ରାଜ୍ୟ

ପୁରୀ ରେ ଆଲୋକିକ ଦୃଶ୍ୟ ଭାସିଆସିଲା ରାମୁସେତୁ ପଥର

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ଭାସୁଥିବା ପଥରକୁ ନିଜ ଚକ୍ଷୁ ରେ ଦେଖିବା ପରେ ନିଜକୁ ଖୁବ ଭାଗ୍ୟବାନ ମନେ କରୁଛନ୍ତି ଶ୍ରଦ୍ଧାଳୁ ମାନେ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଗୋପ ଅଞ୍ଚଳରେ।
Special report
ତ୍ରେତୟାରେ ପ୍ରଭୁ ଶ୍ରୀ ରାମ ମାତା ସୀତା ଙ୍କୁ ରାବଣର କବଳରୁ ବଞ୍ଚାଇବା ପାଇଁ ପଥରରେ ସେତୁବନ୍ଧ ତିଆରି କରିଥିଲେ। ଏହାର ନାମ ମଧ୍ୟ ଥିଲା ରାମ ସେତୁ। ଗଭୀର ସମୁନ୍ଦ୍ର ମଧ୍ୟରେ ବାନର ଦଳ ଶ୍ରୀ ରାମ ଙ୍କ ନାମ ଲେଖି ପକାଇ ଦେଉଥିଲେ।
ଆଉ ଏହାପରେ ସେହି ପଥର ଭସିବାକୁ ଲାଗିଥିଲା। ଏଭଳି ଭାସମାନ ପଥର ରେ ହିଁ ନିର୍ମାଣ ହୋଇଥିଲା ଶ୍ରୀ ରାମ ଙ୍କ ସେତୁ ବନ୍ଧ। ଆଉ ଏହା ଆଜି ମଧ୍ୟ ସେଭଳି ଭାବରେ ରହିଛି।
ଆଜି ମଧ୍ୟ ସେଠାରେ ପଥର ଗୁଡିକ ପାଣି ମଧ୍ୟରେ ଭାସୁ ଥାଏ ବୋଲି କୁହା ଯାଇଛି। ଏବେ ଏହାର ନିଦର୍ଶନ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ର ଗୋପ ଅଞ୍ଚଳରେ। ଯାହାକି ବାସ୍ତବରେ ଏକ ପଥର ପାଣି ଉପରେ ଭାସୁ ଥିବାର ଦେଖିବାକୁ ମିଳିଛି।
Special report
ଏହି ପଥରକୁ ଏକ ମନ୍ଦିରରେ ରଖାଯାଇ ମଧ୍ୟ ତାର ପୂଜାର୍ଚ୍ଚନା କରାଯାଉଅଛି। ନିକଟସ୍ଥ କେନାଲ ରୁ ସଞ୍ଜୟ କୁମାର ବେହେରା ନାମକ ଏକ ବ୍ୟକ୍ତି ତାଙ୍କର ମଇଁଷି ଚରାଇବା ପାଇଁ ଯାଇଥିଲେ।
ସେଠାରେ ସେ ଦେଖିଥିଲେ କି ଏକ ରାମ ସେତୁ ପଥର ସେଠାରେ ଭାସୁଛି। ଏକ ଧଳା ଓ ଅଳ୍ପ ଧୂସର ମିଶା ଏକ ପଥର ଭାସୁଥିବା ସେ ଦେଖିବାକୁ ପାଇଥିଲେ। ସେ ଭାସମାନ ପଥରକୁ ପାଣିରୁ ଉଠାଇ ଥିଲେ ଓ ଆଖପାଖରେ ଥିବା ସମସ୍ତଙ୍କୁ ଏହା ସୂଚିତ ମଧ୍ଯ କରିଥିଲେ।
ଅନ୍ୟମାନେ ମଧ୍ୟ ଖୁବ୍ ଆଗ୍ରହ ସହ ସେହି ପଥର ନିକଟକୁ ଯାଇଥିଲେ। ହେଲେ ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଉକ୍ତ ପଥରକୁ କେନାଲ ମଧ୍ୟ କୁ ଫୋପାଡି ଦେଇଥିଲେ। ଅଥଚ ସେହି ପଥର ଟି ବୁଡ଼ିବା ପରିବର୍ତ୍ତେ ପାଣିରେ ଭାସିବାକୁ ଲାଗିଥିଲା।
ଏହାକୁ ବଳରାମ ଦାସ ପୀଠକୁ ନିଆ ଯାଇଥିଲା ଏବଂ ଖବର ମଧ୍ଯ ଭାଇରାଲ୍ ହେବାରେ ଲାଗିଥିଲା। ଏହାପରେ ସେଠାରେ ଏହି ପଥରକୁ ରଖି ପୂଜାର୍ଚ୍ଚନା କରାଯାଉଛି। ଆଉ ସେଠାକୁ ଭକ୍ତ ଙ୍କ ସମାଗମ ମଧ୍ଯ ବଢ଼ିବାରେ ଲାଗିଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button