ବର୍ଷାଜଳ ଚୁମ୍ବକପରି ଟାଣିଆଣେ ଧନକୁ ,ଜାଣନ୍ତୁ ବର୍ଷାଜଳର କିଛି ଚମତ୍କାର ଉପାୟ
ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବର୍ଷା ଜଳର କିଛି ଚମତ୍କାରି ଗୁଣ ବିଷୟରେ ଜଣାଇବାକୁ ଯାଉଛି। ଯେଉଁ ଉପାୟ ମାନ କଲେ ଧନ ସୁଖ ସମୃଦ୍ଧି ବୃଦ୍ଧି ହେବା ସହିତ ରୋଗ ଏବଂ ଋଣରୁ ମଧ୍ୟ ମୁକ୍ତି ମିଳିଥାଏ। ଜୀବନର ଅନେକ ପ୍ରକାରର ସମସ୍ୟା ସମାଧାନ ହୋଇଯାଏ। ତେବେ ଆସନ୍ତୁ ଜାଣିନେବା ସେହି ବିଷୟରେ।
ପ୍ରଥମ ଉପାୟ। ଅଚାନକ ଧନ ପ୍ରାପ୍ତିର ଇଛା ରଖିଥିବା ମଣିଷ ମାନଙ୍କ ପାଇଁ। ସ୍ୱାତି ନକ୍ଷତ୍ର ଦିନ ଯଦି ବର୍ଷା ହେଉଥାଏ ତେବେ ସେହିଦିନ ଏକ ପାତ୍ରଟିଏ ନେଇ ଘରର ଐଶ୍ଵନ୍ୟ କୋଣରେ ରଖି ଦିଅନ୍ତୁ। ଯଦି ଏହି ଐଶ୍ଵନ୍ୟ କୋଣରେ ପାତ୍ରଟି ରଖିବାର ସୁବିଧା ହେଉନାହିଁ ତେବେ ଛାତ ଉପରେ କିମ୍ବା ତଳେ କୌଣସି ସ୍ଥାନରେ ରଖିଦିଅନ୍ତୁ। ସେହି ପାତ୍ରଟି ବର୍ଷା ଜଳରେ ପୂର୍ଣ୍ଣ ହୋଇଗଲେ ସେହି ବର୍ଷା ଜଳ ପୁର୍ଣ ପାତ୍ରଟିକୁ ଘରେ ଐଶ୍ଵନ୍ୟ କୋଣରେ ରଖିଦିଅନ୍ତୁ। ଧ୍ୟାନ ଦେବେକି ସେହି ଦିନ ସ୍ୱାତି ନକ୍ଷତ୍ର ଥିବା ଆବଶ୍ୟକ କାରଣ ଏହି ସ୍ୱାତି ନକ୍ଷତ୍ର ଦିନ ଜଳ ଶାମୁକା ଭିତରକୁ ଯାଇ ମୁକ୍ତାରେ ପରିଣତ ହୋଇଥାଏ। ଏଣୁ ସ୍ୱାତି ନକ୍ଷତ୍ର ଅତ୍ୟନ୍ତ ପବିତ୍ର ଏବଂ ଉଚ୍ଚ କୋଟିର ହୋଇଥାଏ। ଏହି ସ୍ୱାତି ନକ୍ଷତ୍ରର ଜଳ କୌଣସି ଏକ ବୋତଲ କିମ୍ବା ନିବୁଜ ପାତ୍ରରେ ପୁରାଇ ସିନ୍ଦୁକ ବା ଲୋକରେ ରଖି ଦିଅନ୍ତୁ କିମ୍ବା ଦୋକାନ ବ୍ୟବସାୟରେ ଟଙ୍କା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ। ତେବେ ଦେଖିବେ ଏହାର ଚମତ୍କାରୀତା। ଏହାର ଚମତ୍କାର ଫଳରେ ଦରିଦ୍ରତା ଦୂର ହୋଇଥାଏ ଏବଂ ଧନ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଘରକୁ ସୁଖ ଶାନ୍ତି ନେଇ ପ୍ରବେଶ କରିଥାନ୍ତି।
