UPSC ପ୍ରିଲିମ୍ସ ୨୦୨୫ ଆର୍ଡମିଟ୍ କାର୍ଡ ଜାରି, ଜାଣନ୍ତୁ କ’ଣ ରହିଛି ନିର୍ଦ୍ଦେଶାବଳୀ

ୟୁପିଏସସି ପରୀକ୍ଷା ପାଇଁ ଆବେଦନକାରୀଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ବର୍ତ୍ତମାନ UPSCର ପ୍ରିଲିମ୍ସ ଆଡମିଟ୍ କାର୍ଡ ଜାରି ହୋଇଛି । ପରୀକ୍ଷା ପାଇଁ ମେ ୨୫କୁ ଧାର୍ଯ୍ୟ କରାଯାଇଛି । UPSC SCE ଜରିଆରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀଙ୍କୁ ୯୭୯ ପଦବୀ ପାଇଁ ନିଯୁକ୍ତି ଦିଆଯିବ । ଏହି ନିଯୁକ୍ତିରେ IAS, IPS, IFS ଭଳି ପଦବୀ ରହିଛି । ଏହା ସହିତ ଭାରତୀୟ ବନ ଅଧିକାରୀ ନିଯୁକ୍ତି ପାଇଁ ୧୫୦ ପଦବୀ ପୂରଣ କରାଯିବ । ଆର୍ଡମିଟ୍ କାର୍ଡ ପାଇଁ UPSC ୱେବସାଇଟକୁ ଯାଇ ଡାଉନଲୋଡ କରିପାରିବେ । ପ୍ରାର୍ଥୀମାନଙ୍କ ଆବେଦନ ପାଇଁ ୨୨ଜାନୁୟାରୀରୁ ୨୧ ଫେବୃୟାରୀ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା ।
ପଦବୀ ବିବରଣୀ :
UPSC – ୯୭୯
ବନ ବିଭାଗ ଅଧିକାରୀ – ୧୫
ଚୟନ ପ୍ରକ୍ରିୟା :
A ଏବଂ B ଦୁଇଟି ଗ୍ରୁପ୍ ହୋଇ ପରୀକ୍ଷା କରାଯିବ । IAS, IPS, IFS ବ୍ୟତୀତ ଅନ୍ୟାନ୍ୟ ବିଭାଗର ନିଯୁକ୍ତି ପାଇଁ ଚୟନ କରାଯିବ । ଚୟନ ପ୍ରକ୍ରିୟା ପାଇଁ ୩ଟି ପ୍ରକ୍ରିୟା ରଖାଯାଇଛି । ତିନିଟି ପର୍ଯ୍ୟାୟ ହେଉଛି – ପ୍ରିଲିମ୍ସ, ମେନ୍ସ ଏବଂ ଇଣ୍ଟରଭ୍ୟୁ । ତିନିଟି ପର୍ଯ୍ୟାୟ ଶେଷରେ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରାଯିବ । ଚୟନ ପ୍ରକ୍ରିୟାରେ ବନ ବିଭାଗ ଅଧିକାରୀ ନିଯୁକ୍ତି ମଧ୍ୟ ଦିଆଯିବ ।
ୟୁପିଏସସି ସିଏସଇ ୨୦୨୫ ଆର୍ଡମିଟ୍ କାର୍ଡ କିପରି କରିବେ ଡାଉନଲୋଡ :
- ପ୍ରଥମେ UPSCର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।
- ହୋମପେଜରେ ଥିବା ଆର୍ଡମିଟ୍ କାର୍ଡ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।
- ରେଜିଷ୍ଟ୍ରେସନ ନମ୍ବର ଏବଂ ଡେଟ୍ ଅଫ୍ ବାର୍ଥ ଦେଇ ଲଗଇନ୍ କରନ୍ତୁ ।
- ଲଗଇନ୍ ହେବା ମାତ୍ରେ ଆର୍ଡମିଟ୍ କାର୍ଡ ସ୍କ୍ରିନରେ ଆସିବ ।
- ଆର୍ଡମିଟ୍ କାର୍ଡ ପାଇଁ ଦିଆଯାଇଥିବା ଆବଶ୍ୟକୀୟ ବିବରଣୀ ଦିଅନ୍ତୁ ।
- ଶେଷରେ ଆର୍ଡମିଟ୍ କାର୍ଡ ଡାଉନଲୋଡ କରନ୍ତୁ ଏବଂ ଏହାର ପ୍ରିଣ୍ଟଆଉଟ କାଢି ସତର୍କତାର ସହ ରଖନ୍ତୁ ।
ପ୍ରାର୍ଥୀଙ୍କ ପାଇଁ ଶେଷ ନିର୍ଦ୍ଦେଶାବଳୀ :
ଆର୍ଡମିଟ୍ କାର୍ଡରେ ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ଭଲ ଭାବରେ ପଢନ୍ତୁ । ସେଥିରେ ଫଟୋକୁ ଲଗାଇବା ବାଧ୍ୟତାମୂଳକ । ଆର୍ଡମିଟ୍ କାର୍ଡରେ କିଛି ଭୁଲ ଥିଲେ UPSCକୁ ଜଣାଇବା ଉଚିତ୍ । ଏହି ପରୀକ୍ଷା ସମ୍ବନ୍ଧୀୟ ଅପଡେଟ୍ ପାଇଁ UPSCର ଅଫିସିଆଲ ୱେବସାଇଟକୁ ଚେକ୍ କରିବା ଆବଶ୍ୟକ ।




