ଜ୍ୟୋତିଷ

ଆଜି ର ରାଶିଫଳ : 31 ଜାନୁଆରୀ 2023 ମଙ୍ଗଳବାର

ଆଜି ହେଉଛି ଜାନୁୟାରୀ ୩୧ ତାରିଖ ମଙ୍ଗଳବାର ୨୦୨୩ ମସିହା ମାଘ ମାସ ଶୁକ୍ଳପକ୍ଷ ମକର ୧୮ ଦିନ। ଆଜିର ତିଥି ନକ୍ଷେତ୍ର ହେଉଛି ଦଶମ ତିଥି ରୋହିଣୀ ନକ୍ଷତ୍ର। ଆଜିର ଦିନରେ ଆପଣ କଳମ ଶାଗ କୁ ଖାଦ୍ୟ ଭାବରେ ଗ୍ରହଣ କରିବା ନିଷେଧ ଅଟେ।ତେବେ ଚାଲନ୍ତୁ ଜାଣି ନେବା ଆଜିର ରାଶିଫଳ ସମ୍ପର୍କରେ।
ମେଷ:-
ଆପଣ ମାନଙ୍କ ପାଇଁ ଦିନଟି ଶୁଭପ୍ରଦ ରହିଛି। କର୍ମ କ୍ଷେତ୍ରରେ ଆପଣ ମାନଙ୍କ ଜୀବନ ଭଲ ରହିବ। ଜୀବନରେ କିଛି ବାଧା ବିଘ୍ନ ଥିଲେ ତାହା ମଧ୍ୟ ଦୂରୀଭୂତ ହେବ। କର୍ମ କ୍ଷେତ୍ରରେ ଆପଣ ମାନେ ଉଚ୍ଚ ପ୍ରଶଂସା ଲାଭ କରିବେ। ବ୍ୟବସାୟୀ ମାନେ ବ୍ୟବସାୟ ରେ ଭଲ ରୋଜଗାର ମଧ୍ୟ କରି ପାରିବେ।
ବୃଷ:-
ଖାଇବା ପିଇବା ରେ ଅସୁବିଧା ଯୋଗୁଁ ଆପଣଙ୍କ ସ୍ବାସ୍ଥ୍ୟ ଗତ ସମସ୍ୟା ଦେଖା ଦେଇ ପାରେ। ଶରୀରରେ ଗ୍ୟାଷ୍ଟିକ ଜନିତ ସମସ୍ୟା ମଧ୍ଯ ଉପୁଜି ପାରେ। ପିତ୍ତ ଦୋଷ ମଧ୍ଯ ବଢି ଯାଇ ପାରେ। ପାରିବାରିକ ଜୀବନ ମଧ୍ଯ ଆପଣ ମାନଙ୍କ ପାଇଁ ବେଶ ଭଲ ରହିବ।
ମିଥୁନ:-
ଆପଣ ମାନଙ୍କ ପାଇଁ କର୍ମ ଜୀବନ ମଧ୍ୟ ବେଶ ଭଲ ରହିବ। କୌଣସି ନିଜସ୍ଵ ପରିଜନ ଙ୍କ ଦ୍ବାରା ବାଧା ବିଘ୍ନ ମଧ୍ୟ ଦେଖା ଯାଇ ପାରେ। ନିଜ ଲୋକ ମାନଙ୍କ ସହିତ ଛୋଟ ଛୋଟ କଥା ପାଇଁ ମଧ୍ୟ ମାନ ଅଭିମାନ ବଢ଼ି ଯାଇ ପାରେ। ପାରିବାରିକ ଜୀବନରେ ମଧ୍ୟ ସମସ୍ୟା ଦେଖା ଦେବ।
କର୍କଟ:-
ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଦିନଟି ଖୁବ ଭଲ ରହିଛି। ବ୍ୟବସାୟୀ ମାନେ ବ୍ୟବସାୟ ରେ ମଧ୍ଯ ଭଲ ଦୁଇ ପଇସା ରୋଜଗାର କରି ପାରିବେ। ଆଜି ଦିନରେ ମଧ୍ଯ ଆପଣ ମାନେ ବୋହୂ ପ୍ରତିକ୍ଷିତ ସମ୍ବାଦ ମଧ୍ୟ ଶୁଣିବାକୁ ପାଇବେ।
ସିଂହ:-
ଆଜିର ଦିନରେ ଆପଣ ମାନେ ମାଆ ଙ୍କ ଠାରୁ କିଛି ଖବର ପାଇ ବହୁତ ଖୁସି ହେବେ। ନିଜ ଲୋକ ମାନଙ୍କ ଗହଣରେ ଆପଣ ମାନେ ଆଜିର ଦିନଟିକୁ ଅତିବାହିତ କରିବେ। ବାଦବିବାଦ ଥିଲେ ତାହା ମଧ୍ୟ ଦୂରୀଭୂତ ହେବ। ସମ୍ପର୍କ ରେ ତିକ୍ତତା ଥିଲେ ମଧ୍ୟ ଦୂରୀଭୂତ ହେବ।
କନ୍ୟା:-
ଆଜିର ଦିନରେ ହୁଏ ତ ଆପଣ ମାନେ ପରିବାରକୁ ସମୟ ଦେଇ ନପାରନ୍ତି। ବ୍ୟବସାୟୀ ମାନେ ମଧ୍ୟ ବ୍ୟବସାୟ ସେ ଶୁଭ ଫଳ ପ୍ରାପ୍ତ କରିବେ।ଆପଣଙ୍କ ଦେହ ମନ ମଧ୍ଯ ସଂପୂର୍ଣ୍ଣ ଭାବରେ ସୁସ୍ଥ ରହିବ। ପାରିବାରିକ ଜୀବନରେ କୌଣସି ବାଧା ଥିଲେ ତାହା ମଧ୍ୟ ଦୂରୀଭୂତ ହେବ।
