ଜ୍ୟୋତିଷ

ନୂଆବର୍ଷ 2022 ରେ 5ଟି ରାଶିରେ ଧନବର୍ଷା 7ଟି ରାଶି ରୁହନ୍ତୁ ସାବଧାନ

ଆସନ୍ତା ନୂଆବର୍ଷ ୨୦୨୨ରେ ୧୨ ଗୋଟି ରାଶି ମାନଙ୍କର ସମୟ କେମିତି ରହିବ ତାହା ବିଷୟରେ ସଂପୂର୍ଣ୍ଣ ବିବରଣୀ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ମେଷ ରାଶି : ଆପଣଙ୍କୁ ଭାଗ୍ଯର ସଂପୂର୍ଣ୍ଣ ସାଥ ମିଳିବ । ସମ୍ପତି କ୍ଷେତ୍ରରେ ଉନ୍ନତି ହେବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଆପଣଙ୍କର ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ଛାତ୍ର ମାନଙ୍କ ପାଇଁ ନୂଆବର୍ଷରେ ସଫଳତା ମିଳିବ ।

ବୃଷ ରାଶି : ଆପଣଙ୍କ ଜୀବନରେ ଅନେକ ପରିବର୍ତ୍ତନା ଆସିବ ଯାହା ଆପଣ ଚିନ୍ତା କରି ନ ଥିବେ । ଆପଣଙ୍କ ପାଇଁ ବୈବାହିକ ଜୀବନ ଓ ବେପାରରେ ଅନେକ ସଫଳତା ଆସିବାକୁ ଯାଉଛି ।

ମିଥୁନ ରାଶି : ଆପଣଙ୍କର ସମୟ ଶୁଭ ରହିବ ନାହି । ଜୀବନରେ କୌଣସି ସମସ୍ଯା ଆସିପାରେ । କୌଣସି କାମ କରିବା ପୂର୍ବରୁ ବିଚାର ବିମର୍ଶ କରନ୍ତୁ । ଆପଣଙ୍କର ବିଶେଷ ଫଳପ୍ରଦ ନୂଆବର୍ଷ ରହିବ ନାହିଁ ।

କର୍କଟ ରାଶି : ଆପଣଙ୍କର ଅନେକ ପ୍ରକାରର ସଫଳତା ହାସଲ କରିବେ । ପରିଶ୍ରମ ଅନୁଯାୟୀ ଫଳ ପାଇବେ । ଯେମିତି କର୍ମ କରିବେ ସେମିତି ଫଳ ପାଇବେ ।

ସିଂହ ରାଶି : ଆପଣଙ୍କ ପାଇଁ ପଦ, ମାନ ସମାନ ପ୍ରତିଷ୍ଠା ହାସଲ ହେବ । କ୍ଯାରିୟର କ୍ଷେତ୍ରରେ ଉନ୍ନତି କରିବେ । ଦାଂପତ୍ଯ ଜୀବନ ସୁଖମୟ ରହିବ । ଅବିବାହିତଙ୍କ ପାଇଁ ବିବାହ ଯୋଗ ରହିଛି ।

କନ୍ୟା ରାଶି : ଆପଣଙ୍କ ପାଇଁ ନୂଆବର୍ଷ ଫଳଦାୟକ ରହିବ । ଆପଣଙ୍କ ଭାଗ୍ୟ ସାଥ ଦେବ । କଠିନ ପରିଶ୍ରମ କରି ସଫଳତା ପାଇବେ । ଜୀବନର ପ୍ରତେକ କ୍ଷେତ୍ରରେ ଶୁଭ ଫଳ ପାଇବେ । ବିବାହ ଯୋଗ ରହିଛି ।

ତୁଳା ରାଶି : ଆପଣଙ୍କ ପାଇଁ ସୁଖ ସମୃଦ୍ଧିର ଆଗମନ ହେବ । ପାରିବାରିକ କଳହ ଦୂର ହେବ । ନୂଆ ଯାନବାହାନ କ୍ରୟ କରିବା ସହ ଦାମୀ ଜିନିଷ କିଣିବେ । ଗୃହ ପ୍ରବେଶ କରିବେ । ରୋମାଣ୍ଟିକ ଜୀବନ ବିତାଇବାର ଆପଣ ସୁଯୋଗ ପାଇବେ ।

ବିଛା ରାଶି : ଆପଣଙ୍କ ପାଇଁ ସମୟ ସୁଖ ସମୃଦ୍ଧି ରହିବ । ଯାନବାହାନ କ୍ରୟ କରିବେ । କୌଣସି କ୍ଷେତ୍ରରେ ଧନ ନିବେଶ କରିବେ । ସେଥିରେ ଆପଣ ଲାଭ ପାଇବେ । ବିବାହ ଯୋଗ ରହିଛି ।

ଧନୁ ରାଶି : ଆପଣଙ୍କୁ ବିଭିନ୍ନ ଦିଗରୁ ଅବସର ମିଳିବ । ଦାଂପତ୍ଯ ଜୀବନ ସୁଖରେ କଟିବ । ଆୟର ନୂଆ ସ୍ରୋତ ପ୍ରାପ୍ତ କରିବେ । ଆପଣଙ୍କର ମାନ ସମାନ ବୃଦ୍ଧି ପାଇବ ।

ମକର ରାଶି : ଆପଣଙ୍କର ନୂଆବର୍ଷରେ ଅଧିକ ଖର୍ଚ୍ଚ ବୃଦ୍ଧି ହେବ । ଆର୍ଥିକ ସମସ୍ଯା ଦେଖାଯିବ ନାହି । ଧନ ସଞ୍ଚୟ କରି ପାରିବେ ନାହି । ବିଦେଶ ଯାତ୍ରା କରିବେ ଯାହା ଆପଣଙ୍କ ପାଇଁ ଲାଭକାରୀ ରହିବ ।

କୁମ୍ଭ ରାଶି : ଆପଣଙ୍କ ଜୀବନରେ ଖୁଶିର ସମୟ ଆସୁଛି । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ଶିକ୍ଷା କ୍ଷେତ୍ରରେ ଶିକ୍ଷକ ମାନେ ସୁନାମ ଅର୍ଜନ କରିବେ ।

ମୀନ ରାଶି : ଆପଣଙ୍କ ପାଇଁ ଅନେକ ସଫଳତା ରହିଛି । ସମାଜରେ ମାନ ସମାନ ବୃଦ୍ଧି ହେବ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button