ମନୋରଞ୍ଜନ

‘ଟିକି ର ମୁଁ ସ୍ୱାମୀ ନୁହେଁ ମୁଁ ତାର ପୁଅ…’ ଦେଖନ୍ତୁ ନିଜ ସ୍ତ୍ରୀ Tiki ଙ୍କୁ ନେଇ ଏମିତି କାହିଁକି କହିଲେ ଯାତ୍ରା ଅଭିନେତା Kanha Swain

ନମସ୍କାର ବନ୍ଧୁଗଣ, ଯାତ୍ରା ଜଗତର ଚଟପଟା ଖବର ଆପଣ ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଆଜି ଆମେ ଆସି ପହଞ୍ଚି ଯାଇଛୁ ଆପଣଙ୍କ ପାଖରେ । ମଞ୍ଚ ଉପରେ ସାମ୍ନାରେ ଠିଆ ହୋଇ ଅଭିନୟ କରି ଦର୍ଶକଙ୍କ ମନ କିଣୁଥିବା କଳାକାର ହେଉଛନ୍ତି ଯାତ୍ରା କଳାକାର । ଯାତ୍ରାର ଚର୍ଚ୍ଚିତ ଭିଲିୟାନ ଅଭିନେତା କାହ୍ନାଙ୍କ ସହ ଆପଣ ନିହାତି ପରିଚିତ ଥିବେ । ତେବେ ସେ ମିଡିଆ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି କି ଯାତ୍ରା ଅଭିନେତ୍ରୀ ତଥା ତାଙ୍କ ପତ୍ନୀ ଟିକିଙ୍କର ସେ ସ୍ଵାମୀ ନୁହନ୍ତି ଅଟନ୍ତି ତାଙ୍କ ପୁଅ । ଆସନ୍ତୁ ଜାଣିବା ପୁରା ଖବର ।

କାହ୍ନାଙ୍କର ପ୍ରଥମ ଦେଖା ଟିକିଙ୍କ ସହ ଶିବାନୀ ଗଣନାଟ୍ୟରୁ ହିଁ ହୋଇଥିଲା । କାହ୍ନାଙ୍କର ପ୍ରଥମ ଯାତ୍ରା ଗଣନାଟ୍ୟ ଥିଲା ଶିବାନୀ ଏବଂ ଟିକି ମଧ୍ୟ ନିଜର ଯାତ୍ରା ଅଭିନୟ ଆରମ୍ଭ କରିଥିଲେ ଶିବାନୀ ଗଣନାଟ୍ୟରୁ । କାହ୍ନା କହିଛନ୍ତି ତାଙ୍କ ସହ ଶିବାନୀ ଗଣନାଟ୍ୟରୁ ହିଁ ପ୍ରେମ ଆରମ୍ଭ ହୋଇଥିଲା ଏବଂ ସେହି ଶିବାନୀ ଗଣନାଟ୍ୟରେ ଥିବା ଅବସ୍ଥାରେ ମଧ୍ୟ ତାଙ୍କ ବିବାହ ମଧ୍ୟ ହୋଇଥିଲା ।

କାହ୍ନା କହିଛନ୍ତି ତା ନାଁ ସିନା ଟିକି କିନ୍ତୁ ତା ହୃଦୟ ବହୁତ ବଡ । ଟିକି ସମସ୍ତଙ୍କୁ ବହୁତ ଭଲ ପାଇବା ଦିଅନ୍ତି ବୋଲି ତାଙ୍କ ସ୍ଵାମୀ କାହ୍ନା କହିଛନ୍ତି । ବହୁତ ବଡ କଥା ଟିଏ ମଧ୍ୟ କାହ୍ନା ମିଡିଆ ସାମ୍ନାରେ କହିଲେ । ଟିକି ତାଙ୍କୁ ନିଜ ପୁଅ ଭଳି ଭଲ ପାଇବା ଦିଅନ୍ତି ତେଣୁ ସେ ତାଙ୍କ ପୁଅ ସ୍ଵାମୀ ନୁହେଁ ।

ସ୍ଵାମୀ ଠାରୁ ଅଧିକ ସେ ତାଙ୍କୁ ପୁଅ ଭଳି ଭଲ ପାଇବା ଦିଅନ୍ତି । ଟିକିଙ୍କ ଭଳି ସ୍ତ୍ରୀ ପାଇ ସେ ବହୁତ ଗର୍ବିତ । କାହ୍ନା ତାଙ୍କ ପତ୍ନୀ ଟିକିଙ୍କ ବାବଦରେ କିଛି କହିବା ପାଇଁ ଶବ୍ଦ ନାହିଁ ବୋଲି କହିଛନ୍ତି । ଏହାପରେ ଶେଷରେ କାହ୍ନା କହିଛନ୍ତି ଯାତ୍ରା ହେଉ ବା ସିନେମା ଓଡିଶା ଏକ କଳାର ରାଜ୍ୟ ।

ତେଣୁ ଆପଣ ମାନେ କଳାକୁ ଭଲ ପାଆନ୍ତୁ । ମିଛରେ କାହାକୁ ଅପନିନ୍ଦା ନ କରି ଉଚିତ କଳାକୁ ମୂଲ୍ୟ ଦେବା ସହ କଳାକାରଙ୍କୁ ସମ୍ମାନ ଦେବା ପାଇଁ କାହ୍ନା ଦର୍ଶକ ମାନଙ୍କୁ ଅନୁରୋଧ କରିଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button