ଦେଶ- ବିଦେଶ

ସଫଳତା ବାଟରେ କଣ୍ଟା ସାଜୁଛି ଚୀନ୍

ଭାରତ ତାର ପଡ଼ୋଶୀ ଚୀନ୍ ସହିତ ସମ୍ପର୍କ ଉନ୍ନତ କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ, ଧୋକେବାଜ୍ ଚୀନ୍ ତାର ବିଶ୍ୱାସଘାତକତା ବନ୍ଦ କରୁନାହିଁ। ବିଶ୍ୱରେ ଭାରତର ବଢ଼ୁଥିବା ପ୍ରାଧାନ୍ୟ ଏବଂ ଚୀନ୍‌ର ବିକଳ୍ପ ହେବାକୁ ଭାରତ ଚେଷ୍ଟା କରୁଥିବାରୁ ଏହା ପଡ଼ୋଶୀ ଚୀନ୍‌କୁ ପସନ୍ଦ ଆସୁନାହିଁ। ସେଥିପାଇଁ ଚୀନ୍ ଏକ ଏଭଳି ଚାଲ୍ କରିଛି, ଯାହା ଦ୍ବାରା ଭାରତ ୨.୭୫ଲକ୍ଷ କୋଟି ଟଙ୍କାର କ୍ଷତି ସହିବ। ତେଣୁ ଏନେଇ ତୁରନ୍ତ ହସ୍ତକ୍ଷେପ କରିବାକୁ ଶିଳ୍ପ ଜଗତ ସରକାରଙ୍କୁ ନିବେଦନ କରିଛି, ଯାହା ଦ୍ୱାରା ଆଗାମୀ ବିପଦକୁ ସମୟ ପୂର୍ବରୁ ଏଡାଯାଇପାରିବ।

ଶିଳ୍ପ ସଂଗଠନ ଇଣ୍ଡିଆ ସେଲ୍ୟୁଲାର ଆଣ୍ଡ୍ ଇଲେକ୍ଟ୍ରୋନିକ୍ସ ଆ‌ସୋସିଏସନ(ଆଇସିଇଏ) ସରକାରଙ୍କୁ ନିବେଦନ କରିଛି ଯେ, ଚୀନ୍ ଏପରି ଅନେକ ଉପକରଣର ରପ୍ତାନି ବନ୍ଦ କରିଦେଇଛି, ଯାହା ଆମର ସ୍ମାର୍ଟଫୋନ୍ ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ବ୍ୟବହୃତ ହୁଏ। ଏହା ଯୋଗୁଁ ଦେଶର ୨.୭୫ଲକ୍ଷ କୋଟି ଟଙ୍କାର ଉତ୍ପାଦନ ବିପଦରେ ପଡ଼ିଛି। ଶିଳ୍ପଗୁଡ଼ିକର ଉତ୍ପାଦନ ହ୍ରାସ ଯୋଗୁଁ ଦେଶର ରପ୍ତାନି ଉପରେ ଏକ ଗମ୍ଭୀର ସଙ୍କଟ ଉପୁଜିପାରେ। ଚୀନର କାର୍ଯ୍ୟାନୁଷ୍ଠାନର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଭାରତର ଯୋଗାଣ ଶୃଙ୍ଖଳାକୁ ପ୍ରଭାବିତ କରିବା ଏବଂ ବିଶ୍ୱସ୍ତରୀୟ ଉତ୍ପାଦନ କେନ୍ଦ୍ର ଭାବରେ ଭାରତର ଉଦୀୟମାନତାକୁ ଦୁର୍ବଳ କରିବା। ଚୀନର ଏହି ପ୍ରତିବନ୍ଧକ ଯୋଗୁଁ କମ୍ପାନିଗୁଡ଼ିକର ଖର୍ଚ୍ଚ ବୃଦ୍ଧି ପାଉଛି।

ଚୀନ୍ ଏଭଳି କରିବା ପଛର କାରଣ ହେଉଛି ଭାରତର ଦ୍ରୁତ ଗତିରେ ବଢ଼ୁଥିବା ରପ୍ତାନି। ୨୦୨୦ ମସିହାରୁ ଭାରତରେ ସ୍ମାର୍ଟଫୋନ୍ ଉତ୍ପାଦନ ବଢ଼ିଛି ଏବଂ ୨୦୨୫ ଆର୍ଥିକ ବର୍ଷରେ, ଦେଶ ୬୪ ବିଲିୟନ ଡଲାର ମୂଲ୍ୟର ଉତ୍ପାଦ ଉତ୍ପାଦନ କରିଥିଲା, ଯାହା ମଧ୍ୟରୁ ୨୪.୧ ବିଲିୟନ ଡଲାର ରପ୍ତାନି ହୋଇଥିଲା। ୨୦୧୫ ଆର୍ଥିକ ବର୍ଷରେ ଭାରତ ସ୍ମାର୍ଟଫୋନ୍ ରପ୍ତାନିରେ ୧୬୭ତମ ସ୍ଥାନରେ ଥିଲା କିନ୍ତୁ ଏବେ ଏହା ଏକ ପ୍ରମୁଖ ରପ୍ତାନିକାରୀ ପାଲଟିଛି। ୨୦୨୬ ସୁଦ୍ଧା ରପ୍ତାନି ୩୨ ବିଲିୟନ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଏହା ଦେଖି ଚୀନ୍ ଏଭଳି

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button