ଜ୍ୟୋତିଷ
Malika – ଆଉ ନାହିଁ ସମୟ ଆସୁଛନ୍ତି କଲକି ଖୁବ୍ ଶୀଘ୍ର ହେବ ଏହି ଯୁଗ ର ଅବସାନ ଏମିତି ହେବ କଳିଯୁଗ ଶେଷ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ତ ନିଶ୍ଚିତ ଭାବରେ ଜାଣିଥିବେ କି ପ୍ରତ୍ୟେକ ଯୁଗର ଅବସାନ ଘଟିଥାଏ। ଯେପରି ଦ୍ଵାପର ଯୁଗ, ତ୍ରେତୟା ଯୁଗ ଓ ସତ୍ୟ ଯୁଗର ପୂର୍ବରୁ ଅବସାନ ଘଟିଥିଲା। ଏବେ କଳି ଯୁଗ ଚାଲିଛି ଓ କଳି ଯୁଗର ମଧ୍ୟ ଅବସାନ ଘଟିବ। ତେବେ ଏହି କଳି ଯୁଗର ଅବସାନ କିଏ କରିବ ଆପଣ ମାନେ ଜାଣିଛନ୍ତି କି?? ଯଦି ଜାଣି ନାହାନ୍ତି ତେବେ ଶୁଣନ୍ତୁ।
କୁହାଯାଇଛି ଯେତେବେଳେ କଳିଯୁଗ ତାର ଚରମ ସୀମା ରେ ଆସି ପହଞ୍ଚିବ ସେତେବେଳେ ଭଗବାନ୍ ବିଷ୍ଣୁ ତାଙ୍କ ଦଶମ ଅବତାର ଧାରଣ କରିବେ ଓ କଳିଯୁଗ କୁ ଅନ୍ତ କରିବେ। କିନ୍ତୁ ଆପଣ ମାନେ ଶୁଣିଛନ୍ତି କି କଳି ଯୁଗରେ କଳ୍କୀ ଙ୍କ ସାମ୍ନା କଳି ପୁରୁଷ ଙ୍କ ଶହ ହେବ। ତେବେ ଆପଣ ମାନେ ଜାଣିଛନ୍ତି କି ଏହି କଳି ପୁରୁଷ ଜଣକ କିଏ? ତେବେ ଶୁଣନ୍ତୁ।
ଯେତେବେଳେ ଦେବତା ମାନେ ମହବଳି ବାଳି ଙ୍କୁ ସମୁଦ୍ର ମନ୍ଥନ ପାଇଁ କହିଥିଲେ ସେତେବେଳେ ବାଳୀ ମନା କରିଦେଇଥିଲେ। କାରଣ ସେ ଜାଣିଥିଲେ ଯେ ଦେବତା ମାନେ ଅସୁର ମାନଙ୍କ ସହ ଛଳ କାରିବେ ବୋଲି। ମାତ୍ର ପରେ ସେ ଶୁକ୍ରଚର୍ୟ ଙ୍କ ନିବେଦନ କୁ ସ୍ବୀକାର କରିଥିଲେ ଓ ସର୍ତ ରଖିଲେ ଯାହାବି ସମୁଦ୍ର ମନ୍ଥନ ରୁ ମିଳିବ ସେ ସବୁ ଅଧା ଅଧା ହେବ ବୋଲି।
କିନ୍ତୁ ସମୁଦ୍ର ମନ୍ଥନ ରୁ ପ୍ରଥମେ ହଳାହଳ ବିଷ ବାହାରିଥିଲା। ସର୍ତ ମୁତାବକ ଏହାକୁ ଭାଗ କରାଯିବାର ଥିଲା ମାତ୍ର ଦେବତା କି ଅସୁର କାହା ପାଖରେ କ୍ଷମତା ନଥିଲା। ଏହାକୁ ପିଇବା ପାଇଁ ତେଣୁ ମହାଦେବ ଶିବ ଏହି ବିଷକୁ ପାନ କରି ନିଜ କଣ୍ଟ ରେ ଧାରଣ କରିଥିଲେ।
ସେହି ବିଷ କିଛି ମାତ୍ରା ରେ ଅସୁର କଳ୍କୀ ଙ୍କ ମୁଁହରେ ପଡ଼ିଥିଲା ପରେ ସେ ମୃତ୍ୟୁ ବରଣ କରିଥିଲେ। ମାତ୍ର ପରେ ଅମୃତ ବାହାରିଥିଲା ଏହା ମଧ୍ୟ ପିଇବା ସମୟ ରେ ତାଙ୍କ ମୁଖରେ ପଡ଼ିଥିଲା ଯାହା ଫଳରେ କି ସେ ଜୀବିତ ହୋଇଯାଇଥିଲେ।
ହେଲେ ସେ ତାଙ୍କ ଭୌତିକ ରୂପକୁ ଆସିପରିନଥିଲେ। ତେଣୁ କୁହା ଯାଇଥାଏ ଯେ ସେ କଳି ଯୁଗର ଅନ୍ତ ସମୟ ରେ ନିଜ ଭୌତିକ ରୂପରେ ଆସି ଲୋକମାନଙ୍କୁ ନିଜ ଅଧିନକୁ ଆଣି ତାଙ୍କ ଉପରେ ଅତ୍ୟାଚାର କରିବେ ଓ ସେହି ସମୟରେ ତାର ବିନାଶ ପାଇଁ ଆବିର୍ଭାବ ହେବେ ଭଗବାନ୍ ବିଷ୍ଣୁ କଳ୍କୀ ରୂପରେ।