ରାଜ୍ୟ

ମାଳିକା ପଞ୍ଚବସାଣ ଖୋଲିଲା ଆଗାମୀ ରହସ୍ୟ କଣ ଘଟିବ ଜାଣି ରଖନ୍ତୁ ଏବେଠୁ ନହେଲେ ପରେ ହଇରାଣ ହେବେ Malika Panchabasana

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ମାଳିକା  ଆମକୁ ଆମର ଭବିଷ୍ୟତ ସମ୍ପର୍କରେ ଅବଗତ କରାଇଥାଏ। ଭବିଷ୍ୟତ ରେ କଣ ଘଟିବ ସେ ସମ୍ପର୍କ ରେ ମଧ୍ୟ ଆମକୁ ଦିଗ ଦର୍ଶନ କରାଇ ଥାଏ। ମାଲିକା ର ଭବିଷ୍ୟତ ବାଣୀ ପ୍ରାୟତ ସତ୍ୟ ପ୍ରତୀତ ହେବାରେ ଲାଗିଛି। ଅଚ୍ୟୁତ ନନ୍ଦ ଙ୍କ ଏହି ମାଳିକା ଏବେ ଖାଲି ଆମ ରାଜ୍ୟ ନୁହେଁ ଆମ ଦେଶରେ ଥିବା ଲୋକ ମାନେ ଏହାକୁ ମାନିବାକୁ ଲାଗିଲେଣି। ତେବେ ଚାଲନ୍ତୁ ମାଳିକା ସମ୍ପର୍କିତ କିଛି ତଥ୍ୟ ଜାଣିବା।

ଆଜି ଆମେ ଜାଣିବା ଉଦଶା ଆଶ୍ରମରେ ଥିବା ମାଳିକା ର ମୁଖ୍ୟ ପଞ୍ଚବସାଣ କଣ ଅଟେ। ଏହି ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ଅଛନ୍ତି ଏହା ସହ ଯଜ୍ଞ ମଣ୍ଡପ ଓ ଗୋଶାଳା ମଧ୍ୟ ଅଛି। ଠାକୁରଙ୍କ ନିତି ନିମନ୍ତେ ଢିଙ୍କି ରେ ଧାନ କୁଟା ଯାଏ ସେହି ଢିଙ୍କି ମଧ୍ୟ ଏଠାରେ ଉପସ୍ଥିତ ଅଛି। ସେଠାରେ ମଧ୍ୟ ମାନବ। ଶରୀରର ବ୍ୟାଖ୍ୟା କରାଯାଇ ଚକ୍ର କେଉଁ କେଉଁ ସ୍ଥାନରେ ଅବସ୍ଥିତ ଅଛି ତାହା ମଧ୍ୟ କୁହା ଯାଇ ଅଛି।

ଅଚ୍ୟୁତ ନନ୍ଦ ଙ୍କ ଶିଷ୍ୟ ରାମ ଦାସ କହିଥିଲେ ଯେ ପ୍ରଭୁ ଯେତେବେଳେ ଆସିବେ ସମ୍ପୂର୍ଣ ଭାବରେ ପୂର୍ଣ୍ଣ ରୂପରେ ସମସ୍ତ ଠାକୁର ଓଁକାର ଦେଉଥିବା ବେଳେ ସ୍ଵୟଂ ଅଚ୍ୟୁତ ଓଧରେ ରଖିବେ , ତାହାପରେ ଅକାର ରଖିବେ ଅର୍ଥାତ୍ ପ୍ରଭୁଙ୍କ ଅବୟବ, ତାପରେ ହକାର ଅର୍ଥାତ୍ ପ୍ରକୃତି, ତାପରେ ଆସିବେ ପେରି କୃଷ୍ଣ ଓ ଏହାପରେ ଏହି ସମସ୍ତ ଙ୍କ ସମାଷ୍ଠି ଓଁ କାର। ଏହାକୁ ପଞ୍ଚବସାଣ ବୋଲି କୁହାଯାଇ ଥାଏ।

 

ଭକ୍ତ ମାନଙ୍କର ଉଦ୍ଧାର ପାଇଁ ସ୍ଵୟଂ ଭଗବାନ୍ ଉଦାସ ନାମରେ ଜନ୍ମ ଗ୍ରହଣ କରିବେ ତାହା ପୁଣି ଛତିଆ ଠାରେ। ସେଠାର ମଧ୍ୟ ତିନି ପାଟଣା ଥିବ ତାହା ହେଉଛି କାଶୀ ପାଟଣା, କାଞ୍ଚି ପାଟଣା ଓ ନୂଆ ପାଟଣା। ଏହି ଭଳି ଅନେକ ଅଲୌକିକ ଲୀଳା ପ୍ରଭୁ ଙ୍କ ଯାହାକି ମାଳିକା ରେ ବର୍ଣ୍ଣିତ ହୋଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button