ଜ୍ୟୋତିଷ

ପବିତ୍ର ଜାଗର ଅବସର ରେ ଲଗାନ୍ତୁ ଏହି ଜାଗାରେ ଦୀପ ଦେଖନ୍ତୁ କେମିତି ମାଡି ଆସୁଛି ଧନ

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆଜି ଏକ ସୁନ୍ଦର ବିଷୟ ବସ୍ତୁ ରହିଛି କି ମହାଶିବରାତ୍ରିରେ ୫ ଟି ଦୀପ ଲଗାଇବା ବା କେଉଁ ଜାଗାରେ ଲଗାଇବା? ଯାହା ଦ୍ଵାରା କି ଯେ କୌଣସି ସମସ୍ୟା ଥିବା ତାହା ଦୂର ହୋଇଯିବ।
ଯଦି ଆପଣ ରୋଜଗାରକୁ ବଢାଇବା ପାଇଁ ଚାହୁଁଛନ୍ତି, ଆପଣଙ୍କ ରୋଜଗାର ନିଅଣ୍ଟ ପଡୁଛି ଏହି ସବୁ ସମସ୍ୟା ଯଦି ଆପଣ ଭୋଗ କରୁଛନ୍ତି। ତାହାଲେ ଜାଗର ଦିନ ଏହି ଉପାୟ ନିଶ୍ଚିନ୍ତ କରନ୍ତୁ। ତାହାଲେ ଉପାୟଟି ହେଉଛି ୫ ଟି ଦୀପର ପ୍ରତିକାର।
ବନ୍ଧୁଗଣ ୧୮ ଫେବୃୟାରୀ ୨୦୨୩ ପବିତ୍ର ମହାଶିବରାତ୍ରି। ପ୍ରତ୍ୟେକ ଓଷା, ବ୍ରତ, ଅନୁଷ୍ଠାନ, ପୂଜାପାଠ ଯେତେସବୁ ଅନୁଷ୍ଠାନ ରହିଛି ସବୁଥିରେ ଦୀପର ମହତ୍ତ୍ଵ ରହିଛି। ପୂଜାପାଠ ଦୀପ ବିନା ଅସମ୍ପୂର୍ଣ୍ଣ ରହିଥାଏ।
ଆମେ ଯେଉଁ ପୂଜା, ଓଷା କରୁଛେ ଦୀପ ହେଉଛି ତାହାର ସାକ୍ଷୀ ସ୍ୱରୂପ। ଆପଣଙ୍କର ଯେମିତିକା ବି ରୋଜଗାରର ଅସୁବିଧା ଥାଉ ନା କାହିଁକି ତାହା ଦୂର ହୋଇଯିବ। ସନ୍ଧ୍ୟା ସମୟରେ ଆପଣ ପାଞ୍ଚଟି ଦୀପ ପ୍ରସ୍ତୁତ କରିବେ।
ନହଲେ କଳାବିରିକୁ କୁଟି ଅଟା ଭଳି ପାଉଡର କରିଦେବେ। ସେହି ବିରିକୁ ଅଟା ଚକଟିଲା ଭଳି ଆପଣ ଚକଟି ପାଞ୍ଚଟି ଦୀପ ପ୍ରସ୍ତୁତ କରିବେ। ପ୍ରତ୍ୟେକ ଦୀପରେ ସୂତା ଘିଅ ନଦେଇ ରାଶି ତେଲ ଦେବେ ଏବଂ ଦୁଇଟି ଲେଖାଏଁ ବଳିତା ଦେଇ ଦୀପ ପ୍ରସ୍ତୁତ କରିବେ।
ଦୀପ ପ୍ରସ୍ତୁତ ସରିବା ପରେ ସେହି ପାଞ୍ଚଟି ଯାକ ଦୀପ ଆପଣଙ୍କ ଠାକୁର ଘର ସାମ୍ନାରେ ସ୍ଥାପନ କରିବେ। ଏମିତି ସ୍ଥାପନ କରିବେ ଯେମିତି ଗୋଟେ ଦୀପର ମୁଖ ପୂର୍ବକୁ ରହିବ, ଆଉ ଗୋଟେ ଦୀପର ମୁଖ ପଶ୍ଚିମକୁ ରହିବ।
