ଜ୍ୟୋତିଷ

ଜାଣନ୍ତୁ ଶିବ ଲିଙ୍ଗର ପ୍ରକୃତ ରହସ୍ୟ କଣ ସତ ଅଟେ ନିହାତି ଜାଣନ୍ତୁ

ନମସ୍କାର ପାଠକ ବନ୍ଧୁଗଣ। ବନ୍ଧୁ ଗଣ ଆଜି ଆପଣ ମାନେ ଏମିତି ଏକ କଥା ଜାଣିବେ ଯାହାକୁ ଜାଣିଲେ ଆପଣ ଙ୍କୁ ବହୁତ ଭଲ ଲାଗିବ। ବନ୍ଧୁଗଣ ଆପଣ ମାନେ କଣ କେବେ ଚିନ୍ତା କରିଛନ୍ତି କି ଯେ ଶିବ ଲିଙ୍ଗ ର ପ୍ରକୃତ ରହସ୍ୟ କଣ? ଶିବ ଲିଙ୍ଗ କଣ ଅଟେ ଆଉ ଶିବ ଲିଙ୍ଗ କୁ ପୂଜା କରିବା ଦ୍ୱାରା ଆମକୁ କଣ ସବୁ ଲାଭ ମିଳି ଥାଏ। କିଛି ଲୋକ ମାନେ ଶିବ ଲିଙ୍ଗ ବିଷୟ ରେ ଭୁଲ୍ କଥା କହି ଲୋକ ମାନଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି କରନ୍ତି କିନ୍ତୁ ଆଜି ଆସନ୍ତୁ ଜାଣିବା ଶିବ ଲିଙ୍ଗ ର ପ୍ରକୃତ ରହସ୍ୟ ସମ୍ପ୍ରକ ରେ।
ବନ୍ଧୁଗଣ ଭଗବାନ ଶିବ ଙ୍କୁ ଆମେ ପ୍ରାୟତ ଜଣେ ଯୋଗୀ ଭାବ ରେ ହିଁ ଜାଣି ଥାଆନ୍ତି। କିନ୍ତୁ ତାଙ୍କର ପୂଜା ଲିଙ୍ଗ ଭାବରେ ହିଁ କରାଯାଏ। ଲିଙ୍ଗ ହିଁ ଭଗବାନ ଶଙ୍କର ଙ୍କ ସ୍ବରୂପ ଅଟେ। ଶିବ ଲିଙ୍ଗ ଏକ ସଂସ୍କୃତ ଶବ୍ଦ ଅଟେ। ଯେଉଁ ଥିରେ ଲିଙ୍ଗ ର ଅର୍ଥ ହେଲା ପ୍ରତୀକ । ଅର୍ଥାତ୍ ଶିବ ଲିଙ୍ଗ ହେଉଛି ଭଗବାନ ଶିବ ଙ୍କ ର ପ୍ରତୀକ।
ଅର୍ଥାତ୍ ଏପରି ଏକ ବସ୍ତୁ ଯାହାକୁ ଆମେ ଶିବ ବୋଲି ମାନି ତାକୁ ପୂଜାର୍ଚ୍ଚନା କରି ପାରିବା। ସଂସ୍କୃତ ରେ ଯେପରି ପୁ ଲିଙ୍ଗ ଅର୍ଥ ପୁରୁଷ ଓ ସ୍ତ୍ରୀ ଲିଙ୍ଗ ଅର୍ଥ ସ୍ତ୍ରୀ ର ପ୍ରତୀକ କୁ ବୁଝାଯାଏ। ଠିକ୍ ସେହିପରି ଶିବଲିଙ୍ଗ ର ଅର୍ଥ ଶିବ ଙ୍କ ପ୍ରତୀକ। ଶିବଲିଙ୍ଗ କୁ ଏକ ମହତ୍ ଉଦ୍ଦେଶ୍ୟ ପାଇଁ ହୋଇଛି ଆପଣ ମାନେ ଭଗବାନ ଶିବ ଙ୍କ ର ଲିଙ୍ଗ କୁ ଅଲଗା ଅଲଗା ସ୍ୱରୂପ ଭାବେ ଦେଖୁ ଥିବେ।
ସେ ସବୁ ଶିବ ଲିଙ୍ଗ ମନୁଷ୍ୟ ମାନଙ୍କ ଦ୍ବାରା ହିଁ ତିଆରି କରା ଯାଇଛି। କିନ୍ତୁ କିଛି ଶିବ ଲିଙ୍ଗ ପ୍ରାକୃତିକ ରୂପ ରେ ଏହି ଧରିତ୍ରୀ ରୁ ହିଁ ବାହାରିଛନ୍ତି
ଯେଉଁ ମାନଙ୍କୁ ଆମେ ମନ ଭିତରୁ ହିଁ ଭକ୍ତି କରୁ କିନ୍ତୁ ଯଦି ଆମେ ବାର ଟା ଜ୍ୟୋତି ଲିଙ୍ଗ କୁ ଦେଖିବା ସବୁ ଲିଙ୍ଗ ପରଷ୍ପର ଠୁ ଅଲଗା ଅଟେ। ଏହା ଏଥି ପାଇଁ ଅଲଗା ଲାଗେ କାରଣ ଅଲଗା ଅଲଗା ଉଦ୍ଦେଶ୍ୟ ପାଇଁ ଅଲଗା ଅଲଗା ଶିବ ଲିଙ୍ଗ କୁ ବନା ଯାଇଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button