କ’ଣ ପାଇଁ ହୁଏ ପରିଶ୍ରା ଇଂଫେକ୍ସନ୍? ଜାଣନ୍ତୁ ଏହାର କାରଣ ଏବଂ ପ୍ରତିକାର…

ଆଜିକାଲି ଲୋକମାନଙ୍କ ଠାରେ ଇଂଫେକ୍ସନ ଜନିତ ସମସ୍ୟା ଦେଖାଯିବା ଏକ ସାଧାରଣ କଥା ଅଟେ । ତେବେ, ପରିସ୍ରା ପୋଡ଼ା ଅଥବା ଇଂଫେକ୍ସନ ଦ୍ୱାରା ପୀଡିତ ହୋଇ ଲୋକେ ଖୁବ୍ କଷ୍ଟ ସହୁଛନ୍ତି । କେବଳ ସେତିକି ନୁହେଁ ଅନେକେ ଏହାକୁ ହେୟଜ୍ଞାନ କରିବା ସହିତ ଏଥିନେଇ ସଚେତନତାର ଅଭାବ ରହିଛି ।
ପରିସ୍ରା କରିବା ସମୟରେ ହିଁ କିଛି ବ୍ୟାକ୍ଟେରିଆ ପରିଶ୍ରା ମାଧ୍ୟମରେ ଶରୀର ଭିତରକୁ ଚାଲି ଆସିଥାନ୍ତି । ଏହା ବ୍ୟତୀତ ଡାଇବେଟିସ୍ ରୋଗ ଥିବା ବ୍ୟକ୍ତିଙ୍କର ଏହି ଇଂଫେକ୍ସନ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ । ଏହି ଇଂଫେକ୍ସନ ହେବା ଦ୍ୱାରା ମଣିଷକୁ ଅନେକ କଷ୍ଟ ସହିବାକୁ ପଡିଥାଏ । ପେଟ ତଳ ଦରଜ ହେବା ସହିତ ଜ୍ୱର ମଧ୍ୟ ଆସିଥାଏ । ବେଳେ ବେଳେ ରୋଗୀ ନିଜର ପରିଶ୍ରା କଣ୍ଟ୍ରୋଲ କରିବାରେ ମଧ୍ୟ ବିଫଳ ହୋଇଥାନ୍ତି ।
ଇଂଫେକ୍ସନ ଅଧିକ ହୋଇଥିଲେ ପରିଶ୍ରାରେ ରକ୍ତ ମଧ୍ୟ ପଡିଥାଏ । ଏଭଳି କିଛି ସମସ୍ୟା ଦେଖା ଦେଲେ ତୁରନ୍ତ ଜଣେ ୟୁରୋଲୋଜିଷ୍ଟଙ୍କୁ ପରାମର୍ଶ କରିବା ଆବଶ୍ୟକ ହୋଇଥାଏ । ଇଂଫେକ୍ସନ ଜାଣିବା ପାଇଁ ଡାକ୍ତରଙ୍କ କହିବା ଅନୁଯାଇ ଅଲ୍ଟ୍ରାସାଉଣ୍ଡ, ସିଟିସ୍କାନ ଏପରିକି ବ୍ଲଡ଼ ଟେଷ୍ଟ ମଧ୍ୟ କରିବାକୁ ପଡିପାରେ ।