ସ୍ୱାସ୍ଥ୍ୟ

ବହୁତ ଚମତ୍କାରୀ ଅଟେ ଗୁଡ ଓ ଜୀରାର ପାଣି, କିଛି ମିନିଟ୍ ରେ ଦୂର କରିବ ଏହି ୫ଟି ମାରାତ୍ମକ ରୋଗ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଗୁଡ ଖାଇବା ଶରୀର ପାଇଁ ଉପକାରୀ ଅଟେ । ଏହାକୁ ଖାଇଲେ କେତେ ରୋଗରୁ ମୁକ୍ତି ମିଳେ । ସେହିପରି ଜୀରା ଖାଇବା ଦ୍ଵାରା ମଧ୍ୟ ଲାଭକରି ହୁଏ । ଯଦି ଏହି ଦୁଇଟିକୁ ଏକତ୍ର ମିଶାଇ ଖାଇବ ତେବେ କେତେକ ରୋଗ ଭଲ ହୋଇଯାଏ । ଗୁଡ ଓ ଜୀରାକୁ ପାଣିରେ ମିଶାଇ ପିଇଲେ ବହୁତ ଲାଭ ପ୍ରଦ ହୁଏ । ଆସନ୍ତୁ ଜାଣିବା କଣ ଲାଭ ପ୍ରଦ ହୁଏ ।

ଗୁଡ ଓ ଜୀରା ପାଣି ପିଇବା ଲାଭ :

ଶରୀରରେ ରକ୍ତର ପରିମାଣ କମିଗଲେ ଦୁର୍ବଳ ହେବା ଓ ହାଲିଆ ହୋଇଯାଆନ୍ତି। ତେଣୁ ଗୁଡ ଓ ଜୀରାକୁ ପାଣିରେ ମିଶାଇ ପିଇଲେ  ଶରୀରରେ ରକ୍ତର ପରିମାଣ ବୃଦ୍ଧି ପାଏ। ବିଶେଷକରି ମହିଳାମାନେ ଏହି ପାଣିକୁ ପ୍ରତ୍ୟେକ ଦିନ ପିଇବା ଉଚିତ୍। କାରଣ ଅଧିକ ମହିଳାଙ୍କ ଶରୀରରେ ଏନିମିୟା କମିଯିବାର ଦେଖାଯାଏ।

 

ସଠିକ ଭାବରେ ପାଚନକ୍ରିୟା ହୁଏ

ଗୁଡ ଓ ଜୀରାକୁ ପାଣିରେ ମିଶାଇ ପିଇଲେ ଶରୀରରେ ପାଚନକ୍ରିୟା ସଠିକ ଭାବରେ କାର୍ଯ୍ୟ କରେ। ଖାଦ୍ୟ ହଜମ ହୁଏ। ଯେଉଁମାନଙ୍କର ଖାଦ୍ୟ ହଜମ ହେଉନାହିଁ ସେମାନେ ଏହି ପାଣିକୁ ସକାଳୁ ଖାଲି ପେଟରେ ପିଇବା ଉଚିତ୍। ଏକ ସପ୍ତାହ ପର୍ଯ୍ୟନ୍ତ ଏହି ପାଣି ପିଇଲେ ପାଚନକ୍ରିୟା ଭଲ ଭାବରେ କାର୍ଯ୍ୟ କରେ।

କବ୍ଜ ଓ ଗ୍ୟାସ

କେତେ ଲୋକଙ୍କର କବ୍ଜ ଓ ଗ୍ୟାସ ଥାଏ। ଏହି ସମସ୍ୟା ହେତୁ ପେଟରେ ଅନ୍ୟ ରୋଗ ମଧ୍ୟ ଦେଖାଯାଏ। ତେଣୁ ଗୁଡ ଓ ଜୀରା ମିଶାଇ ପାଣି ପିଇଲେ କବ୍ଜ ଓ ଗ୍ୟାସ ରୁ ଆରାମ ମିଳେ। ଏହା ବ୍ୟତୀତ ଶରୀରରେ ଅବାଞ୍ଛିତ ତତ୍ତ୍ଵକୁ ସଫା କରିଦିଏ ଓ ଆନ୍ତରିକ ଅଙ୍ଗ ସଫା ହୋଇଯାଏ।

ରୋଗ ପ୍ରତିରୋଧକ କ୍ଷମତା ମଜବୁତ ହୁଏ

ରୋଗ ପ୍ରତିରୋଧକ କ୍ଷମତା ଦୂର୍ବଳ ହେଲେ ଶରୀରରେ ରୋଗ ଲାଗିରହେ ଓ ପରିମାତ୍ରା ବୃଦ୍ଧି ପାଏ। ତେଣୁ ଗୁଡ ଓ ଜୀରା ମିଶାଇ ପାଣି ପିଇଲେ ରୋଗ ପ୍ରତିରୋଧକ କ୍ଷମତା ମଜବୁତ ହୁଏ। ଶରୀରରେ ରୋଗ ଦୂରେଇ ଯାଏ।

ବ୍ୟଥା କଷ୍ଟରୁ ଆରାମ ମିଳେ

ମୁଣ୍ଡ ବା ଶରୀରର ଯେକୌଣସି ଅଂଶ ବ୍ୟଥା ହେଲେ ତୁରନ୍ତ ଗୁଡ ଓ ଜୀରା ପାଣି ପିଅନ୍ତୁ। ଏହି ପାଣି ପିଇଲେ ବ୍ୟଥା ଦୂର ହୋଇଯାଏ। ଏହା ବ୍ୟତୀତ ଜ୍ଵର ଓ ଥଣ୍ଡା ହେଲେ ମଧ୍ୟ ଏହି ପାଣି ପିଇଲେ ଜ୍ଵର ଓ ଥଣ୍ଡା ଭଲ ହୋଇଯାଏ।

ଏହି ପାଣି କିପରି ତିଆରି କରିବ

ସର୍ବ ପ୍ରଥମେ ଏକ ଗ୍ଲାସ୍ ପାଣିକୁ ଚୂଲାରେ ବସାଇ ଫୁଟାନ୍ତୁ। ସେହି ଫୁଟା ପାଣିରେ ଗୁଡ ଓ ଜୀରା ପକାଇ ଫୁଟାନ୍ତୁ। ଭଲଭାବରେ ଫୁଟି ଗଲା ପରେ ପାଣିକୁ ଛାଣି ଦିଅନ୍ତୁ ଏବଂ ସକାଳୁ ଅଳ୍ପ ଉଷୁମ କରି ପାଣିକୁ ପିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button