ଦେଶ- ବିଦେଶ

ଏହି ସବୁ ପରିସ୍ଥିତି ର ସାମ୍ନା କଲେ ମଣିଷ ବଦଳି ଯାଏ ଜାଣି ରଖନ୍ତୁ ଏହି ସବୁ ବିଶେଷ କାରଣ

ଜୀବନରେ ଯଦି କିଏ ଆଖି ବନ୍ଦ କରିକି ଆପଣଙ୍କୁ ଭରଷା କରୁଥାଏ ତାହେଲେ କେବେ ବି ତା ଭରଷା କୁ ଭାଙ୍ଗି ତାକୁ ଏହା ପ୍ରମାଣ କରାଇବେ ନାହିଁ ଯେ ସେ ଅନ୍ଧ।
ମିଛ ଭାରି ଅଜବ ହୋଇଥାଏ। ନିଜେ କହିଲେ ଭଲ ଲାଗିଥାଏ। ଅନ୍ୟ କେହି କହିଲେ ଖରାପ ଲାଗିଥାଏ।ଛୋଟ ଛୋଟ ଝଗଡ଼ା ଆଉ ଅଭିମାନ ସମ୍ପର୍କ କୁ ଭାଙ୍ଗି ଦେଇଥାଏ।ସମ୍ପର୍କ କୁ ବଞ୍ଚେଇ ରଖିବା ପାଇଁ ଅଭିମାନ ଆଉ ଝଗଡ଼ା କୁ କଥା ହୋଇ ଶେଷ କରିଦେବା ଉଚିତ।
ଜୀବନରେ ଜଣେ ଅନ୍ୟ ଜଣଙ୍କ ପରି ହେବା ଜରୁରୀ ନୁହେଁ।କିନ୍ତୁ ଜଣେ ଅନ୍ୟ ଜଣଙ୍କ ପାଇଁ ହିଁ ଜରୁରୀ ହୋଇଥାଏ।ମଣିଷ ପଣିଆ ଅସହାୟ ହୋଇପଡେ ଗୋଟିଏ ପଥର ହୃଦୟ ମଣିଷ ପାଖରେ।କିନ୍ତୁ କେହି ଏହା ଦେଖି ପାରନ୍ତି ନାହିଁ।
ମଣିଷ ର ବଡ଼ ପଣ ତାର ଧନ ସମ୍ପତି ଦେଖିକି ଜଣା ପଡ଼େ ନାହିଁ। ବର୍ଂ ତା ପାଖରେ ମଣିଷ ପଣିଆ ଅଛି କି ନାହିଁ ଏଥିରୁ ଜଣା ପଡ଼ିଥାଏ। ସେଥିପାଇଁ ପକେଟ୍ ନୁହେଁ ହୃଦୟ କୁ ବଡ଼ ରଖନ୍ତୁ।
ଯେଉଁ ମଣିଷ ର ମନ ଯେତେ ସ୍ୱଚ୍ଛ ହୋଇଥାଏ ସେହି ମଣିଷର ଭାଗ୍ୟ ସେତେ ଖରାପ ହୋଇଥାଏ। ଏ ଦୁନିଆ ସ୍ୱାର୍ଥପର ହେଉ ବା ଖରାପ ହେଉ ତାକୁ ହେବାକୁ ଦିଅ।କିନ୍ତୁ ନିଜ ଲୋକଙ୍କ ପାଇଁ ସବୁବେଳେ ଭଲ ଆଉ ସଚ୍ଚୋଟ ହୋଇ ରୁହ।
ଶବ୍ଦ ତ ହୃଦୟ ରୁ ବାହାରିଥାଏ।ମୁଣ୍ଡରୁ ଖାଲି ସ୍ୱାର୍ଥର କଥା ବାହାରିଥାଏ।ଗୋଟିଏ ମିଛ ଲୋକକୁ ସବୁବେଳେ ଏହି ଦଣ୍ଡ ମିଳିଥାଏ କି ତା କଥାକୁ କେହି ବିଶ୍ୱାସ କରନ୍ତି ନାହିଁ।
ଜୀବନରେ କେବେ ଦୁଃଖ ଆସିଥାଏ ତ କେବେ ପୁଣି ସୁଖ।ଏହା ସତ୍ବେ ବି ଯେଉଁ ମଣିଷ ଆପଣଙ୍କ ସାଥ ଛାଡ଼ି ନଥାଏ ତାକୁ ସବୁବେଳେ ସମ୍ମାନ କରିବା ଉଚିତ।
ପ୍ରଶଂସା କରୁଥିବା ଲୋକ ଆପଣଙ୍କୁ ଚିହ୍ନି ଥାନ୍ତି,ଜାଣି ଥାନ୍ତି।କିନ୍ତୁ ଆପଣଙ୍କୁ ସେବା ଯତ୍ନ କରୁଥିବା ଲୋକଙ୍କୁ ଆପଣକୁ ହିଁ ଚିହ୍ନିବାକୁ ପଡିବ।
ଯେତେବେଳେ ଲୋକ ଆଉ ସମ୍ପର୍କ କନ୍ଦେଇବାକୁ ଲାଗନ୍ତି ସେତେବେଳେ ତାଙ୍କୁ ଅଣଦେଖା କରିବା ଶିଖ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button