ଜ୍ୟୋତିଷ

ଘର ର ମନ୍ଦିରରେ କେବେ ବି ରଖନ୍ତୁ ନାହିଁ ଭଗବାନଙ୍କର ଏହି ୪ଟି ମୂର୍ତ୍ତି, ପୁରା ଘର ହେଇଯାଏ ବର୍ବାଦ, ମାଡି ଆସେ ସଙ୍କଟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ହିନ୍ଦୁ ଧର୍ମର ପ୍ରାୟତଃ ବ୍ୟକ୍ତି ନିଜ ଘରେ ଅନେକ ଦେବାଦେବୀ ଙ୍କ ମୂର୍ତ୍ତି ସ୍ଥାପନ କରିଥାନ୍ତି। ସେମାନେ ଚାହିଁଥାନ୍ତି ଯେ, ସମସ୍ତ ଦେବାଦେବୀ ଙ୍କ ଆଶୀର୍ବାଦ ସଦା ସର୍ବଦା ତାଙ୍କ ଉପରେ ରହୁ। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଏଭଳି ଦେବା ଦେବୀ ଅଛନ୍ତି ଯେଉଁ ମାନଙ୍କ ପ୍ରତିମୂର୍ତ୍ତି ଘରେ ସ୍ଥାପନ କରିବା ଏବଂ ପୂଜା କରିବା ଆଦୋୖ ଉଚିତ ନୁହେଁ। ଏହାଦ୍ବାରା ଆପଣଙ୍କ ସର୍ବନାଶ ହୋଇପାରେ ଏବଂ ଆପଣଙ୍କ ଜୀବନରେ ଖରାପ ସମୟ ର ଆଗମନ ହେବାର ସମ୍ଭାବନା ଥାଏ।

ଶାସ୍ତ୍ର ରେ ଏଭଳି ୪ଟି ଦେବା ଦେବୀ ଙ୍କ ପ୍ରତିମୂର୍ତ୍ତି ସମ୍ବନ୍ଧରେ ଉଲ୍ଲେଖନୀୟ ରହିଛି ଯେଉଁ ମାନଙ୍କ ମୂର୍ତ୍ତି ଘରେ ସ୍ଥାପନ କରି ପୂଜା କରିବା ଦ୍ୱାରା ଆପଣଙ୍କ ଜୀବନ ବର୍ବାଦ ହୋଇପାରେ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମରେ ହେଉଛନ୍ତି ‘ଭଗବାନ ଶନିଦେବ’। ସୂର୍ଯ୍ୟ ପୁତ୍ର ଶନିଦେବ ଙ୍କ ପୂଜା ସ୍ଥଳ ଅନ୍ୟ ଦେବାଦେବୀ ଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ଶନି ମହାରାଜ ଙ୍କୁ ସୂର୍ଯ୍ୟାସ୍ତ ପରେ ପୂଜା କରା ଯାଇଥାଏ ଏବଂ ତାଙ୍କ ପୂଜା ର ଅନେକ ନିୟମ ଓ ବିଧି ବିଧାନ ରହିଛି। ଶନିଦେବ ଙ୍କ ମୂର୍ତ୍ତି ଘରେ ସ୍ଥାପନ କରି ପୂଜା କରିବା ଅନୁଚିତ। ତେଣୁ ଆପଣ ଯଦି ଭଗବାନ ଶନିଦେବ ଙ୍କ ପୂଜା ଆରାଧନା କରିବାକୁ ଚାହୁଁଛନ୍ତି ତେବେ ମନ୍ଦିରରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ଆପଣ ପୂଜା କରି ପାରିବେ।

