ମନୋରଞ୍ଜନ

ସାରା ଖୋଲିଲେ ସେଫ ଅଲି ଖାନଙ୍କ ପୋଲ, କହିଲେ- ଯୁକ୍ତି ହେଲା ବେଳେ ବାରମ୍ବାର ବାରମ୍ବାର କହିଥାନ୍ତି ଏହି କଥା

ସାରା ଅଲି ଖାନ ଆଉ ଥରେ ନିଜ ବାପା ସେଫ ଅଲି ଖାଙ୍କ ବିଷୟରେ କେତେ କଥା ଉପରୁ ପରଦା ଫାଶ କରିଛନ୍ତି । ଏଥର ସାରା ନିଜ ମା ବିଷୟରେ ମଧ୍ୟ କିଛି ବଡ କଥା କହିଛନ୍ତି ଯାହା ବହୁତ କୌତୁହଳକଜନକ ଅଟେ । ଖବର ଅନୁଯାଇ କିଛି ସମୟ ଆଗରୁ ସାରା ନିଜେ ଏହି କଥା କହିଥିଲେ ଯେ ପୁରୁଣା ଫିଲ୍ମ ‘ଲବ ଆଜ କଲ’ସେଟରେ ସେ ଯାଉଥିଲେ ଓ ସେଠି ସେ ଦୀପିକା ପାଦୁକୋଣଙ୍କ ଲିପଷ୍ଟିକ ଲଗେଇ ନିଜକୁ ଅଇନା ରେ ଦେଖୁଥିଲେ ।

google

ସାରା କହିବା ଅନୁଯାଇ ତାଙ୍କର ଏହି କାମ ତାଙ୍କ ପିତା ସେଫ ଅଲି ଖାଙ୍କୁ ଜମା ପସନ୍ଦ ଆସୁ ନଥିଲା, କିନ୍ତୁ ସାରା ଛୋଟ ଥିଲେ ଓ ସେ ପିତାଙ୍କ କଥା ବୁଝି ପାରୁ ନଥିଲେ । ସାରା ଅଲି ଖାନ କହିଛନ୍ତି, “କଣ ଆପଣ ଜାଣନ୍ତି ମୋ ମା ବାପା ଛାଡିଦେଲେ ଯିଏ ବି ମୋ ସହ କଥା ହୁଅନ୍ତି ସମସ୍ତେ ଏହା କୁହନ୍ତି ଯେ ତମେ ତମ ମା ବାପା ର ଅଜବ କମ୍ବିନେସନ ।”

ଏହା କହିବା ସହ ସାରା ଏହା ମଧ୍ୟ କହିଥିଲେ ଯେ ଅନ୍ୟ କେହି ବିଷୟରେ ଛାଡି ଦିଅନ୍ତୁ ନିଜେ ବାପା ଯଦି କୌଣସି କଥାପାଇଁ ଯୁକ୍ତି କରିଥାନ୍ତି ଓ ପାରିନଥାନ୍ତି ସେ କୁହନ୍ତି “ ତୁ ତୋ ମା ଭଳି କାହିଁକି କଥା ହଉଛୁ” ଓ ମା ବି ସେମ ସିଚୁଏସନ ରେ କୁହନ୍ତି “ତୁ ପୁରା ନିଜ ବାପା ସେଫ ପରି ହେଇଛୁ” ତେବେ ମୁଁ ତାଙ୍କୁ ଗୋଟେ କଥା କୁହେ ଆପଣ ଦୁହେଁ ଯେତେବେଳେ ଛୁଆ ବିଷୟରେ ଭାବିଲେ ତେବେ ଆପଣ ଭଲ ଭାବରେ ଜାଣିଛନ୍ତି ଯେ ଛୁଆ ନିଜ ମା ବାପାଙ୍କ ଗୁଣ ଆଣିଥାଏ ।

google

ତେବେ ଆପଣ ଦୁହେଁ ଅଜବ ସେଥିପାଇଁ ମୁଁ ବି ଅଜବ ହେଇଗଲି ଓ ମୁଁ ଆପଣ ଦୁହିଙ୍କୁ ବହୁତ ଭଲ ପାଏ । ଥରେ କେହି ବଡ ଫିଲ୍ମି ଷ୍ଟାର କେହି ସାରା ଅଲି ଖାନକୁ ପଚାରିଲେ ‘ତମକୁ କାହିଁ ଏମିତି ଲାଗେ ଯେ ତମେ ବହୁତ ଅଜବ’ ସେତେବେଳେ ସାରା କହିଥିଲେ “ଭାବନ୍ତୁ ସେଫ ଅଲି ଖାନ ଓ ଅମୃତା ସିଂହର ଏକ ମାତ୍ର ଝିଅ ମୁଁ ସାରା । ମୁ ଅଜବ କାହିଁକିନା ମୋ ମା ବାପା ଅଜବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button