ମନୋରଞ୍ଜନ

Bollywood ର ଏହି ସୁନ୍ଦରୀ ହିରୋଇନ ଙ୍କ ପାଇଁ ଦିବାନା ଥିଲେ Bobby Deol, କରିବାକୁ ଚାହୁଁଥିଲେ ବିବାହ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ବବି ଦେଓଲ ଙ୍କ ସମ୍ବନ୍ଧରେ ଥିବା କିଛି ତଥ୍ୟ ସମ୍ବନ୍ଧରେ।ବନ୍ଧୁଗଣ ସୁପରଷ୍ଟାର ଧର୍ମେନ୍ଦ୍ର ଙ୍କ ପୁତ୍ର ଏବଂ ଆକ୍ସନ ହିରୋ ସାନି ଦେଓଲ ଙ୍କ ସାନ ଭାଇ ବବି ଦେଓଲ ଙ୍କୁ ତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ। ଏହି ଅଭିନେତା ବର୍ତ୍ତମାନ ୫୦ ବର୍ଷ ବୟସ ର ହୋଇଯାଇଛନ୍ତି। ଅଭିନେତା ବବି ଦେଓଲ ଙ୍କ ଜନ୍ମ ୨୭ ଜାନୁଆରୀ ୧୯୬୯ ମସିହାରେ ମୁମ୍ବାଇ ସହର ରେ ହୋଇଥିଲା। ନିଜ ଯୌବନ ସମୟରେ ବବି ବହୁତ ହାଣ୍ଡସମ ଏବଂ ଡ୍ୟାସିଂ ଦେଖା ଯାଉଥିଲେ। ବହୁତ କମ ଲୋକ ଙ୍କୁ ଏହା ଜଣା ଯେ, ବବି ଦେଓଲ ଙ୍କ ଅସଲି ନାମ ବିଜୟ ସିଂ ଦେଓଲ ଅଟେ।

ନିଜ ଅଭିନୟ କ୍ୟାରିଆର ରେ ଏହି ଅଭିନେତା ଜଣକ ବହୁତ ସୁପରହିଟ ଫିଲ୍ମ ବଲିଉଡ ଇଣ୍ଡଷ୍ଟ୍ରୀ କୁ ପ୍ରଦାନ କରିଛନ୍ତି। ‘ବାଦଲ ବର୍ଷାତ’, ‘ୟମଲା ପଗଲା ଦିୱାନା’ ଭଳି ସୁପରହିଟ ଫିଲ୍ମ ରେ ବବି ଦେଓଲ ନାୟକ ଭୂମିକା ରେ ଅଭିନୟ କରିଛନ୍ତି। ବହୁତ ବର୍ଷ ପର୍ଯ୍ୟନ୍ତ ଫିଲ୍ମ ଦୁନିଆରୁ ଦୂରରେ ରହିବା ପରେ ସଲମାନ ଖାଁ ଙ୍କ ଫିଲ୍ମ ‘ରେସ ୩’ ରୁ ଅଭିନେତା ବବି ଦେଓଲ କମବ୍ୟାକ କରିଥିଲେ।

ବର୍ତ୍ତମାନ ସମୟରେ ବବି ଙ୍କ ପାଖରେ ଫିଲ୍ମ ର ଅଭାବ ରହିନାହିଁ। ବନ୍ଧୁଗଣ ବବି ଦେଓଲ ଙ୍କ ସମ୍ବନ୍ଧରେ ଏଭଳି ଏକ ଗୋପନୀୟ ତଥ୍ୟ ରହିଛି ଯାହା ଆପଣ ଜାଣିଲେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହେବେ। ଆଜି ଆମେ ଆପଣଂକୁ ସେହି ତଥ୍ୟ ସମ୍ବନ୍ଧରେ କହିବୁ।ବନ୍ଧୁଗଣ ବବି ଦେଓଲ ନିଜ ପରିବାର କୁ ବହୁତ ଭଲ ପାଆନ୍ତି ଏବଂ ସର୍ବଦା ନିଜ ପରିବାର ସଦସ୍ୟ ଙ୍କ ସହିତ ହସଖୁସିରେ ନିଜ ସମୟ ଅତିବାହିତ କରନ୍ତି।କିନ୍ତୁ ଏକ ସମୟ ଏଭଳି ଥିଲା ଯେବେ ବବି ଙ୍କ ଜଣେ ଝିଅ ଙ୍କୁ ନିଜ ଠାରୁ ମଧ୍ୟ ଅଧିକ ଭଲ ପାଉଥିଲେ। ବନ୍ଧୁଗଣ ସେହି ଝିଅ କୌଣସି ସାଧାରଣ ଝିଅ ନଥିଲେ, ସେ ଥିଲେ ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ‘ନିଲମ’।

