ଜ୍ୟୋତିଷ

ମାର୍ଗଶିର ଗୁରୁବାର ରାତିର କରନ୍ତୁ ଏହି ଗୋଟିଏ କାମ, ଘରେ ହେବ ଧନର ବର୍ଷା

ବର୍ଷର ସାରା ଗୁରୁବାର ମା ଲକ୍ଷ୍ମୀ ଙ୍କୁ ସମର୍ପିତ୍ତ ହୋଇ ଥାଏ । କିନ୍ତୁ ମାର୍ଗଶିର ମାସର କିଛି ପାଳି ବହୁତ ମହତ୍ଵ ଥାଏ । କୁହାଯାଏ କି ଏହି ସମୟରେ ନୂଆ ଧାନ ର କେଣ୍ଡାରୁ କିଛି ଧାନ କେଣ୍ଡା ଆଣିକି ଏହାକୁ ପୂଜା କରାଯାଏ । ଏହା ଶୁଭ ହୋଇ ଥାଏ ମା ଲକ୍ଷ୍ମୀ ଆମକୁ ସବୁ ବେଳେ ଏହା ପାଇଁ ଆଶୀର୍ବାଦ କରି ଥାନ୍ତି । ଓଡିଶାରେ ଏହାକୁ ସବୁ ଘରେ ଘରେ ପାଳନ କରାଯାଏ । ଏହାର ବିଦ୍ଧି ଓ କଥାର ମହତ୍ଵ ମଧ୍ୟ ଅଛି ଏହା ସହ ଭଗବାନ ବଡ ଠାକୁର ମଧ୍ୟ ଜଡିତ ଅଛନ୍ତି ।

ଆଜି ଆମେ କହିବା କି ଏହି ପୂଜା କିଭଳି ଭାବେ ଆପଣ ମାନେ କରିବେ । ଏହି ପୂଜା କରିବା ବେଳେ ଆପଣ ମାନେ କେଉଁ କେଉଁ ଭୁଲ ନକରନ୍ତୁ ଏହା ମଧ୍ୟ କହିବା । ଯେଉଁ ଭଳି କି ଆମେ ଜାଣିଛେ ସକାଳୁ ସବୁ କିଛି ସାଫା କରିବା ପରେ ଆମେ ପୂଜା କରିବା ଆଗରୁ ଅରୁଆ ଚାଉଳ ର ଚିଟା କାଟିବା ।

ଏହା ଉପରେ ସଫା ଖଟୁଲି ଆଣିକି ଏହା ଉପରେ ଅମଧ୍ୟ ପଦ୍ମ ଫୁଲ କାଟିବା ଓ ଏହି ତିରେ କିଛି ଧାନ ରଖିକି ଏହା ଆଉପରେ ମାଣ ରଖିବା ଓ ଏହା ମଧ୍ୟରେ କିଛି ଧାନ ଦେବା ଦେଖିବେ ଏହି ଧାନରେ ଯେଉଁ ଭଳି କିଛି କଳା ନଥିବ । ଆପଣ ପ୍ରଥମ ସକାଳେ ଛେନା କଦଳୀ ଓ ଅନ୍ୟାନ୍ୟ ଫଳ ଦେଇ ପୂଜା କରିବେ ।

ଏହା ସହ ଆପଣ ମାନକ ଚାରି ପାଖରେ ମୂଳା ଆଖୁ ଆଦି କୁ ମଧ୍ୟ ପୂଜା ରେ ବସେଇ ପାରିବେ । ଆପଣ ଏହି ଭୋଗକୁ ପ୍ରଥମ୍ମେ ନିଜେ ଖାଇଆବେ ଓ ଅନ୍ୟମାନଙ୍କୁ ଦେବେ କିନ୍ତୁ ଏହା କେବଳ ଘର ଲୋକଙ୍କ ପାଇଁ ହୋଇ ଥାଏ । କିନ୍ତୁ ଆପଣ ଏହାକୁ ବାହର ଲୋକଙ୍କୁ ଦେବେନି ଏହି ଭଳି କି ଯଦି କେହି ଘରର ଝିଅ ବିବାହିତ ଥାଏ ତେବେ ସେ ମଧ୍ୟ ଏହାକୁ ଖାଇ ପାରିବନି ।

ଆପଣ ବାଳଧୂପ ପରେ ଶଙ୍ଖୁଡି ଭୋଗ କରିବେ ଏହାକୁ ମଧ୍ୟ କାହାକୁ ଦେବେନି । ଏହା ପରେ ସନ୍ଧ୍ୟାରେ ସନ୍ଧ୍ୟାଧୂପ ପ୍ପାରେ ଆଳତି କରି ସେହି ସମୟର କିଛି ସମୟ ପରେ ଆପଣ ମାଣ ଚାହିଁଲେ ଉଠାଇ ପାରିବେ କିନ୍ତୁ ଯଦି ଆପଣ ସେହି ଦିନ ରଖିବା ପାଇଁ ଚାହୁଁ ଛନ୍ତି ତେବେ ଆପଣ ଏହାକୁ ତା ପରଦିନ ସକାଳୁ ଉଠାଇବେ ।

କିନ୍ତୁ ଆମେ ଆଜି କହିବା କି ଏହି ଦିନ ଆପଣ ଏହାର କଣ କରିବେ ଯେ ଆପଣଙ୍କ ଗ୍ରହ ଦୋଷ ଦୂର ହୋଇଯିବ । ଆପଣ ଏକ କଦଳୀର ଯୋଡା ନେବେ କିନ୍ତୁ ଏହା ଉପରେ କିଛି ଭି ଚିହ୍ନ ନଥିବା କଥା । ଏହା ଉପରେ ଆପଣ ସିନ୍ଦୁର ରେ ସ୍ଵସ୍ତିକ ଚିହ୍ନ କରି ନେବେ ଏହାକୁ ସେହି ଦିନ ଭଗବାନ ଙ୍କ ପାଖରେ ରଖିବେ ଓ ଭଗବାନ ଙ୍କ ମନ୍ତ୍ର “ଓମ୍ ନମଃ ଭଗବତେ ବାସୁଦେବାୟ” କହିବେ । ଏହାକୁ ତାର ପରଦିନ ନିଜ ପରିବାର ଲୋକଙ୍କୁ ଖାଇବା ପାଇଁ ଦିଅନ୍ତୁ ଦେଖିବେ ଆପଣଙ୍କ ଘରେ ସୁନା ଓ ଧନର ର ଅଭାବ କେବେହେଲେ ହେବନି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button