ଜ୍ୟୋତିଷ

କାହିଁକି ଲକ୍ଷ୍ମଣ ଙ୍କ ମୃ-ତ୍ୟୁ କଥା ଶୁଣି ହସିଥିଲେ ସ୍ତ୍ରୀ ଉର୍ମିଳା ଜାଣନ୍ତୁ ଏହି ରହସ୍ୟ କଥା

ରାମାୟଣ କାଳରେ ରାଜା ଦଶରଥ ଙ୍କ ଆଦେଶ ଅନୁସାରେ ଭଗବାନ ଶ୍ରୀ ରାମଚନ୍ଦ୍ର ଙ୍କୁ ଚଉଦ ବର୍ଷର ବନବାସ ଦଣ୍ଡ ଭୋଗ କରିବାକୁ ପଡ଼ିଥିଲା।ବନବାସ ସମୟରେ ଭଗବାନ ରାମଚନ୍ଦ୍ର ସହିତ ତାଙ୍କର ପତ୍ନୀ ସୀତା ଏବଂ ଭାଇ ଲକ୍ଷ୍ମଣ ମଧ୍ୟ ଏହି ଚଉଦ ବର୍ଷ ବନବାସ ଯାଇଥିଲେ।ସେମାନେ ବନବାସୀ ଜୀବନ ଅତିବାହିତ କରିଥିଲେ ବୋଲି ଆପଣମାନେ ନିଶ୍ଚୟ ଭାବରେ ଜାଣିଥିବେ।ଲକ୍ଷ୍ମଣ ବାଲ୍ୟ କାଳ ରୁ ହିଁ ସବୁବେଳେ ଭ୍ରାତା ଶ୍ରୀ ରାମଙ୍କ ସେବାରେ ନିଜକୁ ନିୟୋଜିତ କରି ରଖୁଥିଲେ।
ଲକ୍ଷ୍ମଣ ମାତା ସୁମିତ୍ରା ଙ୍କ ଠାରୁ ବନକୁ ଯିବାର ଆଜ୍ଞା ମିଳିବା ପରେ ପତ୍ନୀ ଉର୍ମିଳା ଙ୍କ ଠାରୁ ଆଜ୍ଞା ନେବା ଜରୁରୀ ମନେ କରିଲେ ନାହିଁ। ଲକ୍ଷ୍ମଣ ଚିନ୍ତା କରିଲେ ସେ ବନକୁ ଯିବା କଥା ଶୁଣି ଉର୍ମିଳା ବୋଧେ ହୁଏ ତାଙ୍କ ସହିତ ବଣକୁ ଯିବା ପାଇଁ ଜିଦ୍ କରିବେ।କିନ୍ତୁ ଯେତେବେଳେ ସେ ଉର୍ମିଳା ଙ୍କ ପ୍ରକୋଷ୍ଠ କୁ ଗଲେ ସେତେବେଳେ ଉର୍ମିଳା ଆଳତୀ ର ଥାଳି ଧରି ତାଙ୍କୁ ପ୍ରତୀକ୍ଷା କରିଥିବାର ଦେଖିବାକୁ ପାଇଲେ।ଉର୍ମିଳା କହିଲେ ମୋ ବିଷୟରେ କିଛି ଚିନ୍ତା କରନ୍ତୁ ନାହିଁ।
ଏହାପରେ ଲକ୍ଷ୍ମଣ ଙ୍କ ର ସମସ୍ତ ସଙ୍କୋଚ ଦୂର ହୋଇଗଲା।ସେ ତାଙ୍କ ଭଗବାନ ଶ୍ରୀ ରାମଚନ୍ଦ୍ର ଙ୍କ ସହିତ ବଣକୁ ବାହାରିଗଲେ।ଏହାପରେ ଉର୍ମିଳା ଲକ୍ଷ୍ମଣ ଙ୍କ ଫେରିବା ବାଟକୁ ଚାହିଁ ବସିଥିଲେ।ଏବଂ ଏକ ତପସ୍ୱିନୀ ପରି କଠୋର ତପସ୍ୟା କରିଥିଲେ।ଲକ୍ଷ୍ମଣ ଯେତେବେଳେ ସରାଘାତ ରେ ଆହତ ହୋଇଥିଲେ ସେତେବେଳେ ହନୁମାନ ତାଙ୍କ ପାଇଁ ସଂଜୀବନୀ ବୁଟି ଜାଣି ନପାରି ପର୍ବତ ନେଇ ଆସିଥିଲେ।କିନ୍ତୁ ଯେତେବେଳେ ହନୁମାନ ଅଯୋଧ୍ୟା ଯାଇଥିଲେ ଉର୍ମିଳା ଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।
କାରଣ ସ୍ବାମୀ ଜୀବନ ଆଉ ମରଣ ସହିତ ଲଢେଇ କରୁଥିବା ଖବର ଶୁଣି ମଧ୍ୟ ଉର୍ମିଳା ଶାନ୍ତ ଏବଂ ଧିର ଭାବରେ ଛିଡ଼ା ହୋଇଥିଲେ।ଉର୍ମିଳା ଙ୍କୁ ଲକ୍ଷ୍ମଣ ଙ୍କ ର କିଛି ଚିନ୍ତା ନାହିଁ କି?ବାସ୍ତବରେ ଉର୍ମିଳା ଯେତେବେଳେ ତାଙ୍କ ସ୍ବାମୀ ଙ୍କ କଥା ଶୁଣିଲେ ସେ ଛିଡ଼ା ହୋଇ ହସୁଥିଲେ।ଏହା ଦେଖି ହନୁମାନ ତାଙ୍କୁ ପଚାରିଥିଲେ ଯେ ଏମିତି ହସିବାର କାରଣ କଣ ହୋଇପାରେ।ଉର୍ମିଳା କହିଥିଲେ ଯେ ଯେଉଁ ଯାଏଁ ତାଙ୍କ ପ୍ରଦୀପ ଉପରେ ସଙ୍କଟ ଆସିନାହିଁ ସେତେବେଳ ପର୍ଯ୍ୟନ୍ତ ଲକ୍ଷ୍ମଣ ଙ୍କ ଉପରେ କୌଣସି ସଙ୍କଟ ଆସି ପାରିବ ନାହିଁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button