ମନୋରଞ୍ଜନ

ଓଠକୁ ଚୁମ୍ବନ ଦେବାକୁ ଚେଷ୍ଟା କରିବାରୁ ଅଙ୍କିତାଙ୍କ ଉପରେ ରାଗିଗଲେ ବିକି – Kalinga News

[ad_1]

ମୁମ୍ବାଇ: ବିଗ୍ ବସ୍ ୧୭ ପ୍ରଥମ ସପ୍ତାହରୁ ହିଁ ଚର୍ଚ୍ଚା‌କୁ ଆସିଥିଲା। ସୋ’ ଆରମ୍ଭରୁ ଘରଲୋକଙ୍କ ମଧ୍ୟରେ ଝଗଡା ହେଉଥିବା ଦେଖିବାକୁ ମିଳିଥିଲା। ଏଥର ଟିଭି ସେଲିବ୍ରିଟିମାନଙ୍କ ସହିତ କଣ୍ଟେଣ୍ଟ କ୍ରିଏଟରମାନେ ମଧ୍ୟ ସୋ’ରେ ପ୍ରବେଶ କରିଥିଲେ। ପ୍ରଥମ ସପ୍ତାହରୁ ହିଁ ଲୋକପ୍ରିୟ ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କର ତାଙ୍କ ସ୍ବାମୀ ବିକି ଜୈନଙ୍କ ସହ ଅନେକ ଥର ଝଗଡ଼ା ହୋଇଥିବା ଦର୍ଶକ ଦେଖିଥିଲେ। ଅଙ୍କିତା ସବୁଠୁ ଅଧିକ ପାରିଶ୍ରମିକ ନେଇଥିବା ପ୍ରତିଯୋଗୀ ହୋଇଥିବା ବେଳେ ବିଗ୍ ବସ୍ ପାଇଁ ତାଙ୍କର ଅବଦାନ ସେତେ‌ଟା ଦେଖିବାକୁ ମିଳିନାହିଁ। ଅନେକ ସମୟରେ ସେ ନିଜ ସ୍ବାମୀଙ୍କ ସହ ହିଁ ଝଗଡ଼ା କରୁଥିବାର ନଜର ଆସିଛନ୍ତି।

ଏବେ ସ୍ବାମୀଙ୍କ ସହ ଝଗଡ଼ା କରି ତାଙ୍କୁ ମନାଇବାକୁ ଚେଷ୍ଟା କରୁଥିବା ବେଳେ ବିକି ପୁଣି ରାଗିଯାଇଥିବା ଦେଖିବାକୁ ମିଳିଛି। ସୋମବାର ପ୍ରସାରିତ ହୋଇଥିବା ଅଧ୍ୟାୟରେ ଦେଖିବାକୁ ମିଳିଛି ଯେ, ଝଗଡ଼ା ପରେ ଅଙ୍କିତା କ୍ଷମା ମାଗିବା ସହ ବିକିଙ୍କ ପାଖକୁ ଆସୁଛନ୍ତି। ବିକି ଶୋଇଥିବା ବେଳେ ଅଙ୍କିତା ଆସି ତାଙ୍କ ଗାଲକୁ ଚୁମ୍ବନ ଦେଉଛନ୍ତି। ଏହା ପରେ ଅଙ୍କିତା, ବିକିଙ୍କ ଓଠକୁ ଚୁମ୍ବନ ଦେବାକୁ ଚେଷ୍ଟା କରୁଥିବା ବେଳେ ବିକି ମନା କରି କହୁଛନ୍ତି, ଏଭଳି ଟିଭିରେ ସମସ୍ତଙ୍କ ଆଗରେ ଓଠରେ ଚୁମ୍ବନ ଦିଅନାହିଁ। ଘର ଲୋକ ଦେଖୁଛନ୍ତି। ମୋତେ ଏସବୁ ପସନ୍ଦ ନୁହେଁ। ଏହା ଶୁଣି ଅଙ୍କିତା କହୁଛନ୍ତି, ମୁଁ ସ୍ତ୍ରୀ ହୋଇ କ’ଣ ଚୁମ୍ବନ ଦେଇପାରିବି ନାହିଁ। ମୁଁ ତୁମ ଗାଲକୁ ଚୁମ୍ବନ ଦେଉଥିଲି, ଓଠକୁ ନୁହେଁ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button