ରାଜ୍ୟ

ରାଜଧାନୀରେ ଶୋଭା ବଢ଼ାଉଛି ୫୧ ଫୁଟ ର ଗଣେଶ ମୂର୍ତ୍ତି ଯିଏ ଦେଖୁଛି ଆଖି ଲାଖି ଯାଉଛି ଦେଖନ୍ତୁ ଏହି ଦୃଶ୍ୟ

ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ତ ସମସ୍ତେ ଜାଣିଥିବେ ମ-ହା-ମା-ରୀ କରୋନା ପାଇଁ କିଛି ପୂଜା ଅର୍ଚ୍ଚନା ଠିକ୍ ସେ କରାଯାଇ ପାରୁନଥିଲା। ୨ ବର୍ଷ କୋରନା ପାଇଁ ଲୋକ ମାନେ ନିଜ ଇଚ୍ଛା ଅନୁସାରେ ଟିକେ ପୂଜା କରିପାରିନଥିଲେ। କିନ୍ତୁ ଏବେ ଏତେ ଦିନ ପରେ ସେଇ ସୁଯୋଗ ଆସିଛି ଟିକେ, ଠାକୁର ଙ୍କ ପୂଜା ଅର୍ଚ୍ଚନା ଧୁମ୍ ଧାମରେ ଲୋକ ମାନେ ନିଜ ଖୁସିରେ ପାଳନ କରିବେ। ବନ୍ଧୁଗଣ ଏହି ଭିଡିଓ ଟି ରେ ଦେଖିବାକୁ ମିଳିଛି କିପରି ଲୋକ ମାନେ ଆଗ୍ରହର ସହିତ ଗଣେଶ ପୂଜା କରିବା ପାଇଁ ଏତେ ବଡ ମୂର୍ତ୍ତି ତିଆରି କରିଛନ୍ତି।
ଦେଖିଲେ ଲାଗୁଛି ସତେ ଯେମିତି ସ୍ଵୟଂ ଗଣେଶ ଠାକୁର ଆବିର୍ଭାବ ହୋଇଛନ୍ତି କି। ଖୁସିରେ ପାଦ ମାଟିରେ ଲାଗୁନି ଦର୍ଶକ ମାନଙ୍କର। କାରଣ କାରୋନା ପାଇଁ ୨ ବର୍ଷ ପରେ ଗଣେଶ ପୂଜା ଏତେ ଧୁମ୍ ଧାମରେ ପାଳନ ହେବାର ଦେଖିକି ଲୋକଙ୍କ ମନରେ ଖୁସି ଜାଗ୍ରତ ହେଉଛି। ଏହି ଗଣେଶ ମୂର୍ତ୍ତି କୁ ଦେଖିବା ପାଇଁ ମଣ୍ଡପ ନିକଟରେ ହିଁ ଲୋକ ମାନଙ୍କର ସମୟ ଚାଲିଯାଉଛି। କିଏ ବିଘ୍ନରାଜଙ୍କୁ ଚାହିଁ ରହୁଛି ତ କିଏ ପ୍ରସ୍ତୁତି ପ୍ରଣାଳିରେ ଲାଗି ପଡିଛି । ଆଉ ଏହି ବାଟ ଦେଇ ଯିଏ ଯାଉଛି ସେ ଚାହିଁ ରହୁଛି।
କାରଣ ମୁର୍ତ୍ତି ଟି ଦେଖିବାକୁ ଯେମିତି ହେଇଛି ସେହିଭଳି ସଜାସଜ୍ଜା ବି ସେମିତି ଜୋର୍ ଦାର୍ ହେଇଛି। ନଅ ଦେଖିବା ଲୋକ ବି ଦେଖିବା ପାଇଁ ଇଛା କରିବେ କାରଣ ସାଜସଜ୍ଜା ଯେପରି ହେଇଛି ମୂର୍ତ୍ତି ପାଖରୁ ଆସିବାକୁ ହିଁ ଇଚ୍ଛା ହେବ ନାହିଁ । ଯେତେବେଳେ ଏତେ ଦିନ ପରେ ବିଘ୍ନରାଜ ବିରାଜମାନ ହୋଇଛନ୍ତି ଏଭଳି ପ୍ରସ୍ତୁତିବା ହେବନି କେମିତି । ଭୁବନେଶ୍ବର ସ୍ଥିତ ବରଗଡ ଅଞ୍ଚଳରେ ୫୧ ଫୁଟର ଗଣେଶ ମୂର୍ତ୍ତି ତିଆରି କରାଯାଇଛି। ଆଉ ତା ସହିତ ୫ ଫୁଟ ର ମୂଷା ଏବଂ ୫୦ କେଜି ର ଲଡୁ ମଧ୍ୟ ଭୋଗ କରାଯାଇଛି।
କୁଆଡେ଼ କୁହାଯାଉଛି ରାଜଧାନୀ ରେ ଇଏ ହେଉଛି ଏକ ସବୁଠାରୁ ବଡ଼ ମୂର୍ତ୍ତି। ଏହି ଗଣେଶ ମୂର୍ତ୍ତି ଟି କୁ ନିର୍ମାଣ କରିବା ପାଇଁ କାରିଗରୀ ମାନଙ୍କୁ ୨ ମାସ ଲାଗି ଯାଇଥିଲା। ତେବେ କମିଟି ମେମ୍ବର ଙ୍କ ମଧ୍ୟରେ ଗଣେଶ ମୂର୍ତ୍ତି ର ପ୍ରକୃତ ରେ କେତେ ଉଚ୍ଚତା ରହିଛି ସେଥିପାଇଁ ବିବାଦ ଦେଖା ଦେଇଛି। ଏହିପରି ଏକ ସୁନ୍ଦର ମୂର୍ତ୍ତି କୁ ଦେଖିଲା ପରେ ଲାଗୁଛି ସତେ ଯେପରି ଏତେ ଦିନ ପରେ ଗଣେଶ ପୂଜା ପୁରା ଧୁମ୍ ଧାମରେ ପାଳନ କରାଯାଉଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button