲେ । ସୂର୍ଯ୍ୟ ପ୍ରକାଶଙ୍କ ମୃତ୍ୟୁ ପରେ ସେ ଦୁତୀୟ ବିବାହ ଏନଆରଆଇ ଫିଲ୍ମ ପ୍ରଡ୍ୟୁସର ପ୍ରତାପ ସିଂହଙ୍କ ସହ କରିଥିଲେ । ବର୍ତ୍ତମାନ ସେ ଆମେରିକାରେ ରହୁଛନ୍ତି ଓ ତାଙ୍କର ଏକ ଝିଅ ଅଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button