ବିଜେପି ଜାତିଗତ ଜନଗଣନା ବିରୋଧରେ ନୁହେଁ, କିନ୍ତୁ … ନଡ୍ଡା – Kalinga News

[ad_1]
ନୂଆଦିଲ୍ଲୀ :ମଧ୍ୟପ୍ରଦେଶର ଛିଣ୍ଡୱାଡ଼ାରେ ବିଜେପି ମୁଖ୍ୟ ଜେପି ନଡ୍ଡା କହିଛନ୍ତି, ବିଜେପି ଜାତିଗତ ଜନଗଣନା ବିରୋଧରେ ନୁହେଁ କିନ୍ତୁ କଂଗ୍ରେସ ଜାତିଗତ ଜନଗଣନା କରି ସମାଜରେ ବିଭାଜନ ସୃଷ୍ଟି କରିବାକୁ ଚାହୁଛି। ନଡ୍ଡା କହିଛନ୍ତି, ଜ୍ଞାନ ତଥା ଜିୱାଇଏଏନ୍ (ଗରିବ, ଯୁବ, ଅନ୍ନଦାତା-କିଷାନ ଏବଂ ନାରୀଶକ୍ତି) ଉପରେ ନରେନ୍ଦ୍ର ମୋଦୀ ସରକାରଙ୍କ ଫୋକସ୍ ରହିଛି। ଦେଶର ବିକାଶ ପାଇଁ ଜ୍ଞାନର ବିକାଶ ଜରୁରୀ ବୋଲି ନଡ୍ଡା କହିଛନ୍ତି। ନଡ୍ଡା କହିଛନ୍ତି, ଆମେ ଜାତିଗତ ଜନଗଣନା ବିରୋଧରେ ନୁହଁ। କିନ୍ତୁ କଂଗ୍ରେସ ଲୋକଙ୍କୁ ବିଭାଜିତ କରିବାପାଇଁ ଜାତିଗତ ଜନଗଣନା କରିବାକୁ ଚାହୁଛି। ମୋଦୀଙ୍କ ଅଧୀନରେ ବିକାଶର ରାଜନୀତିକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି ସେ କହିଛନ୍ତି। ଲୋକ ବିକାଶ ସହ ଜଡ଼ିତ ହେବାକୁ ଚାହାନ୍ତି। ରାଜନୀତି ଏବେ ଭୋଟ ବ୍ୟାଙ୍କ ଏବଂ ତୁଷ୍ଠିକରଣ ରାଜନୀତି ଉପରେ ଆଧାରିତ ନୁହେଁ। ବରଂ ଏହା ଦାୟିତ୍ବ ପାଳନ ପାଇଁ ଆପଣଙ୍କ ଦକ୍ଷତା ଏବଂ ରିପୋର୍ଟ କାର୍ଡ ଉପରେ ଆଧାରିତ ବୋଲି ବିଜେପି ସଭାପତି କହିଛନ୍ତି।
.
[ad_2]