ଦେଶ- ବିଦେଶ

ଏମିତି ସ୍ତ୍ରୀ ଭିକାରୀ କୁ ବି ବନେଇ ଦିଅନ୍ତି ରାଜା- Chanakya Niti

ବନ୍ଧୁଗଣ ଚାଣକ୍ୟ ନୀତି ଚାଣକ୍ୟ ଙ୍କର ଦ୍ୱାରା ରଚିତ ଏକ ନୀତି ଗ୍ରନ୍ଥ। ଯେଉଁଥିରେ ଜୀବନକୁ ସୁଖ ମୟ ଓ ସରଳ କରିବା ପାଇଁ ସାହାର୍ଯ୍ୟ କରିଥାଏ।ଏହି ଗ୍ରନ୍ଥ ର ମୁଖ୍ୟ ବିଷୟ ହେଉଛି ମନୁଷ୍ୟ ମାନଙ୍କୁ ଜୀବନର ସମସ୍ତ ପରିସ୍ଥିତି ରେ କିପରି ରହିବା ଏବଂ ସେ ସମସ୍ୟା କୁ କିଭଳି ଭାବରେ ସମାଧାନ କରିବା ସେ ବିଷୟରେ ବର୍ଣ୍ଣିତ। ଚାଣକ୍ୟ ଜଣେ ବହୁତ ବଡ ଜ୍ଞାନୀ ଥିଲେ ସେ ନିଜର ବୁଦ୍ଧି ଓ ନୀତି ଦ୍ୱାରା ଚନ୍ଦ୍ରଗୁପ୍ତ ଙ୍କୁ ମୋର୍ଯ୍ୟ ର ରାଜା କରି ପାରିଥିଲେ। ଆଜି ଆମେ ଆଚାର୍ଯ୍ୟ ଚାଣକ୍ୟ ଙ୍କର ସ୍ତ୍ରୀ ଜ୍ଞାନ ବିଷୟରେ ଆଲୋଚନା କରିବା। ଯାହା ସେ ନିଜ ଗ୍ରନ୍ଥ ଚାଣକ୍ୟ ନୀତି ରେ ଲେଖିଛନ୍ତି। ଚାଲନ୍ତୁ ଜାଣିନେବା ସେହି ସବୁ ନୀତି ବିଷୟରେ।

ଚାଣକ୍ୟ ଜୀଵନ କୁ ବହୁତ ଗମ୍ଭୀର ଭାବରେ ଦେଖିଛନ୍ତି। ସ୍ତ୍ରୀ ପକ୍ଷ କୁ ମଧ୍ୟ ଏକ ବିଶେଷ ଅଧ୍ୟୟନ କରିଛନ୍ତି। ଚାଣକ୍ୟ ଙ୍କ ବ୍ୟକ୍ତିତ୍ୱ ପାରିବାରିକ ଜୀବନ ଏବଂ ଇତିହାସ ଠାରୁ ଅଜଣା ଅଛି। ତାଙ୍କ ବିବାହିତ ଜୀଵନ ବିଷୟରେ ମଧ୍ୟ କିଛି ଖବର ଜଣା ନାହିଁ।ଚାଣକ୍ୟ ନାରୀ ଜୀଵନ ର ପକ୍ଷକୁ ବହୁତ ଭଲ ଭାବରେ ଲେଖିଛନ୍ତି ଏବଂ ନାରୀ ଜୀଵନ ର ଏହି ବ୍ୟାଖ୍ୟା ସର୍ଵଦା ପଥ ପ୍ରଦର୍ଶନ କରି ଥାଏ।

ଚାଣକ୍ୟ କୁହନ୍ତି କି ନିଜର ଛୋଟ ଆଙ୍ଗୁଠି ରେ ଗୋବର୍ଦ୍ଧନ ପର୍ବତ କୁ ଧାରଣ କରି ଥିବାରୁ ଗୋବର୍ଦ୍ଧନ ଧାରୀ କୁହାଗଲା। କିନ୍ତୁ ତାଙ୍କୁ ବି ନାରୀ ନିଜର କୁଚ ର ଅନୁରୂପ ଧାରଣ କରିପାରେ ତେବେ ସାଧାରଣ ମାନବ କଣ କରି ପାରିବ।ସ୍ତ୍ରୀ ପରମେଶ୍ବର ଙ୍କ ଠାରୁ ମଧ୍ୟ ଅଧିକ ଶକ୍ତି ଶାଳୀ ଏବଂ ଭାର ମଧ୍ୟ ଉଠାଇ ଥାଏ। ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଏହି ସଂସାର ର ବନ୍ଧନ ରୁ ବଞ୍ଚିବା ପାଇଁ ନା ମୁଁ ଈଶ୍ୱର ଙ୍କୁ ପାର୍ଥନା କଲି ନା ସ୍ୱର୍ଗ ର ପ୍ରାପ୍ତି ପାଇଁ ଧୋର୍ଯ୍ୟ ର ସହିତ ଭଜନ ଗାଇଲି। ନା ସ୍ତ୍ରୀ ଙ୍କ ସହ ସମ୍ପର୍କ ରଖିଲି।

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି କି ମନୁଷ୍ୟ କୁ ଏହି ସଂସାର ରେ ଏବଂ ଜୀବନରେ କିଛି ନା କିଛି କରିବା ଆବଶ୍ୟକ ଅଟେ। ସଂସାର ର ବନ୍ଧନ ରୁ ମୁକ୍ତି ପାଇଁ ଈଶ୍ୱରଙ୍କ ଆରାଧନା କରିବା ଉଚିତ। ସ୍ୱର୍ଗ ପ୍ରାପ୍ତି ପାଇଁ ଧର୍ମ କାର୍ଯ୍ୟ କରିବା ଉଚିତ। ଏହି ସବୁ ନ କରୁ ଥିବା ମନୁଷ୍ୟ ନିଜର ଯୌବନ ଏବଂ ନିଜର ଜୀଵନ ବ୍ୟର୍ଥ କରି ଦିଅନ୍ତି।

ବିପଦ ସମୟରେ ଧନର ରକ୍ଷା କରିବା ଆବଶ୍ୟକ। ଏବଂ ଧନ ଦ୍ୱାରା ସ୍ତ୍ରୀ ର ରକ୍ଷା କରିବା ଉଚିତ ଏବଂ ଧନ ଓ ସ୍ତ୍ରୀ ଠାରୁ ନିଜକୁ ରକ୍ଷା କରିବା ଉଚିତ। ମନୁଷ୍ୟକୁ ସର୍ଵଦା ସଙ୍କଟ କାଳ କୁ ମନେ ରଖିବା ଉଚିତ। ନିଜକୁ ସ୍ତ୍ରୀ ଠାରୁ ସର୍ଵଦା ଦୁରେଇ ରଖନ୍ତୁ କାରଣ ସେ କେବେ ବି ଧୋକା ଦେଇ ପାରିବେ।

କୂଳବତୀ କନ୍ୟା ସହ କୁରୁପ ହେଲେ ମଧ୍ୟ ବିବାହ କରିବା ଶ୍ରେଷ୍ଠ। କିନ୍ତୁ ରୂପବତୀ କନ୍ୟା କୁ ଗୁଣ ହୀନ କନ୍ୟା କୁ ଗ୍ରହଣ କରିବା ଉଚିତ ନୁହେଁ।ସବୁବେଳେ ଅନ୍ୟ ପୁଅଙ୍କ ବିଷୟରେ ଭାବୁଥାଏ ସେ କେବେବି ସୁଖୀ ରହି ପାରେ ନାହିଁ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button