ଜ୍ୟୋତିଷ

ସାଧୁଙ୍କୁ ମିଳିଲା ସତର୍କ ସନ୍ଦେଶ ଦେଖନ୍ତୁ କଣ ହେବ ଆଗକୁ ସ୍ଥିତି କେମିତି ହେବ କଳିଯୁଗ ଶେଷ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ, ଆପଣମାନେ ଜାଣିଛନ୍ତି ଯେ ଦୀର୍ଘ ବର୍ଷ ପୂର୍ବେ ମାଳିକା ରେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ।
Special Report
ମହାପୁରୁଷ ମାନଙ୍କର ୬୦୦ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ। ମାଳିକାର ବର୍ଣ୍ଣନା ଏବଂ ଏହାର ତଥ୍ୟ ସବୁବେଳେ ଆମକୁ ଏକ ବିଶେଷ ସଚେତନ ବାର୍ତ୍ତା ପ୍ରଦାନ କରିଥାଏ।
ଆପଣ ମାନେ ଜାଣି ରଖନ୍ତୁ ମାଳିକାର ବର୍ଣ୍ଣନା ବା ବାଣୀ କାହାକୁ ଭୟଭୀତ କରିବା ପାଇଁ ନୁହେଁ ବରଂ ଏହା ସତର୍କ ସଚେତନ କରିବା ପାଇଁ ରହିଛି। ଯାହା ସମସ୍ତଙ୍କୁ ଚେତେଇବା ପାଇଁ ଏବଂ ସମସ୍ତଙ୍କୁ ସଚେତନ କରିବା ସହିତ ଏକ ଉଚିତ୍ ମାର୍ଗ ଦର୍ଶନ କରାଇବା ପାଇଁ ରହିଛି।
Special Report
ତେଣୁ ଯାହା ଆମ ସହ ଘଟିବାର ଅଛି ତାହା ନିଶ୍ଚୟ ଘଟିବ। ତାକୁ କେହି ଏଡାଇ ଦେଇ ପାରିବେ ନାହିଁ। ପାଞ୍ଚସଖାଙ୍କ ସମେତ ୧୭ ଜଣ ମହାପୁରୁଷ ଲେଖି ଯାଇଛନ୍ତି ଭବିଷ୍ୟତ ମାଳିକା ବିଷୟରେ। ତେବେ ସନ୍ଥ ଭୀମ ଭୋଇଙ୍କର ଗ୍ରନ୍ଥାବଳି କଣ ପ୍ରମାଣ ଦେଉଛି?
ଆଗକୁ କଳି ଯୁଗର ଶେଷ ପର୍ଯ୍ୟାୟରେ କଣ ସବୁ ଘାଟିବାକୁ ଯାଉଛି ସେହି ବିଷୟରେ ଆସନ୍ତୁ ଜାଣିବା। ତେବେ ବର୍ତ୍ତମାନ ଏହି ବିଷୟରେ କହୁଛନ୍ତି ମାଳିକା ଗବେଷକ ପୃଥିରାଜ। ଯେଉଁଥିରେ ସେ କହିଛନ୍ତି, ଭୀମ ଭୋଇ ଅର୍ଥ ହେଉଛି ‘ଭିତିରି ମହିମା’।
Special Report
ଆଉ କହିଛନ୍ତି ୬୪ ଗଳା ନେଇ ପ୍ରଭୁ ଆସିଛନ୍ତି। ଶାସ୍ତ୍ର କହୁଛି କି, ପ୍ରଭୁ ନିଜେ ଆସିସାରିଲେଣି ବୋଲି। ଏବଂ ସବୁ ଯୁଗର ଭକ୍ତ ମାନେ ଗୋଟିଏ ଯୁଗରେ ମେଳ ହେବେ। କଳି ଯୁଗ ଶେଷର ଲକ୍ଷଣ ସବୁ ଆସି ସାରିଲାଣି। ଯାହାକି ଅପ୍ରିତିକର କାର୍ଯ୍ୟ ସବୁ ହେବ। ଏହାସହିତ ଭକ୍ତ ମାନେ ମଧ୍ୟ ବହୁତ୍ କଷଣ ପାଇବେ।
ପଞ୍ଚସଖା ମାଳିକା ପ୍ରମାଣ ଦେଉଛି ଯେ ନାନା ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଦେଖାଯିବ। ଭୀମ ଭୋଇ ଗ୍ରନ୍ଥରେ ଲେଖା ରହିଛି ଯେ ଓଡ଼ିଶାର ଯାଜପୁର ରେ ଏକୋଇଶି କୋଷର ବଜାର ବସିବ। ଆଉ ଠାକୁର ସେହି ସମୟରେ ବିଜେ ହେବେ।
୩୦୦ ହାତ ଉପରେ ପ୍ରଭୁ ବସିଥିଲେ। ଏବଂ ଲେଖା ରହିଛି ଯେ ଶୂନ୍ୟ ରହିବ ଜଗତ ଏକା ରହିବେ ଭକତ। ଶେଷ ସମୟରେ ତପ ତପ ର ଯୁଦ୍ଧ ଚାଲିବ। ଆଉ ଯେତେସବୁ ବୈଜ୍ଞାନିକ ଅସ୍ତ୍ର ରହିଛି ସେହିସବୁ କିଛି କାମ କରିବ ନାହିଁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button