ଜ୍ୟୋତିଷ

ବାବା ଭେଙ୍ଗାଙ୍କ ଏହି ଭବିଶ୍ୱତା ବାଣୀ ଶୁଣି ସମସ୍ତେ ହେଲେଣି ଆଶ୍ଚର୍ୟ୍ଯ ଦେଖନ୍ତୁ ଗୋଟି ଗୋଟି ହେଉଛି ସତ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବାବା ଭେଙ୍ଗାଙ୍କ ନାମ ତ ଆପଣ ଶୁଣିଥିବେ, ତାଙ୍କୁ ନାଷ୍ଟ୍ରାଡୋମସ ବୋଲି ମଧ୍ୟ କୁହାଯାଉଛି। କାରଣ ସେ କହିଯାଇଥିବା ଅନେକ କଥା ଅବିକଳ ସତ୍ୟ ସାବ୍ୟସ୍ତ ହୋଇଛି।
Special report
ସେ ଆଗାମୀ ୨୦୨୪ ବର୍ଷ ନିମନ୍ତେ ମଧ୍ୟ ଏପରି କିଛି କଥା କହିଛନ୍ତି ଯାହା ଶୁଣିଲେ ଆପଣ ବି ଚିନ୍ତାରେ ପଡିଯିବେ। ବାବା ଭେଙ୍ଗାଙ୍କୁ ବିଶ୍ୱାସ କରାଗଲେ ଆସିବାକୁ ଥିବା ନୂଆ ବର୍ଷ ମଧ୍ୟ ହଲଚଲଭରା ରହିବ ଓ ବିଭିନ୍ନ ବିପର୍ଯ୍ୟୟ ଦେଖାଯିବ। ସଠିକ ଭବିଷ୍ୟବାଣୀ ନିମନ୍ତେ ବୁଲଗେରୀୟ ମହିଳା ବାବା ଭେଙ୍ଗା ବେଶ୍ ପ୍ରଶିଦ୍ଧ।
ଆମେରିକାରେ ବାରାକ୍ ଓବାମାଙ୍କ ରାଷ୍ଟ୍ରପତି ନିର୍ବାଚନରୁ ଆରମ୍ଭ କରି ଲେଡି ଡାୟେନାଙ୍କ ଦୁର୍ଘଟଣାରେ ମୃତ୍ୟୁ ପର୍ଯ୍ୟନ୍ତ ଶହଶହ ବର୍ଷ ପୂର୍ବରୁ ବାବା ଭେଙ୍ଗା ଭବିଷ୍ୟବାଣୀ କରିଯାଇଛନ୍ତି। ରିପୋର୍ଟ ଅନୁସାରେ ବାବା ଭେଙ୍ଗା ୨୦୨୪ ନିମନ୍ତେ ଯେଉଁ ଭବିଷ୍ୟବାଣୀ କରିଛନ୍ତି ଏଥିରେ ବିଶ୍ୱର ସବୁଠୁ ଶକ୍ତିଶାଳୀ ନେତା ପରିଗଣିତ ହେଉଥିବା ଋଷିଆ ରାଷ୍ଟ୍ରପତି ପୁଟିନଙ୍କୁ ନେଇ ରହିଛି।
Special report
ଏଥିରେ ବାବା ଭେଙ୍ଗା ୨୦୨୪ରେ ପୁଟିନଙ୍କୁ ତାଙ୍କ ଦେଶର କୌଣସି ବ୍ୟକ୍ତି ମାରିବାକୁ ଯୋଜନା କରିବେ ବୋଲି କୁହାଯାଇଛି। ତେବେ ଋଷିଆ ପକ୍ଷରୁ ପୁଟିନ ଅସୁସ୍ଥ ଖବରକୁ ମଧ୍ୟ ଅଗ୍ରାହ୍ୟ କରି ଦିଆଯାଇଥିଲା।
Special Report
ବାବା ଭେଙ୍ଗା ଏହା ମଧ୍ୟ କହିଛନ୍ତି ଯେ ୨୦୨୪ରେ ଏକ ବଡ଼ ଦେଶ ବାୟୋଲଜିକାଲ ଅସ୍ତ୍ରର ପରୀକ୍ଷଣ କରିବା ସହ ଆକ୍ରମଣ ମଧ୍ୟ କରିବ। ସେ ଏହି ବର୍ଷ ୟୁରୋପରେ ଆତଙ୍କବାଦୀ ଆକ୍ରମଣର ମଧ୍ୟ ଭବିଷ୍ୟତବାଣୀ କରିଛନ୍ତି। କେବଳ ଏତିକି ନୁହେଁ ଏ ବର୍ଷ ଆର୍ଥିକ ସଂକଟ ମଧ୍ୟ ନେଇ ଆସିବ, ଯାହା ଦ୍ୱାରା ଗ୍ଲୋବାଲ ଇକୋନମି ପ୍ରଭାବିତ ହେବ।
ଏହି ବର୍ଷ ଦେଶମାନଙ୍କର ଋଣ ବଢିବ ଓ ସୀମା ଓ ରାଜନୈତିକ ବିବାଦ ମଧ୍ୟ ବଢିବ ଓ ଆର୍ଥିକ ଶକ୍ତି ପଶ୍ଚିମରୁ ପୂର୍ବ ଦେଶମାନଙ୍କୁ ସିଫ୍ଟ କରିବ ବୋଲି ଭବିଷ୍ୟବାଣୀରେ ରହିଛି। ବାବା ଭେଙ୍ଗାଙ୍କ ଭବିଷ୍ୟତବାଣୀ ଉପରେ ବିଶ୍ୱାସ କଲେ ୨୦୨୪ରେ ପାଣିପାଗ ମଧ୍ୟ ବିପର୍ଯ୍ୟୟ ରଚିବ।
Special report
ପ୍ରାକୃତିକ ବିପଦ ସହିତ ପାଣିପାଗ ପରିବର୍ତ୍ତନ ସମସ୍ୟା ସୃଷ୍ଟି କରିବ। ସାଇବର ଆକ୍ରମଣ ଓ ହ୍ୟାକିଙ୍ଗ ଘଟଣା ମଧ୍ୟ ବଢିବ। ପାୱାର ଗ୍ରିଡରୁ ଆରମ୍ଭ କରି ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପର୍ଯ୍ୟନ୍ତ ହ୍ୟାକିଙ୍ଗ ନିମନ୍ତେ ଉଦ୍ୟମ କରାଯିବ।
ଏ ସବୁ ମଧ୍ୟରେ ବିଜ୍ଞାନ କ୍ଷେତ୍ରରୁ ଏପରି ଖୁସି ଖବର ଆସିବ ଯାହା ସାରା ବିଶ୍ୱକୁ ଆଶ୍ୱସ୍ଥ କରିବ। ଏହି ବର୍ଷ ଭୁଲିଯିବାର ରୋଗ ଅଲଝାଇମରର ଚିକିତ୍ସା ସନ୍ଧାନ କରିନିଆଯିବ। ସେହିପରି କର୍କଟ ରୋଗର ଉପଚାର ମଧ୍ୟ ବୈଜ୍ଞାନିକମାନେ ଖୋଜି କାଢିବେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button