ତୁଳା:-
ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଦିନଟି ବେଶ ଶୁଭ ଦାୟକ ରହିବ। ଭାଇ ଭଉଣୀ ପ୍ରତି ମଧ୍ଯ ଆପଣଙ୍କ ସମ୍ମାନ ରହିବ। ଭାଇ ଭଉଣୀ ଙ୍କ ମଧ୍ୟରେ ଥିବା ମତ ଭେଦ ମଧ୍ୟ ଆଜିର ଦିନରେ ଦୂରୀଭୂତ ହେବ। ବନ୍ଧୁ ଙ୍କ ସହ ସୁସମ୍ପର୍କ ମଧ୍ଯ ସ୍ଥାପନ କରିବେ।
ବିଛା:-
ଏହି ରାଶି ର ବ୍ୟକ୍ତି ବିଶେଷ ମାନେ କର୍ମ କ୍ଷେତ୍ରରେ ଦୁର ଯାତ୍ରା କରି ପାରନ୍ତି। କର୍ମ ହେତୁକ କିଛି ଚାପ ବା ବାଧା ଥିଲେ ତାହା ଦୂରୀଭୂତ ହେବ। ବ୍ୟବସାୟୀ ମାନେ ବ୍ୟବସାୟ ରେ ମଧ୍ୟ ଲଭାନ୍ଵିତ ହେବେ। ଆଜି ଆପଣ ବନ୍ଧୁ ବାନ୍ଧବ ଙ୍କ ଦ୍ବାରା ଦିନଟିକୁ ବେଶ ଭଲରେ କାଟିବେ।
ଧନୁ:-
ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭପ୍ରଦ ମଧ୍ଯ ରହିଛି। ପାରିବାରିକ ଜୀବନ ମଧ୍ଯ ଆପଣ ପାଇଁ ମଧ୍ୟ ବେଶ ଭଲ ରହିବ। କୌଣସି ବାଧା ବିଘ୍ନ ଥିଲେ ତାହା ମଧ୍ୟ ଦୂରୀଭୂତ ହେବ। ସନ୍ତାନ ଙ୍କ କାର୍ଯ୍ୟକଳାପ କୁ ନେଇ ଚିନ୍ତିତ ହୋଇ ପାରନ୍ତି।
ମକର:-
ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଟିକେ ସମସ୍ୟା ଦେଖା ଦେଇ ପାରେ। ବାସ୍ କିଛି ସମସ୍ୟା ମଧ୍ୟ ଦେଖା ଦେଇ ପାରେ। ସାଧାରଣ କଥାକୁ ନେଇ ମତାନ୍ତର ମଧ୍ୟ ଦେଖିବାକୁ ମିଳେ। ତେଣୁ ଦିନଟି ବିଶେଷ ଭାବରେ ଆପଣ ମାନଙ୍କ ପାଇଁ ଭଲ ମଧ୍ୟ ନାହିଁ।
କୁମ୍ଭ:-
ଆପଣ ମାନଙ୍କ ପାଇଁ ଆଜିର ଦିନଟି ଆଦୌ ଭଲ ନାହିଁ। ଜଗି ରଖି ସତର୍କତା ସହ ଚଳନ୍ତୁ। ଆୟ ଅପେକ୍ଷା ବ୍ୟୟ ମଧ୍ଯ ଅଧିକ ହେବ। ନିଜର କଥା ବାର୍ତ୍ତା ଦ୍ବାରା ଆପଣଙ୍କ ଅନ୍ୟ ମାନଙ୍କ ସହ ତିକ୍ତତା ହୋଇ ପାରେ। ଆଜିର ଦିନରେ ଆପଣ ମାନେ ସଂଯମତା ଅବଲମ୍ବନ କରନ୍ତୁ।
ମୀନ:-
ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭପ୍ରଦ ରହିଛି। କର୍ମ କ୍ଷେତ୍ରରେ ମଧ୍ୟ ଆପଣ ମାନେ ଲାଭ ପାଇ ପାରନ୍ତି। ଆପଣଙ୍କ ଭାବନା ଓ ଚିନ୍ତା କୁ ଆପଣ ଅନ୍ୟ ଆଗରେ କୁହାଇ ପାରନ୍ତି ଓ ଅନ୍ୟକୁ ମଧ୍ଯ ମନାଇ ପାରନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button