ଜ୍ୟୋତିଷ

୨୦୨୬ର ଦିବ୍ୟ ଉପାୟ, ଜାଣନ୍ତୁ ମା’ ଲକ୍ଷ୍ମୀଙ୍କୁ କେମିତି କରିବେ ପ୍ରସନ୍ନ

ଧନର ଦେବୀ ମା’ ଲକ୍ଷ୍ମୀ । ସମସ୍ତେ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ପୂଜା କରନ୍ତି । ଯେଉଁମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଥାଏ ସେମାନେ ସୁଖମୟ ଜୀବନ ଯାପନ କରନ୍ତି । ସେମାନଙ୍କ ଜୀବନରେ କୌଣସି ଜିନିଷର ଅଭାବ ନଥାଏ । ପ୍ରତ୍ୟେକ ବ୍ୟକ୍ତି ଚାହିଁଥାନ୍ତି ଯେ ମା’ ଲକ୍ଷ୍ମୀଙ୍କ ଆଶିର୍ବାଦ ସର୍ବଦା ତାଙ୍କ ଉପରେ ରହିଥାଉ । ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତିଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ରହିଥାଏ, ସେମାନଙ୍କ ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ।

ତେବେ ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ୨୦୨୬ ଆରମ୍ଭ ହେବାକୁ ଯାଉଛି । ନୂଆବର୍ଷରେ ସମସ୍ତେ ଆଶା କରନ୍ତି ବର୍ଷ ସାରା ସେମାନଙ୍କ ଜୀବନରେ ସୁଖ ସମୃଦ୍ଧି ଆସୁ । ପ୍ରାୟତଃ କିଛି ଲୋକ ନୂଆ ବର୍ଷରେ ନିୟମ ମାନି ଚଳିବା ପାଇଁ ସଂକଳ୍ପ ନିଅନ୍ତି । କିନ୍ତୁ ଏହା କିଛି ଦିନ ପାଇଁ ସୀମିତ ରୁହେ । ତେଣୁ, ଯଦି ଆପଣ ଆଗାମୀ ବର୍ଷରେ ଧନର ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁ ଚାହୁଁଛନ୍ତି ତଥା ସୁଖ, ସମୃଦ୍ଧି ଏବଂ ମା’ଙ୍କ ଆଶୀର୍ବାଦ ପାଇବାକୁ ଚାହୁଁଛନ୍ତି, ତେବେ ନୂଆ ବର୍ଷ ଅର୍ଥାତ୍ ୨୦୨୬ ଆରମ୍ଭ ହେବା ପୂର୍ବରୁ କିଛି ଉପାୟକୁ ଆପଣାନ୍ତୁ । ଗରୁଡ଼ ପୁରାଣ ଅନୁସାରେ ୨୦୨୬ ପୂର୍ବରୁ ଆପଣ କିଛି ଶୁଭ କାର୍ଯ୍ୟ କଲେ ଆପଣଙ୍କ ଜୀବନରେ  ମା’ଙ୍କ ଆଶୀର୍ବାଦ ସଦା ସର୍ବଦା ରହିବ ।

ଗରୁଡ଼ ପୁରାଣ ଅନୁସାରେ, ଦାରିଦ୍ର୍ୟ ସେହି ଘରେ ବାସ କରେ ଯେଉଁଠାରେ ମହିଳାମାନଙ୍କୁ ଅସମ୍ମାନ କରାଯାଏ । ଆଉ ଦେବୀ ଲକ୍ଷ୍ମୀ କେବଳ ସେହି ଘରେ ବାସ କରନ୍ତି ଯେଉଁଠାରେ ମହିଳାମାନଙ୍କୁ ଉପଯୁକ୍ତ ସମ୍ମାନ ଏବଂ ପ୍ରେମ ମିଳେ । ଏପରି ପରିସ୍ଥିତିରେ ଯଦି ଆପଣ ୨୦୨୬ରେ ଆପଣଙ୍କ ଘରେ ସମୃଦ୍ଧି ଚାହୁଁଛନ୍ତି, ତେବେ ଆପଣ ମହିଳାମାନଙ୍କୁ ସମ୍ମାନ ଦିଅନ୍ତୁ ।

ଆର୍ଥିକ ସମସ୍ୟାରୁ ରକ୍ଷା ପାଇବା ପାଇଁ ଦାନକୁ ସର୍ବୋତ୍ତମ ଉପାୟ ବୋଲି କୁହାଯାଏ । ଆପଣଙ୍କ ଆୟର ଛୋଟ ଅଂଶ ଗରିବ, ଗୋ ସେବା କିମ୍ବା ଧାର୍ମିକ କାର୍ଯ୍ୟରେ ଦାନ କରିବା ଦ୍ୱାରା ଆପଣଙ୍କ ଜୀବନରେ ଧନର ଅଭାବ ରହିବ ନାହିଁ । ନୂତନ ବର୍ଷ ଆରମ୍ଭ ହେବା ପୂର୍ବରୁ ଦାନ କରିବାକୁ ପ୍ରତିଜ୍ଞା କରନ୍ତୁ, ଯାହା ଦ୍ୱାରା ଭବିଷ୍ୟତରେ ଆପଣଙ୍କ ପାଖରେ ମା’ଙ୍କ ଆଶୀର୍ବାଦ ରହିବ ।

ଅନେକ ଲୋକଙ୍କ ଧନ ବଢ଼ିଲେ ଅହଂକାର ବଢ଼େ । ଗରୁଡ଼ ପୁରାଣରେ କୁହାଯାଇଛି ଯେ ଯେଉଁମାନେ ଟଙ୍କାକୁ ଅସମ୍ମାନ କରନ୍ତି କିମ୍ବା ଏହାକୁ ଅନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରନ୍ତି ସେମାନଙ୍କ ପାଖରୁ ମା’ ଲକ୍ଷ୍ମୀ ଦୂରେଇ ଯାଆନ୍ତି । ୨୦୨୬ରେ ସଫଳତା ପାଇବାକୁ ଚାହୁଁଥିଲେ ଲୋଭ କରନ୍ତୁ ନାହିଁ । ସତ୍ୟ ପଥକୁ ଆପଣାଇ ରୋଜଗାର କରିବା ଉପରେ ଧ୍ୟାନ ଦିଅନ୍ତୁ । ଗରୁଡ଼ ପୁରାଣ ଅନୁସାରେ, ଘରକୁ ସଫା ରଖିବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୁଏ ଏବଂ ମା’ ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button