ଦେଶ- ବିଦେଶ

ବୈବାହିକ ଜୀବନରେ ହେଉଛି କି ସମସ୍ୟା, ତେବେ ଆପଣାନ୍ତୁ ଏହି ଉପାୟ

ଶିବଶଙ୍କରଙ୍କ ପୂଜା କରିବା ଦ୍ବାରା ସମସ୍ତ କଷ୍ଟର ନିବାରଣ ଜଲଦି ହୋଇଥାଏ ଏବଂ ଏମିତି ମଧ୍ୟ କୁହାଯାଏ ଯେ ଭଗବାନ ଶିବଙ୍କୁ ମନଧ୍ୟାନ ଦେଇ ପୂଜା କରିବା ଦ୍ବାରା ସେ ଜଲଦି ପ୍ରସନ୍ନ ହୋଇଯାନ୍ତି ଏବଂ ବରଦାନ ମଧ୍ୟ ଦିଅନ୍ତି। ଭଗବାନ ଶିବଙ୍କ ସାମ୍ନାରେ କରାଯାଇଥିବା ଏକ ଉପାୟ ବହୁତ ଭଲ ପ୍ରମାଣିତ ହୋଇଥାଏ କାରଣ ସେହି ଉପାୟକୁ କରିବାକୁ ଗୋଟିଏ ସମୟ ଥାଏ ଯଦି ସେହି ସମୟରେ ଏହି ଉପାୟକୁ କରନ୍ତି ତେବେ ବହୁତ ଲାଭ ମିଳିଥାଏ।

କରନ୍ତୁ ଏହି ଉପାୟ :

-ଯଦି ଆପଣଙ୍କ ବୈବାହିକ ଜୀବନରେ ସମସ୍ୟା ଏବଂ ଚିନ୍ତା ଦୂର ହେଉ ନାହିଁ ଏବଂ ଏହି ସମସ୍ୟା ଆଗକୁ ଆହୁରୀ ବଢ଼ିବାରେ ଲାଗିଛି ତେବେ ଆପଣ ଶିବଲିଙ୍ଗଙ୍କର ପୂଜା କରିବା ଆବଶ୍ୟକ। ଏହା ସହିତ ଜଳଧରଙ୍କ ଉପରେ କୁଙ୍କୁମ, ହଳଦୀ, ଲାଲ ଚୁଡି, ଲାଲ ସାଢ଼ୀ ଏବଂ ଲାଲ ଗୋଲାପ ଚଢ଼ାନ୍ତୁ। ଏହାପରେ ଭଗବାନ ସ୍ମରଣ କରନ୍ତୁ କାରଣ ଏହା ଦ୍ବାରା ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଉଥିବା ସମସ୍ୟା ଦୂର ହୋଇଯାଇଥାଏ।

shiv

-ଦୁର୍ଭାଗ୍ୟ ଦୂର କରିବା ପାଇଁ ଆପଣ ଶିବଲିଙ୍ଗ ପାଖରେ ଘିଅର ଦୀପ ଜଳାନ୍ତୁ ଏବଂ ଓଂ ନମଃ ଶିବାୟ ମନ୍ତ୍ରକୁ ୧୦୮ ଥର ଯପ କରନ୍ତୁ। ଏହାଛଡା ଆପଣ ହନୁମାନ ଚାଳିସାର ପାଠ ମଧ୍ୟ କରିପାରିବେ, ଏହା ଦ୍ବାରା ଲାଭ ମିଳିଥାଏ।

-ଘରେ ଉନ୍ନତି ଆଣିବା ପାଇଁ ଏବଂ ଭଗବାନ ଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ କୌଣସି ଏକ ହାତିକୁ ଆଖୁ ଖୁଆନ୍ତୁ। ଏପରି କରିବା ଦ୍ବାରା ଘରେ ହେଉଥିବା ସମସ୍ୟା ଦୂର ହୋଇଥାଏ।

-ଯଦି ଆପଣ ସବୁ କାମରେ ସଫଳତା ପାଇବାକୁ ଚାହୁଁଛନ୍ତି ତେବେ ହନୁମାନଙ୍କୁ ଲଗାଯାଇଥିବା ମିଠା ପାନ, ସିନ୍ଦୂର, ଚମେଲିର ତେଲ ଚଢ଼ାନ୍ତୁ । ଏହା ପରେ ଦୀପ ଜଲାଇ ଓଂ ରାମଦୂତାୟ ନମଃ ମନ୍ତ୍ରକୁ ୧୦୮ ଥର ଜପ କରିବା ଦ୍ବାରା ଲାଭ ମିଳିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button