ଏବଂ ଆଉ ଗୋଟେ ଦୀପର ମୁଖ ଉତ୍ତରକୁ ରହିବ, ଆଉ ଗୋଟେ ଦୀପ ଦକ୍ଷିଣକୁ ରହିବ ଏମିତି ଚାରୋଟି ଦୀପ ଚାରିଦିଗକୁ ମୁଖ କରି ସ୍ଥାପନ କରିବେ। ଏବଂ ମଝିରେ ଆଉ ଗୋଟେ ଦୀପ ଆପଣ ସ୍ଥାପନ କରିବେ।
ଆପଣ ଦୀପ ଯେତେବେଳେ ପ୍ରଜ୍ବଳନ କରିବେ ସେତେବେଳେ ପାଞ୍ଚଟି ଯାକ ଦୀପକୁ ଗୋଟେ ଆସନ ଉପରେ ରଖିବେ। କାହିଁକି ନା ଦୀପ ତଳେ ରଖାଯାଏ ନାହିଁ। ଶାସ୍ତ୍ର କୁହେ ଯେଉଁ ବ୍ୟକ୍ତି ମାନେ ଭୂମି ଉପରେ ସାକ୍ଷାତ ଦୀପକୁ ସ୍ଥାପନ କରନ୍ତି।
ସେମାନେ ସାତ ଜନ୍ମ ପର୍ଯ୍ୟନ୍ତ ଅନ୍ଧତ୍ଵକୁ ଗ୍ରହଣ କରନ୍ତି। ପ୍ରତ୍ୟେକ ଦୀପରେ ଗୋଟେ ଫୁଲ ଥିବା ଲବଙ୍ଗ, ଗୋଟେ ଗୁଜୁରାତି ଏବଂ ଅଳ୍ପ ଟିକେ ଟିକେ କେଶର ଦେବେ ତା’ପରେ ଆପଣ ଦୀପ ପ୍ରଜ୍ବଳନ କରିବେ।
ଯେତେବେଳେ ଆପଣ ଦୀପ ପ୍ରଜ୍ବଳନ କରିବେ ମନ ଭିତରେ ଥିବା ଆପଣଙ୍କର ଯେ କୌଣସି ଧନଜନିତ ମନସ୍କାମନା ଆପଣ ମହାଦେବକୁ ଜଣାଇବେ। ଏହାପରେ ଆପଣ ପ୍ରଣାମ କରିଦେବେ।
ଏବଂ ଆପଣ ଯଦି ଅଶ୍ଵସ୍ଥ ଗଛ ମୂଳରେ ଏହିଭଳି ପାଞ୍ଚଟି ଦୀପ ପ୍ରସ୍ତୁତ କରି ପ୍ରଜ୍ବଳନ କରିବେ ତାହାଲେ ମଧ୍ୟ ଆପଣଙ୍କୁ ବହୁତ ପୁଣ୍ୟଫଳ ପ୍ରାପ୍ତି ହେବ। ଆପଣ ଚେଷ୍ଟା କରନ୍ତୁ ତିନିଟି ଯାଗାରେ ଏହିଭଳି ଦୀପ ସ୍ଥାପନା କରିବା ପାଇଁ।
ଗୋଟେ ହେଉଛି ଆପଣଙ୍କର ଠାକୁର ଘର ସାମ୍ନାରେ, ଦ୍ଵିତୀୟରେ ହେଉଛି ଶିବ ମନ୍ଦିରରେ , ତୃତୀୟରେ ହେଉଛି ଅଶ୍ଵସ୍ଥ ଗଛ ମୂଳରେ। ଏହି ପାଞ୍ଚଟି ଦୀପ ଯଦି ଆପଣ ମହାଶିବ ରାତ୍ରିରେ ଜଳାଉଛନ୍ତି ତାହାଲେ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button