ଏହି କାମ କଲେ ଟଙ୍କାର ଅଭାବ ରହିବ ନାହିଁ- Acharya Arun

ବନ୍ଧୁଗଣ ଆଜିର ସମୟରେ ପ୍ରତେକ ମଣିଷ ଟଙ୍କା କମାଇବାକୁ ଚାହିଁ ଥାଏ । କିନ୍ତୁ ମଣିଷ ଯାହା ଚାହେଁ ତାହା ପାଇପାରେ ନାହିଁ । ପ୍ରତେକ ମଣିଷ ଯେତେ ରୋଜଗାର କରିଲେ ବି ଟଙ୍କା ର ଅଭାବ ଦେଖାଯାଏ । ତେବେ ଜାଣି ରଖନ୍ତୁ ଲକ୍ଷ୍ମୀ ହେଉଛନ୍ତି ଚଞ୍ଚଳା । ଲକ୍ଷ୍ମୀ ଗୋଟେ ଜାଗାରେ ରୁହନ୍ତୁ ନାହିଁ । ଯଦି ମଣିଷ ସତ କର୍ମ, ଆଚରଣ, ବ୍ୟବହାର କରିବ ତେବେ ଟଙ୍କା ନିଶ୍ଚୟ ସ୍ଥାୟୀ ରହିବ ।
ଆଜି ଆମେ ଆପଣଙ୍କୁ କହିବୁ କେଉଁ କାମ କରିଲେ ଟଙ୍କାର ଅଭାବ ରହିବ ନାହିଁ । କଥା ଅନୁଯାୟୀ ଜଣେ ଯୁବକ ଯେତେ ଟଙ୍କା ରୋଜଗାର କରିଲେ ବି ଅଭାବ ହେଉଥିଲା । ସେଥିପାଇଁ ସେ ଚିନ୍ତାଗ୍ରସ୍ତ ହୋଇ ଆଶ୍ରମକୁ ଗଲେ ଓ ସେଠାରେ ସନ୍ଥ ଙ୍କୁ ତାଙ୍କର ସମସ୍ଯା ବିଷୟରେ କହିଲେ । ଯୁବକ ଜଣକ କହିଲେ ମୁଁ ବଡ ବ୍ୟବସାୟ କରୁଛି କିନ୍ତୁ ଟଙ୍କା ଆର ଅଭାବ ହେଉଛି ।
ସନ୍ଥ ମହାଶୟ କହିଲେ ଅର୍ଥ କେବେ କାହା ପାଖକୁ ଆସିବ ତ ଆଉ କେବେ ଚାଲିଯିବ । ତେଣୁ ତୁମେ ସତ କର୍ମ କର । ଲକ୍ଷ୍ମୀ ସେଠାରେ ବାସ କରନ୍ତି ଯେଉଁ ଠାରେ ମଣିଷ ସତ କର୍ମେ । କିନ୍ତୁ ଆଜିର ସମୟରେ ମଣିଷ ଘରକୁ ମଶାଣି କରି ସାରିଲାଣି । ଠାକୁର ଙ୍କୁ ଯାଇ ମନ୍ଦିରରେ ପୂଜା କରୁଛନ୍ତି । ଘରେ ଗୀତା ଭାଗବତ ପଢା ହେଉ ନାହିଁ ।
ଯାହା ଘରୁ ଯୋଗୀ ଭିକ୍ଷା ଗ୍ରହଣ କରନ୍ତି ନାହିଁ । କୁକୁଡା, ମାଂସର ଆସର ଜମେ ସେଠାରେ କେବେ ବି ଦେବତା ନିବାସ କରନ୍ତି ନାହିଁ । ଯେଉଁ ଘରେ ପ୍ରତେକ ଦିନ ଦାନ ଦକ୍ଷିଣା ଦିଆଯାଏ, ଯୋଗୀ ଭିକ୍ଷା ଗ୍ରହଣ କରନ୍ତି, ଯୋଗୀ ଭିକାରି ମାନେ ପାଣି ପିଅନ୍ତି ସେଠାରେ ମା ଲକ୍ଷ୍ମୀ ବାସ କରନ୍ତି । ତୁମେ ଯଦି ଚାହୁଁଛ ଲକ୍ଷ୍ମୀ ନିବାସ କରନ୍ତୁ ତେବେ ନିଜ ଘରକୁ ମସାଣି ବଦଳରେ ମନ୍ଦିର କରାଯିବା ଦରକାର ।
ଯୁବକ କହିଲେ ମୁଁ ବୁଝିପାରିଲି ନାହିଁ । ତାପରେ ସନ୍ଥ କହିଲେ ରବିବାର, ଶୁକ୍ରବାରରେ ଆମିଷ ଖାଉଛ କି ନାହିଁ ? ଯୁବକ ଉତ୍ତରରେ ହଁ କହିଲେ । ଯଥା ସମ୍ଭବ ଯୋଗୀ ଭିକାରୀଙ୍କୁ ଦାନ ଦକ୍ଷିଣା ଦିଅନ୍ତୁ । ତେଣୁ ମଣିଷ ସର୍ବଦା ସମସ୍ତଙ୍କୁ ସାହାର୍ଯ୍ୟ କରିବା ଉଚିତ । ଏହା ଦ୍ଵାରା ଈଶ୍ବରଙ୍କ କୃପା ମିଳିଥାଏ । ଯେଉଁ ଲୋକ ଅନ୍ୟ କୁ ଠକିଥାଏ ତା ପାଖରେ କେବେ ଅର୍ଥ ରୁହେ ନାହିଁ ।
ଯିଏ ଲୋକ ମାନଙ୍କ ସେବାରେ ନିଜକୁ ନିୟୋଜିତ କରେ, ଧନ ଦାନ କରେ ସେଠାରେ ଲକ୍ଷ୍ମୀ ଙ୍କ ବାସ ହୋଇଥାଏ । କେବେ ବି କାହାକୁ ଠକନ୍ତୁ ନାହିଁ କି ଚୋରୀ କରନ୍ତୁ ନାହିଁ । ଏହା ସହ ଗୋମାତାଙ୍କୁ ପୂଜା କରିବା ଉଚିତ । ରୋଜଗାର କରୁଥିବା ଅର୍ଥ ରୁ କିଛି ଦାନ କରିଲେ କେବେ ବି ଟଙ୍କାର ଅଭାବ ରହିବ ନାହିଁ ବୋଲି ଶେଷରେ ସନ୍ଥ ମହାଶୟ ଯୁବକ ଙ୍କୁ କହିଲେ ।