ଦେଶ- ବିଦେଶ
ତିରୁପତି ବାଲାଜୀ ଙ୍କ ଏହି ରହସ୍ୟ ଆଗରେ ବୈଜ୍ଞାନିକ ମାନେ ଫେଲ କେମିତି ଏହା ସମ୍ଭବ ଭାବି ଆଜିବି କରୁଛନ୍ତି Research

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏକ ବିଶେଷ ମନ୍ଦୀର ର ରହସ୍ୟ ସମ୍ୱନ୍ଧ ରେ କହିବାକୁ ଯାଉଛୁ । ମନ୍ଦିର ଟି ହେଉଛି ତିରୁପତି ବାଲାଜୀ ଏହି ମନ୍ଦିର ଟିର ନାମ ମଧ୍ୟ ଆପଣ ମାନେ ଅନେକ ଥର ଶୁଣିଥିବେ। ମାତ୍ର ଏହି ମନ୍ଦିରରେ ଥିବା ରହସ୍ୟ ବିଷୟ ରେ ଆପଣ ମାନେ ଜାଣି ନଥିବେ। ଏହି ମନ୍ଦିର ଟି ଦକ୍ଷିଣ ଭାରତରେ ଆନ୍ଧ୍ରପ୍ରଦେଶ ରେ ଅବସ୍ଥିତ ଅଟେ।
ଏହି ମନ୍ଦୀର ମଧ୍ୟରେ ଭେଙ୍କଟେଶ୍ୱର ମହାଦେବ ଙ୍କ ପୂଜାର୍ଚ୍ଚନା କରାଯାଇ ଥାଏ। ଯାହାଙ୍କୁ କି ଭଗବାନ ବିଷ୍ଣୁ ଙ୍କ ଅବତାର ବୋଲି ମାନିଥାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ ଚକିତ କଥା ଏହା ହେଉଛି କି ଏହି ମନ୍ଦିରରେ ଗର୍ଭ ଗୃହରେ ଥିବା ମୂର୍ତ୍ତି ଟି କୌଣସି ମଣିଷ ଦ୍ଵାରା ନିର୍ମିତ ନୁହେଁ।
ସେଠାରେ ସ୍ଵୟଂ ଭଗବାନ ବିରାଜ ମାନ ଅଛନ୍ତି। କାରଣ ମୂର୍ତ୍ତିଟି ପଥରର ହେଲେ ମଧ୍ୟ ତାଙ୍କ ପୂଜାରୀ ମାନେ ମୂର୍ତ୍ତିରେ ଚନ୍ଦନ ର ଲେପ ଲଗାଇଥାନ୍ତି କାରଣ ତାଙ୍କ ମତରେ ଭଗବାନ ଙ୍କ ଥୋଡ଼ିରେ କ୍ଷତ ହୋଇଛି ଓ ଏହି ଚନ୍ଦନ ଲେପ ଦ୍ଵାରା ତାହା ଭଲ ହୋଇଯିବ।
ଭଗବାନ ଙ୍କ ମୂର୍ତ୍ତି ରେ ଥିବା ଚୁଟି ମଧ୍ୟ ସତସତିକା ଦେଢ଼ହଜାର ବର୍ଷ ର ପୁରୁଣା ମୂର୍ତ୍ତି ହେଲେ ମଧ୍ୟ ତାଙ୍କ ଚୁଟି କେବେ ମଧ୍ୟ ମଇଳା ହୋଇନାହିଁ ସେହିପରି କୋମଳ ମଧ୍ୟ ଅଛି। ଏବଂ ତାଙ୍କ ପୂଜାରୀ ଓ ଭକ୍ତ ମାନଙ୍କ କହିବା ଅନୁସାରେ ସର୍ବଦା ତାଙ୍କ ମୂର୍ତ୍ତିରୁ ସମୁଦ୍ର ର ଗର୍ଜନ ଶୁଣିବାକୁ ମିଳିଥାଏ।ଆପଣ ମାନେ ଯଦି ଏହି ମୂର୍ତ୍ତି ଙ୍କୁ କାନ ଲାଗଇ ଶୁଣିବେ ତେବେ ସମୁଦ୍ରର ଗର୍ଜନ ନିଶ୍ଚିତ ଭାବରେ ଶୁଣି ପାରିବେ।