ବନ୍ଧୁଗଣ ଅଭିନେତା ବବି ଦେଓଲ ଏବଂ ଅଭିନେତ୍ରୀ ନିଲମ ପରସ୍ପର ଙ୍କୁ ବହୁତ ଭଲ ପାଉଥିଲେ ଏବଂ ବିବାହ କରିବା ନିମନ୍ତେ ମଧ୍ୟ ଚାହୁଁଥିଲେ। ଏହି ଦୁହେଁ ପରସ୍ପର ଙ୍କ ସହ ୫ ବର୍ଷ ରିଲେସନ ରେ ରହିଥିଲେ। ସେହି ସମୟରେ ଏହି ଦୁହିଁ ଙ୍କ ଯୋଡ଼ି କୁ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରୁଥିଲେ ଏବଂ ଏହା ମଧ୍ୟ ଶୁଣିବାକୁ ମିଳିଥିଲା ଯେ, ଏହି ଯୋଡି ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। କିନ୍ତୁ ବନ୍ଧୁଗଣ ଅଚାନକ ଏହି ଦୁହିଁଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା।

ଏମିତି ରେ କହିବାକୁ ଗଲେ ଏମାନଙ୍କ ସମ୍ପର୍କ ଭାଙ୍ଗିବା ପଛରେ ବହୁତ କାରଣ ଶୁଣିବାକୁ ମିଳିଥିଲା କିନ୍ତୁ ସବୁଠାରୁ ପ୍ରମୁଖ କାରଣ ଥିଲେ ବବି ଦେଓଲ ଙ୍କ ପିତା ଧର୍ମେନ୍ଦ୍ର। ଆଜ୍ଞା ବନ୍ଧୁଗଣ ଧର୍ମେନ୍ଦ୍ର ହିଁ ଏହି ଦୁହିଁ ଯୋଡ଼ି ଙ୍କ ସମ୍ପର୍କ ଭାଙ୍ଗିବା ର ମୁଖ୍ୟ କାରଣ ଥିଲେ। ଧର୍ମେନ୍ଦ୍ର ଚାହୁଁ ନଥିଲେ ଯେ, ତାଙ୍କ ପୁତ୍ର ବବି ଦେଓଲ ଙ୍କ ବିବାହ କୌଣସି ବଲିଉଡ ଅଭିନେତ୍ରୀ ଙ୍କ ସହ ନ ହେଉ ତେଣୁ ସେ ବବି ଏବଂ ନିଲମ ଙ୍କ ସଂପର୍କ କୁ ସ୍ୱୀକାର କରି ନଥିଲେ। ଏହି କାରଣ ରୁ ବବି ଦେଓଲ ଏବଂ ନିଲମ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ।

ଏହାପରେ ନିଜର ପ୍ରଥମ ଫିଲ୍ମ ‘ବର୍ଷାତ’ ପରେ ୧୯୯୬ ମସିହାରେ ବବି ଦେଓଲ ବିବାହ କରିଥିଲେ। ତାଙ୍କ ପତ୍ନୀ ଙ୍କ ନାମ ହେଉଛି ତାନ୍ୟା ଦେଓଲ ଅଟେ। ସୁନ୍ଦରତା ରେ ତାନ୍ୟା କୌଣସି ବଲିଉଡ ଅଭିନେତ୍ରୀ ଙ୍କ ଠାରୁ ମଧ୍ୟ କମ ନୁହଁନ୍ତି। ବର୍ତ୍ତମାନ ବବି ଏବଂ ତାନ୍ୟା ଙ୍କ ବିବାହକୁ ୨୩ ବର୍ଷ ସମ୍ପୂର୍ଣ୍ଣ ହୋଇସାରିଛି।ଏହି ଯୋଡି ୩୦ ମଇ ୧୯୯୬ ରେ ବିବାହ କରିଥିଲେ। ଅଭିନେତ୍ରୀ ନିଲମ ମଧ୍ୟ ବହୁତ ବର୍ଷ କୁଆଁରୀ ରହିବା ପରେ ୨୪ଜାନୁଆରୀ ୨୦୧୧ ମସିହାରେ ମଡେଲର ଏବଂ ଅଭିନେତା ସମୀର ସୋନି ଙ୍କୁ ବିବାହ କରିଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button