ମନୋରଞ୍ଜନ

କିଏ ନିଜର ଶତୃ କୁ ତ କିଏ ନିଜର ଭାଉଜ କୁ ହିଁ ହୃଦୟ ଦେଇ ବସିଲେ, ଏମିତି ଅଟେ ଏହି 7 ଟି Star Couple ଙ୍କ ଅଜବ ପ୍ରେମର ଗଜବ କାହାଣୀ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏଭଳି କିଛି କଳାକାର ଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ଟିଭି ଇଣ୍ଡଷ୍ଟ୍ରୀ କୁ ଆସିଥିଲେ ତ ଆକ୍ଟିଂଗ କରିବା ପାଇଁ। କିନ୍ତୁ ସେ ଏହି ଇଣ୍ଡଷ୍ଟ୍ରୀ ରେ ନିଜର ଜୀବନ ସାଥି ଙ୍କୁ ମଧ୍ୟ ବାଛି ନେଇଥିଲେ ଏବଂ ନିଜ କୋ-ଷ୍ଟାର ଙ୍କୁ ହିଁ ବିବାହ କରିଥିଲେ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା। ୧. ରଶ୍ମି ଦେଶାଇ ଓ ନନ୍ଦିସ ସନ୍ଧୁ- କଲର୍ସ ଚ୍ୟାନେଲ ରେ ପ୍ରସାରିତ ଟିଭି ସିରିଆଲ ‘ଉତ୍ତରନ୍’ ର ବୀର୍ ଓ ତପସ୍ୟା ର ଯୋଡ଼ି କୁ ଖୁବ ଭଲ ପାଇବା ମିଳିଥିଲା।

ଏହି ଭୂମିକା ରେ ଅଭିନୟ କରିଥିବା କଳାକାର ଦୁହେଁ ହେଉଛନ୍ତି, ‘ରଶ୍ମି ଦେଶାଇ’ ଏବଂ ‘ନନ୍ଦିସ ସନ୍ଧୁ’। ଏହି ଯୋଡି ଙ୍କ ସାକ୍ଷାତ ସୁ-ଟିଂ-ସେ-ଟ ରେ ହୋଇଥିଲା ଏବଂ ପ୍ରଥମେ ଏହି ଯୋଡ଼ି ନିଜ ସମ୍ପର୍କ କୁ ସ୍ୱୀକାର କରି ନଥିଲେ। କିନ୍ତୁ ନନ୍ଦିସ ନିଜ ଜନ୍ମଦିନ ରେ ରଶ୍ମି ଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ। ଏହି ଯୋଡ଼ି ୨୦୧୨ ମସିହାରେ ବିବାହ କରିଥିଲେ। କିନ୍ତୁ ପରେ ଏହି ଯୋଡ଼ି ପରସ୍ପର ଙ୍କୁ ଛାଡ଼ପତ୍ର ଦେଇଥିଲେ।

୨. ଦିବ୍ୟଙ୍କା ତ୍ରିପାଠୀ ଓ ବିବେକ ଦହିୟା- ଟିଭି ସିରିଆଲ ‘ୟେ ହେ ମୋହବତେ’ ରେ ଏହି ଯୋଡି ଙ୍କୁ ଦେଖିବାକୁ ମିଳିଥିଲା। ଏହି ସିରିଆଲ ରେ ଦିବ୍ୟଙ୍କା ‘ଇସୀତା ଭଲ୍ଲା’ ନାମକ ଚରିତ୍ରରେ ଅଭିନୟ କରିଥିଲେ ଏବଂ ବିବେକ ଦହିୟା ଜଣେ ଇନ୍ସପେକ୍ଟର ର ଭୂମିକା ରେ ଅଭିନୟ କରିଥିଲେ। ପରେ ଏହି ଯୋଡ଼ି ୨୦୧୬ ମସିହାରେ ବିବାହ କରିଥିଲେ।

