ଜ୍ୟୋତିଷ

ଆଜି ର ରାଶିଫଳ, 30/01/2023 ସୋମବାର ଜାଣନ୍ତୁ କିପରି ଏହି ରାଶି ର ଅଛି ଘାତ ବାର

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆଜି ହେଉଛି ୩୦ ଜାନୁଆରୀ ସୋମବାର ୨୦୨୩ ମସିହା ମାଘମାସ ଶୁକ୍ଳ ପକ୍ଷ ମକର ୧୭ ଦିନ। ଆଜିର ନକ୍ଷତ୍ର କୁର୍ତ୍ତିକା ନକ୍ଷତ୍ର ରାତ୍ର ଘ. ୧୦/୫୨ ମି ପର୍ଯ୍ୟନ୍ତ ରହୁଛି। ବୃଷ ଚନ୍ଦ୍ର ୬୦ ଦଣ୍ଡ ଅହୋରାତ୍ର ରହୁଛି। ଲାଉ ଏବଂ କଳମ ଶାଗ କୁ ଖାଦ୍ୟ ହିସାବରେ ଗ୍ରହଣ କରନ୍ତୁ ନାହିଁ।
ମେଷ:-
କର୍ମ ଜୀବନ ଆପଣଙ୍କର ଅନୁକୂଳ ରହିବ। ସ୍ୱାସ୍ଥ୍ୟ ଗତ ସମସ୍ୟା କିଛିଟା ଦେଖାଦେଇ ପାରେ। ପରିବାରରେ ମାନସିକ ଅଶାନ୍ତି ବଢ଼ିପାରେ। ଦିନ ଭଲ ଯାଉନଥିବାରୁ ବୋହି ଯାଉଥିବା ଜଳ ରାଶିରେ ୯ ଗୋଟି ରକ୍ତ ବର୍ଣ୍ଣର ପୁଷ୍ପ ପ୍ରବାହିତ କରନ୍ତୁ। ଏବଂ ବୁଲା କୁକୁରଙ୍କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।
ବୃଷ:-
ବୃଷ ରାଶି ବ୍ୟକ୍ତି ମାନଙ୍କର ପାରିବାରିକ ଜୀବନ ସୁଖପ୍ରଦ ହେବ। ଦାମ୍ପତ୍ୟ ଜୀବନରେ ମତାନ୍ତର ଥିଲେ ଦୂର ହେବ। ସନ୍ତାନ ମାନଙ୍କ ଥରି ଶୁଭ ସମ୍ବାଦ ଶୁଣିବେ। ବନ୍ଧୁ ସମ୍ପର୍କ ଆପଣଙ୍କର ଅନୁକୂଳ ରହିବ। ଶୁଭ ରଙ୍ଗ- ସବୁଜ।
ମିଥୁନ:-
ଅକସ୍ମାତ ଆୟ ଅନୁସାରେ ବ୍ୟୟ ବଢିଯିବ। ବ୍ୟବସାୟୀ ମାନେ ବ୍ୟବସାୟରେ ଉତ୍ତମ ଧାରଣର ଲାଭ ପାଇବେ। ପୂର୍ବରୁ କୌଣସି ପାରିବାରିକ ସମ୍ପର୍କରେ ତିକ୍ତତା ଥିଲେ ତାହା ଦୂରୀଭୂତ ହେବ। ମହିଳା ମାନେ କିଛି ଘର କରଣା ଜିନିଷ, ନିଜର କିଛି ବସ୍ତ୍ର ,ଅଳଙ୍କାର ବା ଅନ୍ୟମାନଙ୍କ ଠାରୁ କିଛି ଉପହାର ପାଇ ପାରନ୍ତି। ଶୁଭ ରଙ୍ଗ- ସବୁଜ।
କର୍କଟ:-
ମାନସିକ ଅବସାଦ ଯାହା ଥିଲା ତାହା ଦୂରୀଭୂତ ହେବ। ଆଜି ଆପଣ ଉଚ୍ଚ ମନା ହୋଇ କାର୍ଯ୍ୟ କଲେ କାର୍ଯ୍ୟରେ ସଫଳତା ପାଇପାରିବେ। କୌଣସି ଅସୁସ୍ଥତା ଥିଲେ ଦୂର ହୋଇ ପାରିବ। ବ୍ୟବସାୟୀଙ୍କ ପାଇଁ ଦିନଟି ଭାଲ ରହିଛି। ଦାମ୍ପତ୍ୟ ଜୀବନରେ ମତଭେଦ ଥିଲେ ତାହା ଦୂରୀଭୂତ ହେବ। ଶୁଭ ରଙ୍ଗ- ଧଳା, ସବୁଜ କିମ୍ବା ଲାଲ।
