ଦେଶ- ବିଦେଶ

ଜୀବନ ବଞ୍ଚାଇଥିବା ଅଟୋ ଚାଳକଙ୍କୁ ଆଲିଙ୍ଗନ କଲେ ସୈଫ୍‌

ନୂଆଦିଲ୍ଳୀ: ଜାନୁଆରି ୧୬ ତାରିଖରେ ବଲିଉଡ୍‌ ଅଭିନେତା ସୈଫ୍‌ ଅଲୀ ଖାନ୍‌ଙ୍କ ଉପରେ ଛୁରାମାଡ଼ ହେବା ପରେ ତାଙ୍କୁ ନଚିହ୍ନି ମଧ୍ୟ ହସ୍ପିଟାଲ୍‌ରେ ପହଞ୍ଚାଇଥିଲେ ଜଣେ ଅଟୋ ଚାଳକ। ଏବେ ସେହି ଅଟୋ ଚାଳକଙ୍କୁ ଅଭିନେତା ଓ ତାଙ୍କ ମାଆ ଶର୍ମିଳା ଟାଗୋର ହସ୍ପିଟାଲ୍‌ରେ ଭେଟିଛନ୍ତି। ସୈଫ୍ ଅଲୀ ଖାନ ଅଟୋ ଡ୍ରାଇଭର ଭଜନ ସିଂହ ରାଣାଙ୍କୁ ଭେଟି ଆଲିଙ୍ଗନ କରିବା ସହ ଅଭିନେତାଙ୍କ ମାଆ ଶର୍ମିଲା ଟାଗୋର ତାଙ୍କୁ ଧନ୍ୟବାଦ ଏବଂ ଆଶୀର୍ବାଦ ଦେଇଛନ୍ତି।

ସୈଫ୍ ତାଙ୍କୁ ଗୁରୁବାର ରାତିରେ ହସ୍ପିଟାଲ ନେଇଥିବା ହିରୋ ଅଟୋ ଡ୍ରାଇଭରଙ୍କୁ ଭେଟି ଖୁବ୍‌ ପ୍ରଶଂସା କରିଥିଲେ। ମଙ୍ଗଳବାର ଦିନ ଅଭିନେତାଙ୍କୁ ଲୀଳାବତୀ ହସ୍ପିଟାଲରୁ ଡିସଚାର୍ଜ କରାଯିବା ପୂର୍ବରୁ ସେମାନଙ୍କର ପ୍ରାୟ ପାଞ୍ଚ ମିନିଟ୍ ଧରି ଏକ ଛୋଟ ସାକ୍ଷାତ୍‌ ହୋଇଥିଲା। ସୈଫ୍ ରାଣାଙ୍କୁ ଆଲିଙ୍ଗନ କରିଥିଲେ ଏବଂ ତାଙ୍କ ଭଲ କାମ ପାଇଁ ଧନ୍ୟବାଦ ଦେଇଥିଲେ।

ଇଣ୍ଡିଆ ଟୁଡେ ଟିଭି ସହିତ କଥାବାର୍ତ୍ତା ସମୟରେ ଡ୍ରାଇଭର ଭଜନ ସିଂହ ରାଣା ଘଟଣାର ରାତି ମନେ ପକାଇଛନ୍ତି। ସେ କହିଛନ୍ତି ଯେ ଖାନ ତାଙ୍କ ଅଟୋରିକ୍ସାରେ ବସିବା ମାତ୍ରେ ତାଙ୍କର ପ୍ରଥମ ପ୍ରଶ୍ନ ଥିଲା, “କିଟନା ଟାଇମ୍ ଲାଗେଗା (କେତେ ସମୟ ଲାଗିବ ହସ୍ପିଟାଲରେ ପହଞ୍ଚିବା ପାଇଁ?’’

ରାଣା କହିଛନ୍ତି, “ହଠାତ୍ ମୁଁ ଗେଟରୁ ଏକ ଶବ୍ଦ ଶୁଣିଲି। ଜଣେ ମହିଳା ମୁଖ୍ୟ ଗେଟ୍ ପାଖରୁ ସାହାଯ୍ୟ ପାଇଁ ଚିତ୍କାର କରି କହୁଥିଲେ। ସେ କହୁଥିଲେ ରିକ୍ସା ରୁକୋ (ରିକ୍ସା ଅଟକାଅ)। ପ୍ରାରମ୍ଭରେ ମୁଁ ଜାଣି ନଥିଲି ଯେ ସେ ସୈଫ୍ ଅଲୀ ଖାନ। ମୁଁ ଏହାକୁ ଏକ ସାଧାରଣ ଆକ୍ରମଣ ମାମଲା ଭାବରେ ଭାବିଥିଲି। ତାପରେ ସାହାଯ୍ୟ କରିବାକୁ ମୁଁ ହସ୍ପିଟାଲ୍‌ ନେଇଗଲି।’’

ଅଟୋ ଡ୍ରାଇଭର ଏହା ମଧ୍ୟ କହିଛନ୍ତି ଯେ ‘‘ସୈଫ୍ ନିଜେ ମୋ ପାଖକୁ ଚାଲି ଆସି ଗାଡ଼ିରେ ବସିପଡ଼ିଲେ। ସେ ଆହତ ଅବସ୍ଥାରେ ଥିଲେ। ତାଙ୍କ ସହିତ ଏକ ଛୋଟ ପିଲା ଏବଂ ଆଉ ଜଣେ ବ୍ୟକ୍ତି ଥିଲେ। ମୋ ଅଟୋରେ ବସିବା ପରେ ଆମେ ଆଠରୁ ଦଶ ମିନିଟ୍ ମଧ୍ୟରେ ହସ୍ପିଟାଲରେ ପହଞ୍ଚିଲୁ।’’

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button