ଜ୍ୟୋତିଷ

ମହା ଶିବରାତ୍ରିରେ 5 ଟି ଭୁଲ ଆପଣଙ୍କୁ ପଡିପାରେ ଭାରି, ମରିଗଲେ ବି ଶିବରାତ୍ରିରେ ଏମିତି ପୋଷାକ ଓ ଏମିତି ପୂଜା କେବେ ବି କରିବେନି- Shivratri Special

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଏହି ବର୍ଷ ମାର୍ଚ୍ଚ ମାସ ୧୧ ତାରିଖ ଗୁରୁବାର ଦିନ ମହାଶିବରାତ୍ରି ଉତ୍ସବ ପଡୁଅଛି। ମହଦେବ ଙ୍କ ଉତ୍ସବ ମହାଶିବରାତ୍ରି ହିନ୍ଦୁ ଧର୍ମରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ। ପ୍ରାଚୀନ ପୁରାଣ ଅନୁସାରେ ମହାଶିବରାତ୍ରି ଦିନ ମଧ୍ୟ ରାତ୍ରିରେ ମହାଦେବ ସ୍ୱୟଂ ଲିଙ୍ଗ ଉପରେ ପ୍ରକଟ ହୋଇଥିଲେ।ଏହାଦ୍ବାରା ସମସ୍ତ ବ୍ରହ୍ମାଣ୍ଡ ସକରାତ୍ମକ ଉର୍ଜା ରେ ପରିପୂର୍ଣ୍ଣ ହୋଇଯାଇଥିଲା। ଏହା ମହଦେବ ଙ୍କ ନିରାକାର ରୂପରୁ ସାକାର ରୂପ ଥିଲା। ପ୍ରଥମ ଥର ପାଇଁ ଶିବ ଲିଙ୍ଗ ର ପୂଜା ଭଗବାନ ବିଷ୍ଣୁ ଏବଂ ବ୍ରହ୍ମଦେବ କରିଥିଲେ।ଏହା ସହିତ ମାତାଲକ୍ଷ୍ମୀ, ସରସ୍ୱତୀ, ରତ୍ତି ଏବଂ ଗାୟତ୍ରୀ ଭଗବାନ ଶିବ ଙ୍କ ବ୍ରତ କରିଥିଲେ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ବନ୍ଧରେ ଉଲ୍ଲେଖ କରା ଯାଇଛି ଯେ, ମହା ଶିବରାତ୍ରି ବ୍ରତ ପାଳନ କରୁଥିବା ସମୟରେ ଏହି ଭୁଲ ଆଦୋୖ କରିବା ଉଚିତ ନୁହେଁ। ଏହାଦ୍ବାରା ମହାଦେବ କ୍ରୋଧିତ ହୋଇଥାନ୍ତି। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

ପ୍ରଥମେ ଆସନ୍ତୁ ଜାଣିବା ଏହି ପବିତ୍ର ମହାଶିବରାତ୍ରି ଦିନ କଣ ସବୁ କରିବା ଉଚିତ

୧. ବନ୍ଧୁଗଣ ମହାଶିବରାତ୍ରି ଦିନ ପ୍ରାତଃକାଳ ରୁ ଉଠି ସ୍ନାନ କରିବା ଉଚିତ ଏବଂ ଏହାପରେ ଶୁଭ କାଳରେ ମନ୍ଦିର ଯିବା ଉଚିତ। ମନ୍ଦିର ଯିବା ସମୟରେ ସଫା ସୁତୁରା ପୋଷକ ପିନ୍ଧିବା ଆବଶ୍ୟକ।

୨. ଏହି ଦିନ ଭଗବାନ ଶିବ ଙ୍କ ଆରାଧନା କରନ୍ତୁ ଏବଂ ମହାଦେବ ଙ୍କ ମନ୍ତ୍ର ‘ଓଁ ନମଃ ଶିବାୟ’ ଜପ ଅବଶ୍ୟ କରନ୍ତୁ।


୩. ଏହି ପବିତ୍ର ଅବସର ରେ ଯଦି ଆପଣ ଉପବାସ କରୁଛନ୍ତି ତେବେ, ଆପଣ ଭୋଜନ ଗ୍ରହଣ କରନ୍ତୁ ନାହିଁ ଏବଂ ଫଳ ର ସେବନ କରନ୍ତୁ। ଏହାର ପରଦିନ ହିଁ ନିଜ ବ୍ରତ ଭାଙ୍ଗନ୍ତୁ। ଯଦି ଆପଣ କ୍ଷୁଧା ସହ୍ୟ କରି ପାରୁ ନାହାନ୍ତି ତେବେ ଆପଣ କେବଳ ଏକ ସମୟ ଭୋଜନ କରି ପାରିବେ।

ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ପବିତ୍ର ଅବସର ମହାଶିବରାତ୍ରି ଦିନ କେଉଁ ସବୁ କାର୍ଯ୍ୟ କରିବା ଅନୁଚିତ


୧. ବନ୍ଧୁଗଣ ଏହି ଶୁଭ ଦିନ ରେ ଭୁଲ ରେ ମଧ୍ୟ ମାଂସ ଓ ମ-ଦ-ର ସେବନ କରନ୍ତୁ ନାହିଁ। ନଚେତ ଆପଣଙ୍କୁ ଅନେକ ବିପଦ ର ସମ୍ମୁଖୀନ ହେବାକୁ ପଡ଼ିବ।


୨. ଏହି ପବିତ୍ର ଦିବସ ରେ ବିଳମ୍ବ ପର୍ଯ୍ୟନ୍ତ ଆଦୋୖ ଶୁଅନ୍ତୁ ନାହିଁ ନଚେତ ଆପଣ ଦୁର୍ଭାଗ୍ୟ ର ଶିକାର ହେବେ। ଏହା ସହିତ ଏହି ଦିନ ଗହମ ରୁ ତିଆରି ଖାଦ୍ୟ ପଦାର୍ଥ ର ସେବନ ଆଦୋୖ କରନ୍ତୁ ନାହିଁ।କେବଳ ଫଳ ମୂଳ ଏବଂ କ୍ଷୀର ର ସେବନ କରନ୍ତୁ।

୩. ଯଦି ଆପଣ ମହଦେବ ଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତେବେ ଏହି ଦିନ ଭୁଲ ରେ ମଧ୍ୟ କଳା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ନାହିଁ। ଯେତେ ସମ୍ଭବ ଲାଲ ରଙ୍ଗ ର ବସ୍ତ୍ର ଧାରଣ କରନ୍ତୁ। ଏହାଦ୍ବାରା ଭଗବାନ ଶିବ ପ୍ରସନ୍ନ ହେବେ।


୪. ଏହି ଦିନ ପତି ଓ ପତ୍ନୀ ଭୁଲ ରେ ମଧ୍ୟ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ। ନଚେତ ଆପଣ ଭଗବାନ ଶିବ ଙ୍କ କ୍ରୋଧର ଶିକାର ହେବେ।


୫. ବନ୍ଧୁଗଣ ଭଗବାନ ଶିବ ଙ୍କୁ ପ୍ରସନ୍ନ କରିବା ନିମନ୍ତେ ଆପଣ ଏହି ଦିନ ଯେତେ ଅଧିକ ଦାନ କରିବେ ଆପଣଙ୍କୁ ସେତେ ଅଧିକ ମାତ୍ରାରେ ଭଗବାନ ଶିବ ଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ଏବଂ ଆପଣ ପୂଣ୍ୟ ର ଅଧିକାରୀ ହେବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button