୨. ବନ୍ଧୁଗଣ ଦ୍ଵିତୀୟ ରେ ହେଉଛନ୍ତି, ‘ଭୈରବ ଦେବ’।ଭଗବାନ ଭୈରବ ଦେବ ମହାଦେବ ଙ୍କ ର ହିଁ ଏକ ରୂପ ଅଟନ୍ତି। କିନ୍ତୁ ଭୈରବ ଦେବ ତନ୍ତ୍ର ମନ୍ତ୍ର ବିଧା ର ଭଗବାନ ଅଟନ୍ତି। ତେଣୁ ଭୈରବ ଦେବ ଙ୍କ ପ୍ରତିମୂର୍ତ୍ତି ଘର ଭିତରେ ସ୍ଥାପନ କରି ପୂଜା କରିବା ଉଚିତ ନୁହେଁ। ମହଦେବ ଙ୍କ ଏହି ରୂପକୁ ଘରେ ପ୍ରତିଷ୍ଠା କରିବା ଦ୍ୱାରା ଆପଣଙ୍କ ଅନିଷ୍ଠ ହୋଇପାରେ।

୩. ବନ୍ଧୁଗଣ ତୃତୀୟ ରେ ହେଉଛନ୍ତି, ‘ନଟ୍ରାଜ’।ଭଗବାନ ଶିବ ଙ୍କ ଅନ୍ୟ ଏକ ରୂପ ନଟ୍ରାଜ ଅଟନ୍ତି। ଭଗବାନ ଶିବ ଙ୍କ ମୂର୍ତ୍ତି କୁ ଘରେ ସ୍ଥାପନ କରି ପୂଜା କରିବା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ। କିନ୍ତୁ ଭଗବାନ ଶିବ ଙ୍କ ଏହି ନଟ୍ରାଜ ରୂପ ତାଙ୍କର ରୌଦ୍ର ରୂପ ଅଟେ। ଭଗବାନ ଶିବ ଯେତେବେଳେ ବହୁତ ଅଧିକ ରାଗିଥାନ୍ତି ତେବେ ସେ ଏହି ରୌଦ୍ର ରୂପ ଧାରଣ କରନ୍ତି।ଯଦି ଆପଣ ଭଗବାନ ଶିବ ଙ୍କ ଏହି ରୂପ କୁ ନିଜ ଘରେ ସ୍ଥାପନ କରି ପୂଜା କରିବେ ତେବେ ଆପଣଙ୍କ ଘରେ ଅଶାନ୍ତି ସୃଷ୍ଟି ହେବ।

୪. ବନ୍ଧୁଗଣ ଚତୁର୍ଥ ରେ ହେଉଛନ୍ତି, ‘ରାହୁ ଓ କେତୁ’।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁ ଓ କେତୁ ଙ୍କୁ ପାପୀ ଗ୍ରହ ରୂପରେ ବିବେଚନା କରାଯାଏ। ଏହି ଗ୍ରହ ଯେଉଁ ବ୍ୟକ୍ତି ର କୁଣ୍ଡଳୀ ରେ ପ୍ରବେଶ କରନ୍ତି। ସେମାନଙ୍କ ଜୀବନ ନର୍କ ସଦୃଶ ହୋଇଯାଇଥାଏ। ଗ୍ରହ ଦୋଷରୁ ମୁକ୍ତି ପାଇବା ପାଇଁ ରାହୁ ଓ କେତୁ ଙ୍କୁ ପୂଜା ଆରାଧନା କରାଯାଏ। କିନ୍ତୁ ଯଦି ଆପଣ ରାହୁ ଓ କେତୁ ଙ୍କ ପ୍ରତିମୂର୍ତ୍ତି ଆପଣଙ୍କ ଘରେ ସ୍ଥାପନ କରିବେ ତେବେ ଆପଣଙ୍କ ଜୀବନରେ ଖରାପ ସମୟର ଆଗମନ ହେବାର ସମ୍ଭାବନା ରହିଥାଏ। ତେଣୁ ରାହୁ ଓ କେତୁ ଙ୍କ ମୂର୍ତ୍ତି କୁ ଘର ବାହାରେ ଅର୍ଥାତ ମନ୍ଦିର ରେ ହିଁ ସ୍ଥାପନ କରି ପୂଜା କରିବା ଉଚିତ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button