ଦେଶ- ବିଦେଶ

ସେବାରେ ନଥାଏ ଜାତି ଧର୍ମ ବୋଲବମ ଭକ୍ତ୍ତଙ୍କ ସେବାରେ ଲାଗିଛନ୍ତି ମୁସଲମାନ ଭକ୍ତ ଦେଖନ୍ତୁ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଭାରତ ହେଉଛି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ଏଠାରେ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକ ଲୋକ ମାନେ ବସ ବାସ କରିଥାନ୍ତି। ସେଥି ପାଇଁ ତ ଆମେ ଭାରତୀୟ ବୋଲି ଗର୍ବିତ ଅଟୁ କାରଣ ଏହା ହେଉଛି ଏକ ଭାଇଚାରା ର ଦେଶ। ଏଠାରେ ସମସ୍ତେ ବସବାସ କରିଥାନ୍ତି। ପ୍ରତ୍ୟେକ ଲୋକ ମାନେ ମଧ୍ୟ ନିଜ ନିଜ ମଧ୍ୟରେ ସୁ ସମ୍ପର୍କ ରଖି ଥାଆନ୍ତି।
ଭାରତ ହେଉଛି ପ୍ରଥମ ଦେଶ ଯେଉଁ ଠାରେ ଅନେକ ଭାଷା ଭାଷୀ ଓ ବିଭିନ୍ନ ଧର୍ମ ର ଲୋକ ମାନେ ବସବାସ ମଧ୍ଯ କରିଥାନ୍ତି। ପ୍ରତ୍ୟେକ ଲୋକଙ୍କ ମଧ୍ୟରେ ଭିନ୍ନତା ଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଏକତା ବି ଥାଏ। କିଛି କ୍ଷେତ୍ରରେ ଲୋକ ମାନେ ଧର୍ମ ଗତ ଭେଦଭାବ ବାରି ଥାଆନ୍ତି। ସେମାନେ ଭାବିଥାନ୍ତି କି ସେ ଅନ୍ୟ ଧର୍ମ ର ଆଉ ଆମେ ଅନ୍ୟ ଧର୍ମ ର ତେବେ ଆମେ ଆପଣଙ୍କୁ ଆଜି ସେହି ସମ୍ପର୍କିତ ଏକ ଭିଡିଓ ଦେଖେଇବାକୁ ଯାଉଛୁ ଯାହାକୁ ଦେଖିବା ପରେ ଆପଣ ମାନଙ୍କ ମନ ଆନନ୍ଦରେ କୋଳାହିତ ହୋଇ ଯିବ।
ତେବେ ଆପଣ ମାନେ ଜାଣିଥିବେ କାଉଡ଼ିଆ ମାନେ ମହାଦେବ ଶିବ ଙ୍କ ମନ୍ଦିର କୁ ପାଣି ଭାର ନେଇ ଯାଇ ଥାଆନ୍ତି। ଏବଂ ମନ୍ଦିର ଯିବା ରାସ୍ତାରେ କାଉଡ଼ିଆ ମାନେ ରହିବା ପାଇଁ ଅନେକ ଆଶ୍ରୟ ସ୍ଥଳୀ ମଧ୍ୟ କରା ଯାଇଥାଏ। ତେବେ ଦେଖନ୍ତୁ ଏହି ଭିଡିଓ ରେ ଆଶ୍ରୟ ସ୍ଥଳୀ ରେ ଜଣେ ସ୍ତ୍ରୀ ଲୋକ ବସିଛନ୍ତି। ତାଙ୍କର ଗୋଡ଼ ମଧ୍ୟ ମୋଡ଼ି ହେଇ ଯାଇଛି। ଫଳରେ ତାଙ୍କ ଗୋଡ଼ ଠିକ୍ କରିବାକୁ ଏକ ସ୍ବେଚ୍ଛସେବୀ ଜଣକ ତାଙ୍କ ଗୋଡ଼ ଠିକ୍ କରୁଛନ୍ତି।
ଏହି ସ୍ବେଚ୍ଛାସେବୀ ଜଣଙ୍କୁ ଦେଖନ୍ତୁ ଯିଏକି ହେଉଛନ୍ତି ଜଣେ ମୁସଲମାନ। ଯିଏକି ମୁସଲମାନ ହୋଇ ମଧ୍ୟ ଜଣେ ହିନ୍ଦୁ ଙ୍କ ସେବା କରୁଛନ୍ତି। ଏହି ଦୃଶ୍ୟ ଦେଖିବା ପରେ ମଧ୍ଯ ହୃଦୟ କୁ ଆନନ୍ଦ ଲାଗୁଛି। କାରଣ କଥାରେ ଅଛି ଭଗବାନ ହେଉଛନ୍ତି ସମସ୍ତଙ୍କ ର କାହାର ଧର୍ମ କଣ ସେ ସବୁ କିଛି ଫରକ୍ ପଡେନି। ଭଗବାନ ସମସ୍ତଙ୍କର ଅଟନ୍ତି। ତେଣୁ ଏହି ଭଲ ପାଇବା ସମସ୍ତ ଙ୍କ ମଧ୍ୟରେ ରହିବା ଉଚିତ ଅଟେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button