ଦ୍ୱିତୀୟ ଉପାୟ। ଯଦି କୌଣସି ବ୍ୟକ୍ତିଙ୍କର ବ୍ୟବସାୟରେ କ୍ଷତି ଘଟୁଥାଏ ବହୁତ ଚିନ୍ତା ବ୍ୟସ୍ତତା ଭିତରେ ସମୟ କଟୁଥାଏ ତେବେ ଏକ ନୂଆ ଏବଂ ସଫା ପିତଳ ଲୋଟାରେ ଅବା ପିତଳ ବାସନରେ ବର୍ଷା ଜଳ ଭରି କରି ସେହି ଜଳରେ ମା ଲକ୍ଷ୍ମୀଙ୍କର ଅଭିଷେକ କରନ୍ତୁ। ଏବଂ ତାହା ସହିତ ମା ଲକ୍ଷ୍ମୀଙ୍କର ମନ୍ତ୍ର ପାଠ କରନ୍ତୁ। ତେବେ ଏହା କରିବା ଦ୍ୱାରା ବହୁତ ସୁଖ ମିଳିଥାଏ।
ତୃତୀୟ ଉପାୟ। ଯଦି କାହାରି ପରିବାରରେ କଳହ ଅଶାନ୍ତି ଲାଗି ରହୁଥାଏ ପାରିବାରିକ ସୁଖ ଶାନ୍ତି ମିଳୁନଥାଏ ପରିବାରର ଶାନ୍ତି ଆଣିବା ପାଇଁ ଚାହୁଁଥିଲେ ତେବେ ବର୍ଷା ଜଳରେ ଭଗବାନ ବିଷ୍ଣୁଙ୍କର ସ୍ନାନ କରନ୍ତୁ ବା ଅଭିଷେକ କରନ୍ତୁ ଏବଂ ତା ସହିତ ଓଁମ ନମଃ ଭଗବତେ ବାସୁଦେବାୟ ନମଃ ଏହି ମନ୍ତ୍ରକୁ ୧୦୮ ଥର ପାଠ କରନ୍ତୁ ତେବେ ଯାଇ ପରିବାରରେ ସୁଖ ଶାନ୍ତି ଏବଂ ସମୃଦ୍ଧି ବୃଦ୍ଧି ପାଇଥାଏ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଭଲପାଇବା ପ୍ରେମ ସଦଭାବନା ଏବଂ ସହାନୁଭୂତି ବୃଦ୍ଧି ପାଇଥାଏ ଏବଂ ପରିବାରର ଶାନ୍ତିର ବାତାବରଣ ଦେଖା ଦେଇଥାଏ।
ଚତୁର୍ଥ ଉପାୟ। ଯଦି କୌଣସି ବ୍ୟକ୍ତିଙ୍କର ପରିବାରରେ ବିଶୃଙ୍ଖଳା ସୃଷ୍ଟି ହେଉଥାଏ ଆଶ୍ଚର୍ଯ୍ୟଜନକ ଘଟଣା ମାନ ଘଟୁଥାଏ ଏମିତି ଜଣା ପଡୁଥାଏ କି ଘରେ କୌଣସି ନକରାତ୍ମକ ଶକ୍ତିବାସ କରୁଛି ତେବେ ବର୍ଷା ଜଳକୁ ଏକ ପାତ୍ରରେ ଭରି ଘରର କୌଣସି ପରିଷ୍କାର ସ୍ଥାନରେ ରଖିଦିଅନ୍ତୁ ଏବଂ ସେହିଠାରେ ବସି ହନୁମାନ ଚାଳିସା ୫୧ ଥର ପାଠ କରନ୍ତୁ। ଏହା ପରେ ସେହି ପାଣିକୁ ଆମ୍ବ ପତ୍ର କିମ୍ବା ଦେବଦାରୁ ପତ୍ରରେ ଘରର ସମସ୍ତ ସ୍ଥାନରେ ଛିଞ୍ଚି ଦିଅନ୍ତୁ। ଏହା ଦ୍ବାରା ଅନେକ ଲାଭ ମିଳିଥାଏ ଏବଂ ସମସ୍ତ ସମସ୍ୟାମାନ ଦୂର ହୋଇଥାଏ ଏବଂ ଘରେ ଥିବା ନକରାତ୍ମକ ଶକ୍ତି ପଳାୟନ କରିଥାଏ। ତନ୍ତ୍ର ମନ୍ତ୍ର ଗୁଣି ଗାରେଡି ଦୂର ହୋଇଥାଏ ଏବଂ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଯାହା ଦ୍ୱାରା ଘରେ ସୁଖ ଶାନ୍ତି ସମୃଦ୍ଧି ବୃଦ୍ଧି ପାଇଥାଏ।