ଏବଂ ଭକ୍ତମାନ ଙ୍କର ମାନସିକ ସବୁ ଏଠାରେ ପୂରଣ ହୋଇଥାଏ ଓ ପୂରଣ ହେବାପରେ ସେମାନେ ନିଜର ଚୁଟି ଏଠାରେ ଦାନ କରିଥାଆନ୍ତି। ଦିନକୁ ପ୍ରାୟ ୨୦ ହଜାର ରୁ ଅଧିକା ଲୋକ ଏଠାରେ ଚୁଟି ଦେଇଥାନ୍ତି। ଏବଂ ସୁନା ଚାନ୍ଦି ଓ ଟଙ୍କା ପଇସା ମଧ୍ୟ ଦେଇଥାନ୍ତି ସେଥି ପାଇଁ ଏହି ମନ୍ଦୀର ସବୁଠାରୁ ଧନୀ ମନ୍ଦୀର ଅଟେ।
ଏହି ମନ୍ଦିରରେ ପ୍ରତି ମାସରେ ୨୦୦ ରୁ ୩୦୦ କୋଟି ଟଙ୍କା ର ରୋଜଗାର ହୋଇଥାଏ। ଏବଂ ଟଙ୍କା ପଇସାର ହିସାବ ମଧ୍ୟ କରିବା ପାଇଁ ସେଠାରେ ଅନେକ କର୍ମଚାରୀ ମାନେ ମଧ୍ୟ ନିଯୁକ୍ତି ପାଇଥାନ୍ତି।
ଏହି ପଇସା ସବୁ ଦାନ ପୁଣ୍ୟ ସହ ସମାଜ ସେବାରେ ଲଗାଯାଇଥାଏ। ଏହା ଦୁନିଆ ର ସବୁ ଠାରୁ ଧନୀ ମନ୍ଦୀର ଅଟେ କାରଣ ଅନେକ ବ୍ୟାଙ୍କ ରେ ଏହି ମନ୍ଦିରର ୧୨,୦୦୦ କୋଟି ରୁ ଅଧିକା ଫିକ୍ସ୍ ଦିପୋଜିଟ ଅଛି।
ଏଠାରେ ଏକ ବାଡ଼ି ରଖାଯାଇଛି ମନ୍ଦିରର ମୂଖ୍ୟ ଦ୍ଵାରର ଦକ୍ଷିଣ ପାର୍ଶ୍ଵ ରେ ଯେଉଁଥିରେ କି ତାଙ୍କ ମାଆ ତାଙ୍କୁ ଛୋଟବେଳେ ମାରିଥିଲେ ଓ ତାଙ୍କର ମଧ୍ୟ ଥୋଡ଼ି ଫାଟି ଯାଇଥିଲା ସେଥିପାଇଁ ତାଙ୍କର ଆଜି ପର୍ଯ୍ୟନ୍ତ ମଧ୍ୟ ଚନ୍ଦନ ଲେପ ଲଗାଯାଇଥାଏ।
ଏହା ମଧ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ହେବେକି ଭଗବାନ ଙ୍କୁ ସେଠାରେ ଥଣ୍ଡା ବାତାବରଣ ରେ ରଖାଯାଉଥିବା ବେଳେ ମଧ୍ୟ ତାଙ୍କୁ ଗରମ ଲାଗିଥାଏ ଏବଂ ତାଙ୍କ ମୁଣ୍ତ ଓ ପିଠି ସର୍ବଦା ଝାଳ ମଗ୍ନ ଥାଏ। ମନ୍ଦିରର ଏକ ପୂଜାରୀ ପ୍ରାୟ ସମୟରେ ଏହାକୁ ପୋଛି ମଧ୍ୟ ଥାନ୍ତି।
ଭଗବାନ ଙ୍କ ମୂର୍ତ୍ତି ଙ୍କୁ ମଧ୍ୟ ତଳେ ଧୋତି ଓ ଉପରେ ଶାଢ଼ୀ ପିନ୍ଧା ଯାଇଥାଏ କାରଣ ଏହା ବିଶ୍ବାସ ଅଛିକି ଭଗବାନ ଙ୍କ ମଧ୍ୟରେ ମାଆ ଲକ୍ଷ୍ମୀ ମଧ୍ୟ ବାସ କରିଥାନ୍ତି।