ସିଂହ:-
ଏହି ରାଶିର ବ୍ୟକ୍ତି ମାନେ କର୍ମ କ୍ଷେତ୍ରରେ ଆଗରେ ରହିବେ। କର୍ମ କ୍ଷେତ୍ରରେ ଉଚ୍ଚ ସମ୍ମାନ ବା ପ୍ରଶଂସା ଲାଭ କରିବେ। କୌଣସି ପାରିବାରିକ ତିକ୍ତତା ଥିଲେ ତାହା ଦୂର ହେବ। ଧାର୍ମିକ କାର୍ଯ ପ୍ରତି ଆଗ୍ରହ ରହିବ। ଶୁଭ ରଙ୍ଗ – ଲାଲ୍ କିମ୍ୱା ମେରୁନ।
କନ୍ୟା:-
ଆୟ ଆପଣଙ୍କର ଅନୁକୂଳ ରହିବ। ପୂର୍ବରୁ କୌଣସି ଅର୍ଥ ବୁଡି ଯାଇଥିଲେ ଆପଣ ସେହି ଅର୍ଥକୁ ଫେରସ୍ତ ପାଇବେ। ପାରିବାରିକ ଜୀବନ ସୁଖ ମୟ ହେବ। କୌଣସି ଗୁରୁତ୍ଵପୂର୍ଣ୍ଣ କାଗଜ ପତ୍ର ହଜି ଯାଇଥିଲେ ତାହାର ସନ୍ଧାନ ପାଇବେ। ଶୁଭ ରଙ୍ଗ- ନୀଳ, ହଳଦିଆ ଏବଂ ସବୁଜ।
ତୁଳା ରାଶି:-
ଆୟ ଆପଣଙ୍କର ଅନୁକୂଳ ରହିବ। କିନ୍ତୁ ଆୟ ତୁଳନାରେ ବ୍ୟୟ ବା ଖର୍ଚ୍ଚ ମଧ୍ୟ ବଢ଼ିଯାଇପାରେ। ବନ୍ଧୁଙ୍କୁ ସାହଯ୍ୟ କରିପାରନ୍ତି। ପାରିବାରିକ ଜୀବନ ସୁଖପ୍ରଦ ରହିବ। ମାଆଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଥିଲେ ତାହା ଦୂରୀଭୂତ ହେବ। ସନ୍ତାନଙ୍କ କାର୍ଯ୍ୟକଳାପକୁ ନେଇ ଅଶାନ୍ତ ବା ଚିନ୍ତିତ ରହିପାରନ୍ତି। ଖାଦ୍ୟପେୟକୁ ଆପଣ ଠିକ୍ ଭାବରେ ଗ୍ରହଣ କରନ୍ତୁ, ଶୁଭଫଳ ପ୍ରାପ୍ତି କରିବେ।
ବିଛା ରାଶି :-
ବିଛା ରାଶିର ବ୍ୟକ୍ତି ବିଶେଷ ଅପରାହ୍ନ ସମୟରେ ଦୂର ଯାତ୍ରା କରିବେ। ପାରିବାରିକ ଜୀବନ ସୁଖପ୍ରଦ ରହିଛି। ବନ୍ଧୁ ଦର୍ଶନ ସହିତ ସୁସ୍ୱାଦୁ ଖାଦ୍ୟ ଗ୍ରହଣ କରିବେ। ଆୟର ମାର୍ଗ ପ୍ରସସ୍ଥ ରହିବ। ପୂର୍ବରୁ ମନ ଭିତରେ ଭୟ ବା ଦ୍ୱନ୍ଦ ଥିଲେ ତାହା ଦୂରୀଭୂତ ହେବ। କର୍ମକ୍ଷେତ୍ରରେ ଥିବା ସମସ୍ୟା ଦୂରୀଭୂତ ହୋଇପାରିବ। ଶୁଭରଙ୍ଗ- ମେରୁନ ବା ଖଇରିଆ ରଙ୍ଗକୁ ବ୍ୟବହାର କରନ୍ତୁ।
ଧନୁ ରାଶି:-
