ରାଜ୍ୟ

2023 ରାକ୍ଷୀ ପୂର୍ଣ୍ଣିମା କେବେ ପଡୁଛି ? ଏହି ସମୟରେ ଭୁଲରେ ବି ରାକ୍ଷୀ ବାନ୍ଧନ୍ତୁ ନାହିଁ ? ଭଦ୍ରା କାଳର ସମୟ କେବେ ରହିଛି ?

ବନ୍ଧୁଗଣ ରାକ୍ଷୀ ପୂର୍ଣ୍ଣିମା ର ଅବସର ପ୍ରତେକ  ବର୍ଷ ଶ୍ରାବଣ ମାସର ପୁର୍ଣ୍ଣିମା ତିଥି ରେ ପାଳନ  ଯାଇଥାଏ । ଶାସ୍ତ୍ର ରେ ଏମିତି ମାନ୍ୟତା ଅଛି ଭଦ୍ରା କାଳରେ ରାକ୍ଷୀ ବାନ୍ଧିବା ଉଚିତ ନୁହେଁ । ପଞ୍ଚାଙ୍ଗ ଅନୁଯାୟୀ ଏହି ଥର ରାକ୍ଷୀ ପୂର୍ଣ୍ଣିମା ରେ ଭଦ୍ରା ହେବା କାରଣରୁ ରାକ୍ଷୀ ପିନ୍ଧାଯିବ । ଆଜି ଆମେ ଜାଣିବା 2023 ବର୍ଷରେ ରାକ୍ଷୀ ପୂର୍ଣ୍ଣିମା କେବେ ପାଳିତ ହେବ, ଭଦ୍ରା କେବେ ଠାରୁ ଆରମ୍ଭ ହୋଇ କେବେ ଶେଷ ହେବ, ପୂଜା ବିଧି ଓ ରାକ୍ଷୀ ବାନ୍ଧିବାର ଶୁଭ ମୂହୁର୍ତ୍ତ କେବେ ରହିବ ।

ଏହି ଥର ରାକ୍ଷୀ ପୂର୍ଣ୍ଣିମା ଅଗଷ୍ଟ 30 ଓ 31 ତାରିଖରେ ପାଳିତ ହେବ । ପୁର୍ଣ୍ଣିମା ତିଥି ର ଆରମ୍ଭ ଅଗଷ୍ଟ 30 ସକାଳ 10:58 ମିନିଟ ରୁ 31 ଅଗଷ୍ଟ 7:05 ମିନିଟ ରେ ଶେଷ ହେବ । ଅଗଷ୍ଟ 30ରେ ରାକ୍ଷୀ ବାନ୍ଧିବାର ଶୁଭ ମ୍ହୁର୍ତ୍ତ ହେଉଛି ରାତି 9:01 ପରେ । 31 ଅଗଷ୍ଟ ରେ ରାକ୍ଷୀ ବାନ୍ଧିବାର ଶୁଭ ମୂହୁର୍ତ୍ତ ହେଉଛି ସକାଳ 7ଟା ଯାଏଁ ।

ଶାସ୍ତ୍ର ଅନୁଯାୟୀ ଏହି ଥର ଭଦ୍ରା 30 ଅଗଷ୍ଟ ସକାଳ 10:58 ମିନିଟ ରୁ ଆରମ୍ଭ ହୋଇ ରାତି 9:1 ମିନିଟ ରେ ଶେଷ ହେବ । 30 ଅଗଷ୍ଟ ରେ ସନ୍ଧ୍ୟା 5:30 ମିନିଟ ରୁ 6:30 ମିନିଟ ଯାଏଁ ଭଦ୍ରା ପୁଞ୍ଚ ରହିବ । ଶାସ୍ତ୍ର ଅନୁସାରେ ଭଦ୍ରା ସମୟରେ ରାକ୍ଷୀ ବାନ୍ଧିବା ଶୁଭ ନୁହେଁ । ଚଳିତ ବର୍ଷ ରାକ୍ଷୀ ବନ୍ଧନ ପର୍ବ ର ଭଦ୍ରା ଶେଷ ହେବା ପରେ 30 ଓ 31 ଅଗଷ୍ଟ ଦୁଇ ଦିନ ପାଳିତ ହେବ । ରାକ୍ଷୀ ପୂର୍ଣ୍ଣିମା ଶ୍ରାବଣ ପୂର୍ଣ୍ଣିମା ରେ ପାଳିତ ହୋଇଥାଏ ।

ଏହି ବର୍ଷ ଶ୍ରାବଣ ପୂର୍ଣ୍ଣିମା ଦିନ ଭଦ୍ରା ପଡୁଛି । ଏମିତିରେ ଶୁଭ ମୂହୁର୍ତ୍ତ କୁ ଦେଖି ରାକ୍ଷୀ ପର୍ବ ପାଳନ କରିବା ଉଚିତ । ରାକ୍ଷୀ ପୂର୍ଣ୍ଣିମା ଦିନ ସ୍ନାନ କରିବା ପରେ ପୂଜା ଥାଳି ସଜାଇବା ଉଚିତ । ଯେଉଁଥି ରେ ରାକ୍ଷୀ ସହ ରୋଲି, ଚନ୍ଦନ, ମିଠା ଓ ଫୁଲ ଆଦି ରଖାଯାଏ । ଏହି ଥାଳି ରେ ଦୀପ ଜଳାଇ ଦିଅନ୍ତୁ । ଏହା ପରେ ପୂଜା ଥାଳି କୁ ପୂଜା ଘରେ ରଖନ୍ତୁ । ସର୍ବ ପ୍ରଥମେ ସବୁ ଦେବୀ ଦେବତାଙ୍କ ସ୍ମରଣ କରି ଧୂପ ଦୀପ ଜଳାଇବା ଉଚିତ ।

ଏହା ପରେ ଭାଇ କୁ ଆସନ ରେ ବସାଇ ତିଳକ କରନ୍ତୁ । ଏହା ପରେ ଭାଇ ର ଡାହାଣ ହାତରେ ରାକ୍ଷୀ ବାନ୍ଧନ୍ତୁ । ଏହା ପରେ ଭାଇ ର ଆରତୀ କରି ମିଠା ଖାଇବାକୁ ଦିଅନ୍ତୁ । ଭାଇ ର ଦୀର୍ଘାୟୁ କାମନା କରି ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଥାଏ ଏହା ପୁରୁଣା ପରମ୍ପରା ରହି ଆସିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button