ଅର୍ଜୁନଙ୍କ ମୃ-ତ୍ୟୁରେ କାହିଁକି ହସିଥିଲେ ଦେବୀ ଗଙ୍ଗା ମା ଏହାର ରହସ୍ୟ ଖୁବ୍ କମ ଲୋକେ ଜାଣିଛନ୍ତି ଦେଖନ୍ତୁ କଣ କୁହେ ପୁରାଣ

ନମସ୍କାର ପାଠକ ବନ୍ଧୁ ଗଣ। ବନ୍ଧୁ ଗଣ ଆପଣ ମାନେ ଜାଣିଲେ ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଯେସବୁଠୁ ବଡ଼ ଧୁନର୍ଧରି ଅର୍ଜୁନ କୁ ମାନା ଯାଏ ଆଉ ଏହା ବି କୁହାଯାଏ ଯେ ତାର ଯୁଦ୍ଧ କୌଶଳ ରେ ସେ ଅଜୟ ଅର୍ଥାତ୍ ଅର୍ଜୁନ ଙ୍କ ଉପରେ କେହି ବି ବିଜୟ ପ୍ରାପ୍ତ କରି ପାରିବେ ନାହିଁ। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଅର୍ଜୁନ କେବଳ ହାରି ମଧ୍ୟ ନାହିଁ ମରି ମଧ୍ୟ ଥିଲା।ମହାଭାରତ ଯୁଦ୍ଧରେ ବିଜୟ ହେଲା ପରେ ପରି ଶେଷରେ ଯୁଧିଷ୍ଟିର କୁ ହସ୍ତିନାପୁର ର ରାଜା କରାଗଲା ।
ତା ପରେ ଶ୍ରୀକଷ୍ଣ ଙ୍କ କହିବା ଅନୁଯାୟୀ ଅଶ୍ଵମେଧ ଯଜ୍ଞ କରାଗଲା। ଅର୍ଜୁନ ଏହି ଯଜ୍ଞ ର ପ୍ରତିନିଧତ୍ଵ କଲେ ସେ ତାଙ୍କ ଅଶ୍ଵ ନେଇ ବିଭିନ୍ନ ରାଜ୍ୟ ଗଲେ ଅନେଗୁଡ଼ିଏ ରାଜ୍ୟ ର ରାଜା ମାନେ ବିନା ଯୁଦ୍ଧ ରେ ହିଁ ତାଙ୍କ ରାଜ୍ୟ କୁ ହସ୍ତିନା ପୁର ଅଧୀନ କୁ ଦେଇ ଦଉ ଥିଲେ।ଆଉ ଯେ ନ ଦେଉ ଥିଲେ ତା ସହ ଯୁଦ୍ଧ କରି ଅର୍ଜୁନ ତାର ରାଜ୍ୟ କୁ ହସ୍ତିନା ପୁର ଅଧୀନ କୁ ନେଇ ଆସୁ ଥିଲେ। ତା ପରେ ଅର୍ଜୁନ ଙ୍କ ଅଶ୍ଵ ମଣିପୁର ରାଜ୍ୟରେ ସୀମା ରେ ପହଁଚି ଥିଲା ।
ସେହି ସମୟ ରେ ମଣିପୁର ରାଜ୍ୟ ର ରାଜା ଅର୍ଜୁନ ଆଉ ଚିତ୍ରଙ୍ଗଦା ର ପୁତ୍ର ବଭୃବାହନ ଥିଲା। ସେ ନିଜ ପିତା ଙ୍କୁ ଦେଖି ତାଙ୍କର ସ୍ବାଗତ ପାଇଁ ଗଲା କିନ୍ତୁ ଅର୍ଜୁନ ତାକୁ ଅଟକାଇ କହିଲା ଏବେ ମୁଁ ତୁମ ପିତା ନୁହେଁ ହସ୍ତିନା ପୁର ର ପ୍ରତିନିଧି ତୁମକୁ ମୋ ସହ ଯୁଦ୍ଧ କରିବା କୁ ହେବ।ତା ପରେ ଦୁହିଁ ଙ୍କ ମଧ୍ୟ ରେ ଯୁଦ୍ଧ ହେଲା ଏହା ବହୁ ଦିନ ଧରି ଲାଗି ଥିଲା।ତା ପରେ ଦେବୀ କାମାକ୍ଷା ଙ୍କୁ ସ୍ମରଣ କରି ବଭୃବାହନ ଏକ ବାଣ ଛାଡ଼ିଲା ଯାହା ଦ୍ଵାରା ଅର୍ଜୁନ ଙ୍କ ମସ୍ତକ ଅଲଗା ହେଲା ଓ ସେ ମରିଗଲେ।
ତା ପରେ ସେଠାରେ ଗଙ୍ଗା ମା ହସୁ ଥିଲେ ଶ୍ରୀ କୃଷ୍ଣ ଆସି ଏ ସବୁ ଦେଖି ଗଙ୍ଗା ମା ଙ୍କୁ ହସିବା ର କାରଣ ପଚାରିଲେ ମା କହିଲେ ଏ ସବୁ ଅର୍ଜୁନ ର କର୍ମ ଫଳ ସେ ମୋ ପୁଅ କୁ ମାରି ଥିଲା ତା ପରେ କୁନ୍ତୀ ଆସିଲେ ଓ ସମସ୍ତ ଓ କୃଷ୍ଣ ଙ୍କ ତର୍କ ରେ ଗଙ୍ଗା ତାଙ୍କ ପ୍ରତିଜ୍ଞା ଫେରାଇ ନେଇ ବଭୃବାହନ ର ସାବତ ମା ର ମଣି ଦ୍ୱାରା ଅର୍ଜୁନ ପୁଣି ଜୀବିତ ହୋଇ ଥିଲେ।