୩. କୀର୍ତ୍ତି ଗାୟକୱାଡ଼ ଓ ଶରଦ କେଲକର- ଏହି ଯୋଡ଼ି ଙ୍କୁ ଟିଭି ସିରିଆଲ ‘ସାତ୍ ଫେରେ’ ରେ ଏକାଠି ଦେଖିବାକୁ ମିଳିଥିଲା।ଏହା ଛଡ଼ା କୀର୍ତ୍ତି ଓ ଶରଦ ଙ୍କୁ ଏକାଠି ସିରିଆଲ ‘ଆକ୍ରୋସ’ ଓ ‘ସି.ଆଇ.ଡି’ ରେ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ସୁନ୍ଦର ଯୋଡ଼ି ୨୦୦୫ ମସିହାରେ ବିବାହ କରିଥିଲେ।

୪. ଦଲ୍ଜିତ କୌର ଓ ଶାଲୀନ ଭାନୋଟ- ଏହି ଯୋଡ଼ିଙ୍କୁ ଟିଭି ସିରିଆଲ ‘କୁଲବଧୂ’ ରେ ଏକାଠି ଦେଖିବାକୁ ମିଳିଥିଲା।୨୦୦୮ ମସିହାରେ ଏହି ଯୋଡ଼ି ଟିଭି ରିଆଲିଟି ସୋ ‘ନଚ ବଲିୟେ’ ରେ ଭାଗ ନେଇଥିଲେ ଏବଂ ସେହି ସୋ ରେ ୱଇନର ମଧ୍ୟ ହୋଇଥିଲେ। ପରେ ୨୦୦୯ ମସିହାରେ ଏହି ଯୋଡ଼ି ପରସ୍ପର ଙ୍କୁ ବିବାହ କରିଥିଲେ। କିନ୍ତୁ ୨୦୧୫ ମସିହାରେ ଏମାନଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା।

୫.ଗୌରୀ ପ୍ରଧାନ ଓ ହିତେନ ତେଜ୍ୱାନୀ- ହିତେନ ଏବଂ ଗୌରୀ ଙ୍କୁ ଏକାଠି ଟିଭି ସିରିଆଲ ‘କୁଟୁମ୍ବ’ ରେ ଏକାଠି ଦେଖିବାକୁ ମିଳିଥିଲା। ଏହି ଯୋଡ଼ି ୨୯ ଏପ୍ରିଲ ୨୦୦୪ ମସିହାରେ ପରସ୍ପର ଙ୍କୁ ବିବାହ କରିଥିଲେ।

୬. ଆଶା ନେଗି ଓ ରିତ୍ଵିକ ଧନଜାନି- ଏହି ଯୋଡ଼ିଙ୍କ ସାକ୍ଷାତ ଟିଭି ସିରିଆଲ ‘ପବିତ୍ର ରିସ୍ତା’ ର ସେଟ ରେ ହୋଇଥିଲା ଏବଂ ଆଶା ଓ ରିତ୍ଵିକ ପରସ୍ପର ଙ୍କୁ ଭଲ ପାଇବାକୁ ଲାଗିଥିଲେ। କିନ୍ତୁ ଖବର ଅନୁସାରେ ଶୁଣିବାକୁ ମିଳୁଛି ଯେ, ଏହି ଯୋଡ଼ି ନିଜର ୬ ବର୍ଷ ର ସମ୍ପର୍କ କୁ ଖରାପ କରି ସାରିଛନ୍ତି।

୭. ସଂଜୀଦା ଶେଖ ଓ ଆମୀର ଅଲ୍ଲୀ- ସଂଜୀଦା ଓ ଆମୀର ‘ନଚ ବଲିୟେ ୩’ ରେ ଭାଗ ନେଇଥିଲେ ଏବଂ ପରସ୍ପର ଙ୍କ ସହିତ ୨୦୧୨ ମସିହାରେ ବିବାହ କରିଥିଲେ। ବର୍ତ୍ତମାନ ଏହି ଯୋଡି ଅଲଗା ହୋଇ ସାରିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button