ଅପରାଧ

ପାଚେରି ଉପରେ ଚଢ଼ି ସେଲଫି ନେଉଥିବା ବେଳେ ଖସି ପଡିଲେ ପର୍ଯ୍ୟଟକ, ସିଂହ ଆକ୍ରମଣରେ ହେଲା ମୃତ୍ୟୁ – Kalinga News

[ad_1]

ତିରୁପତି: ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାର ଶ୍ରୀ ଭେଙ୍କଟେଶ୍ବର ପ୍ରାଣୀ ଉଦ୍ୟାନରେ ଗୁରୁବାର ଜ‌ଣେ ବ୍ୟକ୍ତିଙ୍କ ସିଂହ ଆକ୍ରମଣରେ ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତକଙ୍କ ପରିଚୟ ପ୍ରହଲ୍ଲାଦ ଗୁର୍ଜର ଭାବେ ହୋଇଛି।

ସୂଚନାଯୋଗ୍ୟ, ରାଜସ୍ଥାନର ଅଲବର ଜିଲ୍ଲାର ବାନସୁର ନଗର ପାଳିକାରେ ରହୁଥିବା ପ୍ରହଲ୍ଲାଦ ଟିକେଟ କାଟି ପ୍ରାଣୀ ଉଦ୍ୟାନକୁ ବୁଲିବାକୁ ଯାଇଥିଲେ।  ସେଠାରେ ସିଂହ ସହିତ ସେଲଫି ନେଉଥିବା ବେଳେ ପାଚେରି ପାର୍ଶ୍ବକୁ ପଡ଼ିଯାଇଥିଲେ। ଉକ୍ତ ପାଚେରି ପାର୍ଶ୍ବ‌ରେ ରହିଥିବା ସିଂହ ତାଙ୍କୁ ଘୋଷାଡି ନେଇଥିଲା।

ଏଦୃଶ୍ୟ ଦେଖି ଡିୟୁଟିରେ ଥିବା ସୁରକ୍ଷାକର୍ମୀ ୨୦୦ମିଟର ଦୂରରୁ ଚିତ୍କାର କରି କହିଥିଲେ, ‘ରହି ଯାଅ ସେଠାକୁ ଯାଅନାହିଁ। ମୋ କଥା ଶୁଣ।’ କିନ୍ତୁ ପର୍ଯ୍ୟଟକ ଜଣକ ନିଶାରେ ଥିବାରୁ ସେ କାହାରି କଥା ଶୁଣି ନଥି‌‌ଲେ। ପାଚେରି ଉପରେ ଚଢ଼ି ସିଂହ ସହିତ ସେଲଫି ନେଉଥିବା ବେଳେ ଅସାବଧାନତା ହେତୁ ଖସି ପଡ଼ିଥିଲେ। ଏହି ସମୟରେ ସେଠାରେ ଥିବା ସିଂହ ଓ ସିଂହୀ ପ୍ରଲ୍ଲାଦଙ୍କୁ ଘୋଷାରି ନେଇଥିଲେ। ଆଉ କ୍ଷତାକ୍ତ କରି ମାରି ଦେଇଥିଲେ।

ଏହି ଘଟଣା ପରେ ପ୍ରାଣୀ ଉଦ୍ୟାନ ଅଧିକାରୀ ଓ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧ‌ାର କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛନ୍ତି। ଏହି ଘଟଣାକୁ ନେଇ ପୁଲିସ କୌଣସି ପ୍ରତିକ୍ରିୟା ଦେଇନାହିଁ। ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button