ମନୋରଞ୍ଜନ

ବର୍ଡର ଫିଲ୍ମର ଅସଲି ହିରୋଙ୍କ ନିଧନ, ଯାହାଙ୍କ ରୋଲ୍ ସନି ଦେଅଲ୍ କରିଥିଲେ

1971ରେ ଭାରତ ପାକିସ୍ତାନ ଯୁଦ୍ଧରେ ହିରୋ ସାଜିଥିବା କୁଲଦୀପ ସିଂହ ଚାନ୍ଦିପୁରୀ ଆଉ ନାହାଁନ୍ତି। 77 ବର୍ଷ ବୟସରେ ଶନିବାର ମୋହାଲୀର ଫୋର୍ଟିସ ହସ୍ପିଟାଲରେ ସେ ଆଖି ବୁଜିଛନ୍ତି । ସେ କ୍ୟାନସରରେ ପୀଡିତ ଥିଲେ ବୋଲି ଜଣା ପଡିଛି ।ତେବେ ଆଜି ସକାଳ 8.30ରେ ତାଙ୍କର ଦେହାନ୍ତ ହୋଇଥିବା ହସ୍ପିଟାଲ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ତାଙ୍କର ଜଣେ ପୁଅ ଜର୍ମାନୀରେ ରହୁଥିବାରୁ ସେ ଆସିବା ପରେ ହିଁ ବ୍ରିଗେଡିୟରଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଛି। ସେ ପାକିସ୍ତାନ ସହ ଯୁଦ୍ଧ ସମୟରେ 100ଜଣ ସୈନିକଙ୍କ ଦଳର ନେତୃତ୍ୱ ନେଇଥିଲେ । ପାକିସ୍ତାନୀ ଟ୍ୟାଙ୍କ ଆକ୍ରମଣର ସାମ୍ନା କରି ତାଙ୍କୁ କୂଳଦୀପ ଧୂଳି ଚଟାଇଥିଲେ ।

 

ଏହି ଲଢେଇ ସମୟରେ ତାଙ୍କୁ 22 ବର୍ଷ ହୋଇଥିଲା ଏବଂ ସେ ପଞ୍ଜାବ ରଜେିମେଂଟର 23ତମ ବାଟାଲିୟାନର ନେତୃତ୍ୱ ନେଇଥିଲେ । ତାଙ୍କର ଏହି ବୀରତ୍ୱ ପ୍ରଦର୍ଶନ ପାଇଁ କୂଳଦୀପଙ୍କୁ ମହାବୀର ଚକ୍ରରେ ସମ୍ମାନିତ କରା ଯାଇଥିଲା । ମହାବୀର ଚକ୍ର ସମ୍ମାନ ଭାରତର ସବୁ ସମ୍ମାନ ଠାରୁ ଦ୍ୱିତୀୟରେ ରହିଛି ।

 

ଏହି ଘଟଣା ପରେ ତାଙ୍କୁ ନେଇ ବର୍ଡର ଫିଲ୍ମର ନିର୍ମାଣ କରା ଯାଇଥିଲା, ଯାହା 1997ରେ ରିଲିଜ ହୋଇଥିଲା । ଫିଲ୍ମରେ ସନ୍ନି ଦେୱାଲ ତାଙ୍କ ଭୂମିକାରେ ଅଭିନୟ କରିଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button