ମନୋରଞ୍ଜନ

ଓଡିଆ ଜୋକ୍ସ- ଝିଅ ବିଦା ହେବା ବେଳକୁ ବରର ମୋବାଇଲ ବାଜିଲା, ତା’ ପରେ ଝିଅ ବରକୁ ଦୁଇ ଚାପୁଡା ମାରିଲା କାରଣ ତା’ର ରିଂଟୋନ ଥିଲା…

ବର୍ତ୍ତମାନର ସମୟରେ ସବୁ ମଣିଷ ନିଜ ଜୀବନରେ ବ୍ୟସ୍ତ ହୋଇ ରହୁଛନ୍ତି, ଯାହାଫଳରେ ସେମାନେ ହସିବା କଣ ଭୁଲିଯାଇଛନ୍ତି । ସେଥିପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ, ଯାହାକୁ ପଢି ନିଶ୍ଚିନ୍ତ ଆପଣ ବହୁତ ଏଞ୍ଜୟ କରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।

ଜୋକ୍ସ-୧

ସ୍ଵାମୀର ଅନ୍ୟ କାହା ସହ ଅଫେୟାର ଚାଲିଥିଲା

ସ୍ତ୍ରୀ ଗୋଟିଏ ରଙ୍ଗର ୧୨ଟି ଅଣ୍ଡରୱେର କିଣିଲା

ସ୍ଵାମୀ- ତମେ କଣ ସବୁ ଗୋଟିଏ ରଙ୍ଗର କିଣିଦେଲ, ସମସ୍ତେ କହିବେ ମୁଁ ଅଣ୍ଡରୱେର ବଦଳେ ନାହିଁ ।

ସ୍ତ୍ରୀ- ସମସ୍ତେ କିଏ ? ତା ମାନେ ଆଉ କିଏ ବି ଅଛି ?

ସ୍ଵାମୀ ଏହି କଥା କହି ବହୁତ ବଡ ଭୁଲ କରିଦେଲା, ଏହା ପରେ ସ୍ଵାମୀର ଅବସ୍ତା କଣ ହୋଇଥିବ ଆପଣମାନେ ଜାଣି ପାରିଥିବେ ।

ଜୋକ୍ସ-୨

ସ୍ଵାମୀ ପ୍ରବଚନ ଶୁଣି ଘରକୁ ଆସିଲା ଓ ପତ୍ନୀକୁ କୋଳରେ ବସେଇଦେଲା ।

ସ୍ତ୍ରୀ – ଗୁରୁଜୀ କଣ ରୋମାନ୍ସ କରିବା ପାଇଁ ପ୍ରବଚନରେ କହିଥିଲେ ?

ସ୍ଵାମୀ- ନା ରେ ପାଗେଳି, ସେ ତ କହିଥିଲେ, ନିଜ ଦୁଃଖକୁ ନିଜେ ଉଠାଅ ।

ଜୋକ୍ସ-୩

ସ୍ଵାମୀ – ଯେତେବେଳେ ମୁ ତୁମ ଉପରେ ଚିଲାଏ ତମେ ନିଜ ରାଗକୁ କେମିତି ବାହାର କର

ସ୍ତ୍ରୀ- ଟଏଲେଟ ସଫା କରି ।

ସ୍ଵାମୀ- ହା ହା ହା, ସେଇଟା କେମିତି

ସ୍ତ୍ରୀ- ଟଏଲେଟକୁ ମୁ ତମ ଟୁଥବ୍ରସରେ ସଫା କରେ, ଏବେ ଟିକେ ହସୁନ ।

ଜୋକ୍ସ-୪

ସ୍ଵାମୀ- ମୁଁ ତମକୁ ଛାଡୁଛି

ସ୍ତ୍ରୀ- ଆଉ ଥରେ ଚିନ୍ତା କର ଶିତ ଦିନ ଆସୁଛି ।

ସ୍ଵାମୀ- ଆରେ ହଁ ତ, ତା ହେଲେ ଫେବୃୟାରି ପର୍ଯ୍ୟନ୍ତ କ୍ୟାନସେଲ ।

ଜୋକ୍ସ-୫

ପୁଅ- ମା ମୋର ୭ ଜନ୍ମ ପର୍ଯ୍ୟନ୍ତ ଚାକିରି ଲାଗିଗଲା ।

ମା- ପୁଅ କେମିତି ?

