ଦେଶ- ବିଦେଶ

୨୪ ବର୍ଷର ପୁଅ ୮୧ ବର୍ଷୀୟ ବୁଢୀମା ସହ କରିଲେ ବିବାହ, ଏହା ପଛରେ ଥିବା କାରଣ ଜାଣି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ୟୁକ୍ରେନ ରେ ଏକ ୨୪ ବର୍ଷର ପୁଅ ୮୧ ବର୍ଷର ଏକ ବୃଦ୍ଧ ମହିଳା ସହ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଆଲେକ୍ଜେଣ୍ଡର କୋଂଡ୍ରାଟ୍ୟୁକ ନାମକ ଏହି ଯୁବକ ନିଜ ୮୧ ବର୍ଷୀୟ ଜେଜେମା ସହ ବିବାହ କରିଛନ୍ତି । ତେବେ ପୁଅ ଏହି ବିବାହ ଏଥିପାଇଁ କଲା କାହିଁକିନା ପୁଅଟି ସେନା ରେ ଭର୍ତ୍ତି ହେବାକୁ ଚାହୁଁ ନଥିଲା । ସେଥିପାଇଁ ସେ ଏଭଳି ଏକ ପଦକ୍ଷପ ନେଇଥିଲା । ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଘଟଣା କଣ ।

ଏହି ଘଟଣା ସୋସିଅଲ ମିଡିୟା ରେ ଚର୍ଚ୍ଚାର ବିଷୟ ହୋଇଛି ଏବଂ ପୁଅ ବିଷୟ ରେ ବହୁତ କିଛି ଆଲୋଚନା ଚାଲିଛି, କିନ୍ତୁ ଆଇନ ଅନୁଯାଇ ପୁଅ କିଛି ଭୁଲ କରିନାହାଁନ୍ତି ବୋଲି କୁହାଯାଉଛି ।

ୟୁକ୍ରେନ ରେ ୧୮ ରୁ ୨୬ ବର୍ଷ ସବୁ ଯୁବକଙ୍କୁ ସେନା ରେ ଯୋଗ ଦେବା ଅନିବାର୍ଯ୍ୟ ଅଟେ । ୱିନ୍ନିତ୍ସା ଶହର ନିବାସୀ ଅଲେକ୍ଜେଂଡର କୁ ସେନା ତରଫରୁ ୨୦୧୭ ରେ ସେନାରେ ଯୋଗ ଦେବା ସମ୍ବନ୍ଧରେ ଚିଠି ଆସିଥିଲା । ଏହି ଦେଶ ରେ ସବୁ ଯୁବକଙ୍କୁ ସେନା ରେ ଗୋଟେ ବର୍ଷ ସମୟ ଦେବକୁ ପଡେ, ଅଲେକ୍ଜେଂଡର ନିଷ୍ପତ୍ତି ନେଲେ କି ସେ ସେନାରେ ଯୋଗ ଦେବେ ନାହିଁ ଏବଂ ତାପରେ ସେ ସେଠାକର ଆଇନ ର ଲାଭ ଉଠେଇବା ପାଇଁ ଭାବିଲେ ।

 

ନିୟମ ଅନୁଯାଇ ସେନା ରୁ ସେହିମାନଙ୍କୁ ଛୁଟି ଦିଆଯାଏ ଯାହା ଉପରେ କୌଣସି ଦିବ୍ୟାଙ୍ଗଙ୍କର ଦାଇତ୍ଵ ଥାଏ । ଅଲେକ୍ଜେଂଡର ଏହି ନିୟମ ର ଲାଭ ନେଲେ ଏବଂ ନିଜ ସମ୍ପର୍କୀୟ ଭଉଣୀର ଜେଜେମା ଜିନାୟଡା ସାମ୍ନା ରେ ବିବାହ ପ୍ରସ୍ତାବ ରଖିଲେ, ଏବଂ ମହିଳାଙ୍କୁ ବିବାହ ପାଇଁ ରାଜି ବି କରେଇନେଲେ । ଏବେ ସମସ୍ତେ ଭାବୁଛନ୍ତି କି ୨୬ ବର୍ଷ ର ହୋଇଗଲା ପରେ ଅଲେକ୍ଜେଂଡର ଜିନାୟଡା କୁ ଛାଡପାତ୍ର ଦେଇଦେବେ ।

 

ଅଲେକ୍ଜେଂଡର ଅନୁସାରେ ସେ ନିଜ ପତ୍ନୀଙ୍କୁ ବହୁତ ଭଲ ପାଆନ୍ତି କିନ୍ତୁ ଲୋକଙ୍କ ଅନୁଯାଇ ଏହା ଏକ ଉପାୟ ଯାହା ଦ୍ଵାରା ଅଲେକ୍ଜେଂଡର ସେନା ରେ ଭର୍ତ୍ତି ହେବାରୁ ବଞ୍ଚିତ ହୋଇଗଲେ । ୟୁକ୍ରେନୀ କମିଶ୍ନର ଆଫିସ ଅନୁଯାଇ ଏହା ଏକ ଏମିତି ଘଟଣା ଯାହା ବାବଦରେ ସେ ଆଗୁକୁ ଯିବାକୁ ଚାହୁଁନାହାନ୍ତି ଓ ଅନ୍ତତ ଆଇନ ଅଲେକ୍ଜେଂଡର କୁ ନିର୍ଦୋଷ କହୁଛି ।

 

୨୬ ବର୍ଷ ପର୍ଯ୍ୟନ୍ତ ଯଦି ଅଲେକ୍ଜେଂଡର ସହ କିଛି ଦୁର୍ଘଟଣା ନହେଉଛି ତାଙ୍କୁ ସେନା ରେ ଭର୍ତ୍ତି କରାହେବନୀ ଏବଂ ତା ପରେ ସାରା ଜୀବନ ତାଙ୍କୁ କେବେ ସେନା ବିଷୟ ରେ ଭାବିବାକୁ ବି ପଡିବନି କାହିଁକିନା ୨୬ ପରେ ତାଙ୍କ ବୟସ କାରଣ ରୁ ତାଙ୍କୁ ସେନା ରେ ନିୟା ଯିବନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button