ଜ୍ୟୋତିଷ

ମା ମଙ୍ଗଳା ଦିଅନ୍ତି ନିଜ ଭକ୍ତ ମାନଙ୍କୁ ବାସନ ଦେଖନ୍ତୁ କେମିତି

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ମାଆ ଠାକୁରାଣୀ ଙ୍କ ଏଭଳି ଏକ ଚମତ୍କାରିତା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ଆଜ୍ଞା ହଁ ବନ୍ଧୁଗଣ ଯାଜପୁର ରେ ଥିବା ସମସ୍ତ ଦେବଦେବୀ ଙ୍କ ପୀଠ ମଧ୍ୟରୁ କୁଆଁସ ପୀଠ ଅନ୍ୟତମ ଅଟେ। ଏଠାରେ ମାଆ ମଙ୍ଗଳା ପୁଜା ପାଇବା ସହିତ ଅନେକ ଦେବଦେବୀ ମାନେ ମଧ୍ୟ ପୂଜା ପାଇଥାନ୍ତି।
ବିଶ୍ବାସ ରହିଛି କି କେହି ଯଦି ମାଆ ଙ୍କୁ ଭକ୍ତି ମନରେ ଆରାଧନା କରେ ତେବେ ମାଆ ତାଙ୍କର ସମସ୍ତ ମନୋବଞ୍ଛା ପୁରା କରି ଥାଆନ୍ତି। ମାଆ ଙ୍କର ମଧ୍ୟ ଅନେକ ମହିମା ରହିଛି ପୁର୍ବକାଳ ରେ ଲୋକ ମାନଙ୍କ ନିକଟରେ ରାନ୍ଧି ଖାଇବାକୁ ବାସନ ନଥିଲା ,
ସେତେବେଳେ ସେମାନେ ମାଆ ଙ୍କ ନିକଟରେ ଗୁହାରୀ କରୁଥିଲେ। ଏବଂ ମାଆ ତାଙ୍କ ଡାକ ଶୁଣି ଦରକାର ଥିବା ସମସ୍ତ ବାସନ ନିକଟରେ ଥିବା ପୋଖରୀ ରେ ଭସାଇ ଦେଉଥିଲେ।
ଦଶରଥପୁର ବ୍ଲକ , ଦାହଳହତା ପଞ୍ଚାୟତରେ ଉପସ୍ଥିତ ମାଆ କୁଆଁସ ମଙ୍ଗଳା ପୀଠ। ହେଲେ ଏହା ଆଶ୍ଚର୍ଯ୍ୟ ର କଥା କି ମାଆ ଙ୍କ ବିଷୟରେ କୌଣସି ପୋଥୀ ପୁସ୍ତକ ଓ ବିବରଣୀ ଏବେ ପର୍ଯ୍ୟନ୍ତ ମିଳି ପାରି ନାହିଁ। ତେଣୁ ପ୍ରାଚୀନ କିମ୍ବଦନ୍ତୀ ,
ଲୋକ କଥା ଓ ମାଆ ଙ୍କ ନିର୍ଦ୍ଦେଶ କୁ ଆଧାର କରି କିଛି ଅଜଣା କଥାକୁ ଲୋକ ଲୋଚନ କୁ ଅଣା ଯାଇଛି। ଗ୍ରାମବାସୀ ମାନେ କୁହନ୍ତି ଏବେ ପର୍ଯ୍ୟନ୍ତ ଗ୍ରାମ କୁ କୌଣସି ବିପଦ ଛୁଇଁ ପାରି ନାହିଁ।
କାରଣ ମାଆ ତାଙ୍କୁ ସମସ୍ତ ବିପଦ ରୁ ରକ୍ଷା କରି ଥାଆନ୍ତି। ଏହି ମନ୍ଦିରରେ ମଧ୍ୟ ଏକ ଚମତ୍କାରୀ ମହିମା ରହିଛି। ଯଦି ଜଣେ କେହି ନିଜ ଦୁଃଖ କଷ୍ଟ ମାଆ ଙ୍କ ସାମ୍ନାରେ ଜଣାଇ ଥାଏ
ତେବେ ସେହି ସମୟରେ ମାଆ ତାଙ୍କର ସମସ୍ତ ଦୁଃଖ କଷ୍ଟ ନିବାରଣ କରିଥାନ୍ତି। କାରଣ ମାଆ ସର୍ବ ଦୁଃଖ ହାରିଣୀ ସମସ୍ତଙ୍କୁ ସେ ନିଜର ସନ୍ତାନ ଭଳି ପାଳନ କରିଥାନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button