ପୁଅ- ମତେ ଷ୍ଟାରପ୍ଲସର ସିରିଏଲରେ କାମ ମିଳିଗଲା ।

ଜୋକ୍ସ-୬

ପୁଅ- ହେଲୋ

ପୂର୍ବ ପ୍ରେମିକା- ଆଜି କେମିତି ମନେ ପଡିଲା ମୋ କଥା ?

ପୁଅ- ମୁଁ ବାସ ଏମିତି ବସିଥିଲି ମଶା ରକ୍ତ ପିଉଥିଲା, ସେତେବେଳେ ମନେ ପଡିଲା ତୋ କଥା ।

ଜୋକ୍ସ-୭

ଜଣେ ଡାକ୍ତର ଜ୍ଵାଇଁ ପୁଅ ନିଜ ଶଶୁରର ଅପରେସନ କରିବାକୁ ଯାଉଥିଲା ।

ଯେତେବେଳେ ଜ୍ଵାଇଁ ନିଜ ଶଶୁରର ଅପରେସନ ପାଇଁ ହସ୍ପିଟାଲ ପହଞ୍ଚିଥିଲା ସେତେବେଳେ ଶଶୁର କହିଲା, ‘ମୁ ଜାଣିଛି ତମେ ମୋର କିଛି ହେବାକୁ ଦେବ ନାହିଁ । ହେଲେ ଯଦି ମୋର କିଛି ହେଇଯିବ ତା ହେଲେ ତମ ଶାଶୁ ତମ ସହ ରହିବ ଦୟାକରି ତାର ଧ୍ୟାନ ରଖିଥିବ’ ।

ଜୋକ୍ସ- ୮

ପପୁ- ୱେଟର ଏମିତି ଚାହା ପିଆଅ ଯେମିତି ମୋ ମନ ଝୁମୀ ଯିବ ଆଉ ମୁଁ ନାଚିବାକୁ ଲାଗିବି ।

ୱେଟର- ସାର ଆମର ଏଠି ଗାଈ କ୍ଷୀର ଆସେ, ନାଗୁଣୀ କ୍ଷୀର ନୁହେଁ ।

ଜୋକ୍ସ- ୯

ପପୁର ଗାଡି କାଦୁଅରେ ପଶିଗଲା

ଗପୁ- କଣ ହେଲା ପପୁ ?

ପପୁ- ଗାଡି କାଦୁଅରେ ପସିଯାଇଛି ସାଙ୍ଗ, ସେଥିପାଇଁ ଅପେକ୍ଷା କରିଛି ?

ଗପୁ- ହେଲେ ସାଙ୍ଗ କାହାର ଅପେକ୍ଷା କରିଛୁ ?

ପପୁ- ନିରମା ବାଲି ତିନିଟି ମହିଳାଙ୍କର ।

ଜୋକ୍ସ-୧୦

 

 

ଝିଅ ବିଦା ହେବା ବେଳକୁ ବରର ମୋବାଇଲ ବାଜିଲା, ତା’ ପରେ ଝିଅ ବରକୁ ଦୁଇ ଚାପୁଡା ମାରିଲା କାରଣ ତା’ର ରିଂଟୋନ ଥିଲା

“ଦିଲ ମେ ଛୁପା କେ ଦିଲ କେ ଅରମାନ ଲେ ଚଲେ”

ହମ ଆଜ ଅପନୀ ମୌତ କା ସାମାନ ଲେ ଚଲେ”

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button