ରାଜ୍ୟ
ବିଶ୍ୱର ଏକମାତ୍ର ଶାକାହାରୀ କୁମ୍ଭୀର ର ପରଲୋକ ମନ୍ଦିର ରେ ରହିଥିଲା ୭୫ ବର୍ଷ ଏହାର ଇତିହାସ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ଏଭଳି ଏକ ଖବର ଦେବା ପାଇଁ ଯାଉଛୁ ଯାହାକୁ ଶୁଣି ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଆଜ୍ଞା ହଁ ବର୍ତ୍ତମାନ୍ ସମୟରେ ଏକ ଏଭଳି ଏକ ଖବର ଆସି ପହଞ୍ଚିଛି କି ବିଶ୍ଵର ଏକ ମାତ୍ର ଶାକାହାରୀ କୁମ୍ଭୀରର ମୃ-ତ୍ୟୁ ଘଟିଛି।ନିଜର ୭୫ ବର୍ଷ ଜୀବନ କାଳ ମଧ୍ୟରେ ଏହି କୁମ୍ଭୀର କାହାର ହେଲେ ମଧ୍ୟ ଶିକାର କରି ନାହିଁ।
କାହାର ହେଲେ ମଧ୍ୟ ଏହି କୁମ୍ଭୀରଟି ଜୀବନ ନେଇ ନାହିଁ। ଏକ ମନ୍ଦିରର ହ୍ରଦରେ ୭୫ ବର୍ଷ ହେବ ରହିଥିଲା ଏହି କୁମ୍ଭୀର ଟି। ଭୋଗ ଏବଂ ପ୍ରସାଦ ଖାଇ ବଞ୍ଚିଥିଲା ଏହି କୁମ୍ଭୀର ଟି। ସେହି ମନ୍ଦିରକୁ ମଧ୍ଯ କୁମ୍ଭୀର ଟି ସୁରକ୍ଷା ପ୍ରଦାନ କରୁଥିଲା। ଶେଷରେ ହ୍ରଦ ମଧ୍ୟରୁ ମିଳିଥିଲା ସେହି ଦିବ୍ୟ କୁମ୍ଭୀରର ଶ-ବ। କେରଳର ପଦ୍ମନାଭ ସ୍ଵାମୀ ମନ୍ଦିରର ରହୁଥିଲା ଏହି ଦିବ୍ୟ କୁମ୍ଭୀର ଟି।
କୁହାଯାଏ କି ଏହି କୁମ୍ଭୀର କୌଣସି ସାଧାରଣ କୁମ୍ଭୀର ନଥିଲା। ଭଗବାନ ଙ୍କୁ ସୁରକ୍ଷା ଦେବା ପାଇଁ ସେ ମନ୍ଦିର ମଧ୍ୟରେ ପୋଖରୀରେ ରହୁଥିଲା। ମନ୍ଦିରରେ ନିତି ଦିନିଆ ଯାହା ଭୋଗ ପ୍ରସାଦ ହୁଏ ତାହାକୁ ଖାଇ ସେ ବଞ୍ଚିଥିଲା। ଏହି କୁମ୍ଭୀରର ନାମ ମଧ୍ଯ ଥିଲା ବାବିଆ। ଏହି ଶାକାହାରୀ କୁମ୍ଭୀରର ଏହି ରବିବାର ଦିନ ମୃ-ତ୍ୟୁ ହୋଇଛି। ଏହି ବାବିଆ କୁମ୍ଭୀରର ମୃ-ତ୍ୟୁ ରେ,
ସ୍ଥାନୀୟ ଲୋକ ମାନଙ୍କ ସହ ଭକ୍ତ ମାନଙ୍କ ମଧ୍ୟରେ ମଧ୍ୟ ଏକ ଅନନ୍ୟ ଶୋକ ର ଛାୟା ଖେଳି ଯାଇଛି। ସବୁଦିନ ପାଇଁ ଆଖି ବୁଜି ଦେଇଛି ଆମ ଦୁନିଆର ଏକ ମାତ୍ର ଶାକାହାରୀ କୁମ୍ଭୀର ବାବିଆ। ଲୋକ ମାନଙ୍କ କହିବା ଅନୁସାରେ ସେ ଭଗବାନ ଙ୍କ କାର୍ଯ୍ୟରେ ନିୟୋଜିତ ମଧ୍ୟ ରହୁଥିଲା।୭୫ ବର୍ଷ ବୟସ ମଧ୍ୟରେ ସେ କେବେ ମାଂସ ଖାଇ ନାହିଁ କିମ୍ବା ପୋଖରୀରେ ଥିବା ମାଛ ମାନଙ୍କୁ ଖାଇ ନାହିଁ। ତେବେ ଆମେ ପ୍ରାର୍ଥନା କରୁଛୁ କି ଭଗବାନ ତାର ଆତ୍ମା କୁ ସଦ୍ ଗତି ଦିଅନ୍ତୁ।