ଦେହ ମନ ସଂପୂର୍ଣ୍ଣ ରୂପେ ସୁସ୍ଥ ରହିବ। ଦାମ୍ପତ୍ୟ ଜୀବନରେ ସାମାନ୍ୟ କଥାକୁ ନେଇ ତିକ୍ତତା ଦେଖା ଦେଇପାରେ। ସନ୍ତାନଙ୍କ କାର୍ଯ୍ୟକଳାପରେ ଆତ୍ମସୋନ୍ତଷ ବ୍ୟକ୍ତ କରିବେ। ଆଜି ଦିନରେ କୌଣସି ନୂତନ ଦ୍ରବ୍ୟ ବା ନୂତନ ବସ୍ତ୍ର ଗ୍ରହଣ କରବାର ଯୋଗ ରହିଅଛି। ଶୁଭରଙ୍ଗ – ଧଳା କିମ୍ୱା ଲାଲ ରଙ୍ଗକୁ ବ୍ୟବହାର କରନ୍ତୁ।
ମକର ରାଶି:-
ଆଜି ଦିନଟି ଆପଣଙ୍କ ପାଇଁ କଳ୍ପନା ଭାବନାରେ ବିତିଯାଇ ପାରେ। ମାତ୍ର ଆଜିର ଦିନଟିରେ ଅର୍ଥ, ସମ୍ମାନ, ପ୍ରତିଷ୍ଠା ପ୍ରାପ୍ତି କରିବେ। ବ୍ୟବସାୟ ମାନେ ଯଥେଷ୍ଟ ଲାଭବାନ ହେବେ। କିମ୍ଵା କୌଣସି ନୂତନ ବ୍ୟବସାୟ ଗ୍ରହଣ କରିବେ। ଆଜି ଦିନରେ ଯଦି ଆଗ୍ରହ ସହକାରେ କାମ କରିବେ ତାହାଲେ ନିଶ୍ଚିନ୍ତ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ଶୁଭରଙ୍ଗ- ନୀଳ ବା ଗୋଲାପି ରଙ୍ଗର ବସ୍ତ୍ର ଗ୍ରହଣ କରନ୍ତୁ।
କୁମ୍ଭ ରାଶି:-
ଦେହ ମନ ସଂପୂର୍ଣ୍ଣ ରୂପେ ଭଲ ରହିବ। ପାରିବାରିକ ଜୀବନରେ ଯାହା ବି ମତାନ୍ତର ଥିଲା ତାହା ଦୂରୀଭୂତ ହେବ। ପୈତୃକ ସମ୍ପତ୍ତିକୁ ନେଇ ସାମାନ୍ୟ ତିକ୍ତତା ଦେଖା ଦେଇପାରେ। ସନ୍ତାନଙ୍କ କାର୍ଯ୍ୟକଳାପକୁ ନେଇ ସାମାନ୍ୟ ଚିନ୍ତିତ ରହିପାରନ୍ତି। ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ। ଦୁର୍ଘଟଣାକୁ ଆଡ଼େଇବା ପାଇଁ ଭଗବାନ ନୃସିଂହଙ୍କୁ ଦର୍ଶନ କରି କିଛି ତୁଳସୀ ପ୍ରତ ଅର୍ପଣ କରି ଦୂର ଯାତ୍ରା କରନ୍ତୁ।
ମୀନ ରାଶି:-
ମୀନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ମଧ୍ୟମ ରହିଛି। ପାରିବାରିକ ଜୀବନରେ କିଛିଟା ସମସ୍ୟା ଦେଖା ଦେଇପାରେ। ଆଜିର ଦିନଟିରେ କର୍ମଚାପ ଅନୁଭବ କରିପାରନ୍ତି। ବ୍ୟବସାୟ ମାନଙ୍କ ପାଇଁ ବ୍ୟବସାୟ ଅନୁକୂଳ ରହିବ। ଶୁଭରଙ୍ଗ- ହଳଦୀ ସୁନେଲି ରଙ୍ଗକୁ ବ୍ଯବହାର କରନ୍ତୁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button