ଦେଶ- ବିଦେଶ

ଗଛରେ ଚମତ୍କାରିକ ପରିବର୍ତ୍ତନ ଦେଖି ଦଉଡି ଦଉଡି ଆସି ବାପା ମା ଙ୍କ ପାଖରେ ପହଁଚିଲେ ଦୁଇ ପିଲା, ପିଲାମାନଙ୍କ କଥାରେ ବିଶ୍ୱାସ କରି ବାପା ମା ବି ସେ ଗଛ ପାଖକୁ ଗଲେ, ଗଛ ଦେଖି ସେମାନେ ବି ଆଚମ୍ବିତ ହୋଇ ଗଲେ

ଗଛରେ ଚମତ୍କାରିକ ପରିବର୍ତ୍ତନ ଦେଖି ଦଉଡି ଦଉଡି ଆସି ବାପା ମା ଙ୍କ ପାଖରେ ପହଁଚିଲେ ଦୁଇ ପିଲା, ପିଲାମାନଙ୍କ କଥାରେ ବିଶ୍ୱାସ କରି ବାପା ମା ବି ସେ ଗଛ ପାଖକୁ ଗଲେ, ଗଛ ଦେଖି ସେମାନେ ବି ଆଚମ୍ବିତ ହୋଇ ଗଲେ

ହରିୟାଣା: କ୍ୟାଣ୍ଟନମ୍ୟାଣ୍ଟ ବୋର୍ଡର ବୋର୍ଡ ନମ୍ବର ୫ ସ୍ଥିତ ରେଲୱେ କୋଲନୀ ରେ ଏକ ପୁରୁଣା ଗଛ ରେ ସାଇ ବାବା ଙ୍କ ଆକୃତି ଦେଖା ଯାଉ ଥିବାର ଦେଖି ଲୋକେ ଚମତ୍କାର ମାନୁ ଛନ୍ତି । ଏହି ଆକୃତି ଦୁଇ ଜଣ ଛୋଟ ପିଲାଙ୍କ ସେ ଦିନ ଆଗ ଦେଖା ଦେଲା । ସେମାନେ ତୁରନ୍ତ ଏହାର ଖବର ତାଙ୍କର ପରିଜନଙ୍କୁ ଦେଲେ । ପରିଜନ ସଙ୍ଗେ ସଙ୍ଗେ ସେଇଠାରେ ପହଁଚିଲେ ଆଉ ସାଇ ବାବାଙ୍କର ପ୍ରତିରୂପ ଦେଖି ଆଚମ୍ବିତ ହୋଇ ଗଲେ । ଗଛରେ ବାବା ଙ୍କର ପ୍ରତିରୂପ ଦେଖିବା ପାଇଁ ବିଳମ୍ବିତ ରାତି ଯାଏଁ ସେ ରେଲୱେ କଲୋନୀରେ ଲୋକଙ୍କର ଭିଡ଼ ଲାଗି ରହିଲା ।ପିଲାମାନେ ଖେଳୁ ଥିବା ବେଳେ ଦେଖିଲେ ବାବାଙ୍କୁ:-

୮ ବର୍ଷୀୟ ସୁରଜିତ ଆଉ ବରୁଣ କହିଲେ ଯେ , ଗୁରୁବାର ଦିନ ଛୁଟି ଥିଲା ସେମାନେ ସେଇ ଗଛ ପାଖରେ ଖେଳୁ ଥିଲେ । ସେଇ ସମୟରେ ହଠାତ ତାଙ୍କର ଧ୍ୟାନ ସେଇ ଗଛ ଉପରେ ପଡ଼ିଲା , ସେମାନେ ଦେଖିଲେ ଯେ ଗଛ ଉପରେ ଗୋଟେ ଆକୃତି ଧୀରେ ଧୀରେ ବଡ଼ ହେଉ ଅଛି । ସୁରଜିତ କହିଲା ଯେ ଗଛ ଉପରେ ଯେଉଁ ଆକୃତି ବଢୁ ଥିଲା ତାହା ଧୀରେ ଧୀରେ ସାଇ ବାବାଙ୍କ ଭଳି ଦେଖିବାକୁ ଲାଗିଲା, କାରଣ ମୁଁ ସାଇବାବା ଙ୍କୁ ମୋବାଇଲ ରେ ବହୁତ ଥର ଦେଖିଛି ତେଣୁ ଚିହିଁ ନେଲି । ଆଉ ତାପରେ ଆମ ଘର ଲୋକଙ୍କୁ ଡାକିବାକୁ ଗଲୁ । ଏବଂ ତାପରେ ଏଠାରେ ଭିଡ଼ ଜମିବାକୁ ଲାଗିଲା । ସଂଧ୍ୟାବେକେ ଏଠାରେ ଆରତୀ ଓ ଭଜନ ହେଲା । ପ୍ରତିରୂପର ସୁରକ୍ଷା ପାଇଁ ସ୍ଥାନୀୟ ଲୋକମାନେ ସେଇ ଗଛ ଚାରି ପଟେ ଘେରା କରି ଦେଲେ । କିଛି ଅସୁବିଧା ଯେମିତି ନ ହେଉ ସେଥିପାଇଁ ସେଠାରେ ଆରପିଏଫ ତରଫରୁ ସୁରକ୍ଷା ଦିଆ ଯାଇଛି ।

 

ଏମିତି ହେବା ଅସମ୍ଭବ, ପୁରା ତତ୍ୱ ବିଭାଗ କରିବ ଯାଞ୍ଚ:-

୨୧ ବିଂଶ ଶତାବ୍ଦୀରେ ଏମିତି ହେବା ଅସମ୍ଭବ । ସେ ଗଛ ପାଖରେ ଦେଢ଼ ମାସ ହେଲା କାମ ଚାଲି ଅଛି , ସେମାନଙ୍କୁ ବାବା ଙ୍କର ପ୍ରତିରୂପ ଦେଖା ଯିବାର ଥିଲା । ଯଦି ଦରକାର ପଡେ ତ ଏହାର ଯାଞ୍ଚ ପୁରା ତତ୍ୱ ବିଭାଗ ଦ୍ଵାରା କରା ଯିବ । କାହାକୁ ବି ରେଲୱେ ଜମିରେ ଅତିକ୍ରମ କରିବାକୁ ଦିଆ ଯିବ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button