ଏହା ର ପ୍ରମାଣ ସେତେବେଳେ ମିଳେ ଯେତେବେଳେ ଭଗବାନ ଙ୍କ ସ୍ନାନ ପାଇଁ ଚନ୍ଦନ ର ଲେପ ଲଗାଯାଇଥାଏ ଏବଂ ତାଙ୍କ ହୃହୟ ପାଖରେ ଥିବା ଚନ୍ଦନ ର ଲେପରେ ମାଆ ଲକ୍ଷ୍ମୀ ଙ୍କ ସ୍ୱରୂପ ନଜର ଆସିଥାଏ। ଏଠାରେ ଚଢ଼ା ଯାଉଥିବା ତୁଳସୀ ପତ୍ର ଙ୍କୁ ଭକ୍ତ ଙ୍କୁ ଦିଆଯାଇ ନଥାଏ ଏହାକୁ ମନ୍ଦିରରେ ଉପସ୍ଥିତ ଥିବା ଏକ କୂଅ ରେ ବିସର୍ଜନ କରାଯାଇଥାଏ।
ଏଠାରେ ମଧ୍ୟ ପ୍ରତ୍ୟେକ ଦିନ ତିନି ଲକ୍ଷ ରୁ ଅଧିକା ଲଡୁ ବାନାଯାଇଥାଏ। ଏହାକୁ ବାନେଇବା ପାଇଁ କୌଣସି ମେସିନ୍ ନାହିଁ ବରଂ କାରିଗର ମାନେ ୩୦୦ ବର୍ଷ ପୁରୁଣା ପଦ୍ଧତି ରେ ବନେଇ ଥାଆନ୍ତି।
ଏହାକୁ ଏକ ଗୁପ୍ତ ରୋଷେଇ ଘରେ ବାନଯାଏ ଏବଂ ଏହି ରୋଷେଇ ଘରକୁ ପୁଟୁ ନାମରେ ଜଣା ଯାଏ। ଭଗବାନ ତିରୁପତି ଙ୍କ ମନ୍ଦୀର ଠାରୁ ୨୩ କିମି ଦୂରରେ ଏକ ଗ୍ରାମ ଅଛି ଏହି ଗ୍ରାମରେ ଭାରି ଲୋକ ମାନଙ୍କୁ ଯିବାକୁ ମନା ଥାଏ। ଭଗବାନ ଙ୍କ ପାଇଁ ଦରକାର ହେଉଥିବା ଫୁଲ ଫଳ ,ଦୁଗ୍ଧ, ଦହି ଆଦି ସମସ୍ତ ସାମଗ୍ରୀ ଏଠାରୁ ହିଁ ଯାଇଥାଏ।
ଏହି ମନ୍ଦିରର ଗର୍ଭ ଗୃହରେ ଏକ ଦୀପ ଜଳୁଛି ଯାହାକି ଅନେକ ବର୍ଷ ରୁ ସେହିଭଳି ଭାବରେ ଜଳି ଆସିଛି ଏଥିରେ ତେଲ କିମ୍ବା ଘିଅ କିଛି ନାହିଁ। ଏବଂ ଏହା କିପରି ସମ୍ଭବ ଯାହାର ଉତ୍ତର କାହା ପାଖରେ ମଧ୍ୟ ନାହିଁ। ଏବଂ କପୂର ଯେତେବେଳେ ଭଗବାନ ଙ୍କ ଉପରେ ଚଢ଼ା ଯାଇଥାଏ ତାର କିଛି ପରିବର୍ତନ ହୋଇନଥାଏ ତାହା ସେପରି ହିଁ ଥାଏ
ଆପଣ ଯେତେବେଳେ ଗର୍ଭ ଗୃହମଧ୍ୟରେ ମୂର୍ତ୍ତି ଦେଖିବେ ତେବେ ମୂର୍ତ୍ତିଟି ଆପଣଙ୍କୁ ମଝିରେ ଦେଖା ଯିବ କିନ୍ତୁ ଗର୍ଭ ଗୃହରୁ ବାହାରିବା ପରେ ମୂର୍ତ୍ତିଟି ଆପଣଙ୍କୁ ଡ଼ାହାଣ ପାର୍ଶ୍ଵରେ ଦେଖା ଯିବ। ଆପଣ କେବେ ଦର୍ଶନ କରିବାକୁ ଗଲେ ଦେଖିବେ ଏହି ଭଗବାନ ତିରୁପତି ଙ୍କ ମୂର୍ତ୍ତି ଆପଣଙ୍କୁ ସାକ୍ଷାତ ଜୀବନ୍ତ ଭଗବାନ ଙ୍କ ଭଳି ଦେଖା ଜିବ।